Red Hat Enterprise Linux 5

5.6 ପ୍ରକାଶନ ଟିପ୍ପଣୀ

ନୂତନ ବିଶେଷତା ଏବଂ ମୂଖ୍ୟ ଅଦ୍ୟତନଗୁଡ଼ିକ

ପ୍ରତୀକ

Red Hat ଇଂଜିନିୟରିଙ୍ଗ ବିଷୟବସ୍ତୁ ସର୍ଭିସଗୁଡ଼ିକ

ବୈଧାନିକ ସୂଚନା

Copyright © 2010 Red Hat.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
MySQL® is a registered trademark of MySQL AB in the United States, the European Union and other countries.
All other trademarks are the property of their respective owners.


1801 Varsity Drive
 RaleighNC 27606-2072 USA
 Phone: +1 919 754 3700
 Phone: 888 733 4281
 Fax: +1 919 754 3701

ସାରାଂଶ
Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 5.6 ପ୍ରକାଶନ ଟିପ୍ପଣୀ Red Hat Enterprise Linux 5 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।

1. ସ୍ଥାପକ
2. ଆଭାସୀକରଣ
3. ନେଟୱର୍କିଙ୍ଗ
4. ୱେବ ସର୍ଭର ଏବଂ ସର୍ଭିସମାନ
5. ଫାଇଲତନ୍ତ୍ର ଏବଂ ସଂରକ୍ଷଣ
5.1. ତାର୍କିକ ଭଲ୍ୟୁମ ପରିଚାଳନା (LVM)
6. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
7. ଡେସ୍କଟପ
8. କର୍ଣ୍ଣଲ
9. ଉପକରଣ ଡ୍ରାଇଭରଗୁଡ଼ିକ
9.1. ନେଟୱର୍କ ଉପକରଣ ଡ୍ରାଇଭରଗୁଡ଼ିକ
9.2. ସଂରକ୍ଷଣ ଉପକରଣ ଡ୍ରାଇଭରଗୁଡ଼ିକ
9.3. ଡେସ୍କଟପ ଡ୍ରାଇଭର ଅଦ୍ୟତନଗୁଡ଼ିକ
9.4. ମୁଦ୍ରଣୀ ଡ୍ରାଇଭରଗୁଡ଼ିକ
10. ବିକାଶକାରୀ ଉପକରଣଗୁଡ଼ିକ
A. ସଂଶୋଧିତ ବିବରଣୀ

1. ସ୍ଥାପକ

Red Hat Enterprise Linux ସ୍ଥାପକ (anaconda ନାମରେ ମଧ୍ଯ ପରିଚିତ) Red Hat Enterprise Linux 5 ର ସ୍ଥାପନାରେ ସହାୟତା କରିଥାଏ।
Kickstart ସଂଗ୍ରହାଳୟ ଆହରଣ ବିଶେଷତାକୁ ପୁନଃ ପ୍ରଚେଷ୍ଟା କରିଥାଏ
Kickstart ଗୋଟିଏ ସ୍ୱୟଂଚାଳିତ ସ୍ଥାପନ ପଦ୍ଧତି ଯାହାକୁ ତନ୍ତ୍ର ପ୍ରଶାସନମାନେ Red Hat Enterprise Linux ସ୍ଥାପନ କରିବାରେ ବ୍ୟବହାର କରନ୍ତି। କିକଷ୍ଟାର୍ଟ ବ୍ୟବହାର କରି, ଗୋଟିଏ ଫାଇଲ ନିର୍ମାଣ କରାଯାଇଥାଏ, ଯେଉଁଥିରେ ସମସ୍ତ ପ୍ରଶ୍ନର ଉତ୍ତର ଥାଏ ଯାହାକି ସାଧାରଣତଃ ସ୍ଥାପନ ସମୟରେ ପଚରାଯାଇଥାଏ।
kickstart ସ୍ଥାପନ ସମୟରେ କିଛି ପରିସ୍ଥିତିରେ, ସ୍ଥାପକ ହୁଏତଃ ସଂଗ୍ରହାଳୟରୁ ପ୍ୟାକେଜ ଆହରଣ କରିବା ପାଇଁ ଚେଷ୍ଟାକରିପାରେ ଯାହାକି ଅସ୍ଥାୟୀ ଭାବରେ ଉପଲବ୍ଧ ହୋଇନଥାଏ (ଯେପରିକି Red Hat ନେଟୱର୍କ ସାଟେଲାଇଟ)। ସେହିପରି, Red Hat Enterprise Linux 5 ର ପୂର୍ବ ପ୍ରକାଶନରେ, ପୁଣିଥରେ ଆହରଣ କରିବା ପାଇଁ କିମ୍ବା ପରିତ୍ୟାଗ କରିବା ପାଇଁ ଚାଳକ ନିବେଶ ଆବଶ୍ୟକ ହୋଇଥାଏ। Red Hat Enterprise Linux 5.6 ବିଟାରେ ଥିବା ସ୍ଥାପକ ସ୍ୱୟଂଚାଳିତ ଭାବରେ ସଂଗ୍ରହାଳୟ ସହିତ ସଂଯୋଗ କରିବା ପାଇଁ ଅନେକ ଚେଷ୍ଟା କରିଥାଏ ଏବଂ ଉପଲବ୍ଧ ହେଲେ ଆବଶ୍ୟକୀୟ ପ୍ୟାକେଜ ଆହରଣ କରିଥାଏ।
ଉନ୍ନତ ଡ୍ରାଇଭର ସମର୍ଥନ
Red Hat Enterprise Linux 5.6 ବିଟା ସ୍ଥାପନ ସମୟରେ ଆବଶ୍ୟକ ଉପକରଣଗୁଡ଼ିକ ପାଇଁ ଉନ୍ନତ ଡ୍ରାଇଭର ସମର୍ଥନକୁ ଦର୍ଶାଇଥାଏ। ଏହି ପ୍ରକାଶନରେ ସ୍ଥାପକ ସହିତ ସଂଯୁକ୍ତ ନିମ୍ନଲିଖିତ ଡ୍ରାଇଭର ଏବଂ ଉପକରଣଗୁଡ଼ିକ ପାଇଁ ସମର୍ଥନ:
  • Brocade 10G PCIe ଇଥରନେଟ ନିୟନ୍ତ୍ରଣକାରୀ ପାଇଁ Brocade BNA ଇଥରନେଟ ନିୟନ୍ତ୍ରଣ ଡ୍ରାଇଭର।
  • Chelsio Terminator4 10G ଏକତ୍ରିତ ତାରମୟ ନେଟୱର୍କ ନିୟନ୍ତ୍ରକଗୁଡ଼ିକ ପାଇଁ cxgb4 ଡ୍ରାଇଭର।
  • LSI 3ware 97xx SAS/SATA RAID ନିୟନ୍ତ୍ରକଗୁଡ଼ିକ ପାଇଁ 3w-sas ଡ୍ରାଇଭର।
Red Hat Enterprise Linux 5.6 ରେ ଅନ୍ୟାନ୍ୟ ଡ୍ରାଇଭର ଅଦ୍ୟତନଗୁଡ଼ିକ ଅଂଶ 9, “ଉପକରଣ ଡ୍ରାଇଭରଗୁଡ଼ିକ” ରେ ଆଲୋଚନା କରାଯାଇଥାଏ

ଟିପ୍ପଣୀ — ପରବର୍ତ୍ତୀ ପଠନ

Red Hat Enterprise Linux 5 ସ୍ଥାପନ ପୁସ୍ତକ ରେ ସ୍ଥାପକ ଏବଂ ସ୍ଥାପନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ।

2. ଆଭାସୀକରଣ

ଆଂଶିକ-ଆଭାସୀ ଡ୍ରାଇଭରଗୁଡ଼ିକ
ଆଂଶିକ-ଆଭାସୀ ଡ୍ରାଇଭରଗୁଡ଼ିକ (virtio ଡ୍ରାଇଭର) ଆଭାସୀ ଯନ୍ତ୍ରର ବ୍ଲକ ଏବଂ ନେଟୱର୍କ ଉପକରଣଗୁଡ଼ିକର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିଥାଏ।
virtio ବେଲୁନ ଡ୍ରାଇଭର ଅତିଥିମାନଙ୍କୁ ହାଇପରଭାଇଜରକୁ ସେମାନେ ଆବଶ୍ୟକ କରୁଥିବା ସ୍ମୃତିସ୍ଥାନ ବିଷୟରେ ଜଣାଇବା ପାଇଁ ଅନୁମତି ଦେଇଥାଏ। ବେଲୁନ ଡ୍ରାଇଭର ହୋଷ୍ଟକୁ ସଠିକ ଭାବରେ ସ୍ମୃତିସ୍ଥାନ ନିର୍ଦ୍ଦିଷ୍ଟ କରିବା ପାଇଁ ଅନୁମତି ଦେଇଥାଏ ଏବଂ ଅନ୍ୟ ଅତିଥି ଏବଂ ପଦ୍ଧତିରେ ମୁକ୍ତ ସ୍ମୃତି ସ୍ଥାନ ବଣ୍ଟନ ପାଇଁ ଅନୁମତି ଦେଇଥାଏ। Red Hat Enterprise Linux 5.6, virtio ବେଲୁନ ଡ୍ରାଇଭର ସ୍ମୃତି ସ୍ଥାନ ପରିସଂଖ୍ୟାନକୁ ସଂଗ୍ରହ କରିଥାଏ ଏବଂ ଖବର କରିଥାଏ।
libvirt
Libvirt ଗୋଟିଏ ହାଇପରଭାଇଜର ଅଟେ-ସ୍ୱାଧୀନ ଆଭାସୀ API ଯାହାକି ଆଭାସୀ ପ୍ରଚାଳନତନ୍ତ୍ର କ୍ଷମତା ସହିତ ବାର୍ତ୍ତାଳାପ କରିବା ପାଇଁ ସକ୍ଷମ। libvirt ଆଭାସୀ ଅତିଥିମାନଙ୍କୁ ଗୋଟିଏ ହୋଷ୍ଟରେ ସୁରକ୍ଷିତ ଭାବରେ ପରିଚାଳନା କରିବା ପାଇଁ ଗୋଟିଏ ସାଧାରଣ, ସାମାନ୍ୟ ଏବଂ ସ୍ଥାୟୀ ସ୍ତର ପ୍ରଦାନ କରିଥାଏ।
Red Hat Enterprise Linux 5.6 ରେ, sVirt କୁ ସକ୍ରିୟ କରି, libvirt କୁ ସଂସ୍କରଣ 0.8.2 କୁ ଅଦ୍ୟତିତ କରାଯାଇଛି। sVirt ଟି Red Hat Enterprise Linux 5 ରେ ଅନ୍ତର୍ଭୁକ୍ତ ଗୋଟିଏ ପ୍ରଯୁକ୍ତିଜ୍ଞାନ ଯାହାକି SELinux ଏବଂ ଆଭାସୀକରଣ ସହିତ ସନ୍ନିହିତ। sVirt ସୁରକ୍ଷାରେ ଉନ୍ନତି କରିଥାଏ ଏବଂ ହାଇପରଭାଇଜରରେ ତ୍ରୁଟି ବିପକ୍ଷରେ ତନ୍ତ୍ରକୁ ସୁଦୃଢ଼ କରିଥାଏ ଯାହାକି ହୋଷ୍ଟ ପାଇଁ ଅନ୍ୟ ଏକ ଆଭାସୀ ଅତିଥିକୁ ଗୋଟିଏ ଆକ୍ରମଣକାରୀ ଭାବରେ ବ୍ୟବହାର କରିଥାଏ।
pvclock ପାଇଁ ଜାଗତିକ ସନ୍ତୁଳନ ବିନ୍ଦୁ
pvclock ହୋଷ୍ଟର ସମୟକୁ ପଢ଼ିବା ପାଇଁ ଗୋଟିଏ ଅତିଥିକୁ ସକ୍ରିୟ କରିଥାଏ। Red Hat Enterprise Linux 5.6 ରେ, ଗୋଟିଏ ସର୍ବସାଧାରଣ ସନ୍ତୁଳନ ବିନ୍ଦୁକୁ pvclock ରେ ଯୋଡ଼ାଯାଇଛି, ଯାହାଫଳରେ ଅତିଥିମାନଙ୍କୁ ଅଧିକ ସ୍ଥାୟୀ ସମୟ ଉତ୍ସ ପ୍ରଦାନ କରାଯାଇଥାଏ।
virtio-serial
Red Hat Enterprise Linux 6 ହୋଷ୍ଟରେ vmchannel କ୍ଷମତାକୁ Red Hat Enterprise Linux 5.6 ଅତିଥି ପ୍ରଚାଳନ ତନ୍ତ୍ରରେ ସକ୍ରିୟ କରି virtio-କ୍ରମିକ ଡ୍ରାଇଭରକୁ ଯୋଡ଼ାଯାଇଛି। VMchannel ଟି ହୋଷ୍ଟ ଚାଳକସ୍ଥାନ ଏବଂ ଅତିଥି ଚାଳକସ୍ଥାନ ମଧ୍ଯରେ ଯୋଗାଯୋଗ କରିବା ପାଇଁ ଗୋଟିଏ ପରିବହନ ମାଧ୍ଯମ।

3. ନେଟୱର୍କିଙ୍ଗ

Berkeley Internet Name Domain (BIND)
ଅଧିକାଂଶ ଆଧୁନିକ ନେଟୱର୍କରେ, ଇଣ୍ଟରନେଟକୁ ଅନ୍ତର୍ଭୁକ୍ତ କରି, ଚାଳକମାନେ ଅନ୍ୟ କମ୍ପୁଟରଗୁଡ଼ିକୁ ନାମ ଅନୁସାରେ ଦେଖିଥାଏ। ଏହା ଚାଳକମାନଙ୍କୁ ନେଟୱର୍କ ଉତ୍ସଗୁଡ଼ିକର ନେଟୱର୍କ ଠିକଣା ମନେରଖିବା ପାଇଁ ହତ୍ସାହିତ ହେବାରୁ ମୁକ୍ତ କରିଥାଏ। ଗୋଟିଏ ନେଟୱର୍କ ସଂରଚନାର ପ୍ରଭାବଶାଳୀ ଉପାୟ ହେଉଛି ନାମ-ଆଧାରିତ ସଂଯୋଗ ଯାହାକି ଗୋଟିଏ ଡମେନ ନାମ ସର୍ଭିସ (DNS) କିମ୍ବାa nameserver କୁ ଅନୁମତି ଦେଇଥାଏ, ଯାହାକି ନେଟୱର୍କରେ ହୋଷ୍ଟନାମକୁ ସାଂଖିକ ନେଟୱର୍କ ଠିକଣା ଆକାରରେ ସମାଧାନ କରିଥାଏ।
Berkeley Internet Name Domain (BIND) ଟି DNS ପ୍ରୋଟୋକଲର ଗୋଟିଏ ନିୟୋଜନ। BIND ରେ ଗୋଟିଏ DNS ସର୍ଭର, ଗୋଟିଏ ସମାଧାନକାରୀ ଲାଇବ୍ରେରୀ, ଏବଂ DNS ସର୍ଭର ଠିକ ଭାବରେ ଚାଲୁଛି କି ନାହିଁ ଯାଞ୍ଚକରିବାର ସାଧନମାନ ଅଛି। Red Hat Enterprise Linux 5.6 ବିଟାରେ BIND ନିୟୋଜନର ସଂସ୍କରଣ 9.7 ଅନ୍ତର୍ଭୁକ୍ତ। ଏହି ଅଦ୍ୟତନ ପ୍ୟାକେଜଗୁଡ଼ିକ DNS ସୁରକ୍ଷା ଅନୁଲଗ୍ନ (DNSSEC) ରେ ପରବର୍ତ୍ତୀ ସୁରକ୍ଷିତ (NSEC3) ଉତ୍ସ ବିବରଣୀ ସଂସ୍କରଣ 3 ପାଇଁ ସହାୟତା ଯୋଗ କରିଥାଏ। ଏହା ସହିତ, ଏହି ଅଦ୍ୟତନ ବିଶେଷତାଗୁଡ଼ିକ DNSSEC ରେ RSA/SHA-2 ଆଲଗୋରିଦମ ପାଇଁ, ଏବଂ କାରବାର ହସ୍ତାକ୍ଷର (TSIG) ପାଇଁ HMAC-SHA2 ଆଲଗୋରିଦମ ପାଇଁ ସହାୟତା ପ୍ରଦାନ କରିଥାଏ।
ଡ୍ରପୱାଚ ବ୍ୟବହାର କରି ନେଟୱର୍କ ତ୍ରୁଟିନିବାରଣ
କର୍ଣ୍ଣଲ ନେଟଲିଙ୍କ ଡ୍ରପ ପ୍ରଦର୍ଶିକା (DROP_MONITOR) ସର୍ଭିସକୁ ଦର୍ଶାଇଥାଏ ଯାହାକି ନେଟୱର୍କ ପ୍ୟାକେଟ ନଷ୍ଟ ନିରୀକ୍ଷକ ବିବରଣୀ ପ୍ରଦାନ କରିଥାଏ। Red Hat Enterprise Linux 5.6 ନୂତନ dropwatch ଉପଯୋଗୀତା ଅନ୍ତରାପୃଷ୍ଠକୁ ଡ୍ରପ ନିରୀକ୍ଷକ ସର୍ଭିସ ସହିତ ଦର୍ଶାଇଥାଏ, ଏବଂ ଚାଳକସ୍ଥାନକୁ ଫଳାଫଳ ଦେଖାଇଥାଏ।
ଇଥରନେଟ ବ୍ରିଜ ସାରଣୀଗୁଡ଼ିକ
ଇଥରନେଟ ବ୍ରିଜ ସାରଣୀଗୁଡ଼ିକ (ebtables) ହେଉଛି ନେଟୱର୍କ ଯିବାଆସିବା ପାଇଁ ଗୋଟିଏ ଅଗ୍ନିକବଚ ସାଧନ। ଛାଣିବା ସମ୍ଭାବନାଗୁଡ଼ିକ ଲିଙ୍କ ସ୍ତର ପର୍ଯ୍ୟନ୍ତ ସିମୀତ ଅଟେ ଏବଂ ଉଚ୍ଚ ନେଟୱର୍କ ସ୍ତରଗୁଡ଼ିକରେ ହେଉଥିବା ମୌଳିକ ଛଣା। ebtables ହେଉଛି Red Hat Enterprise Linux 5.6 ପ୍ରକାଶନ ପାଇଁ ଗୋଟିଏ ନୂତନ ପ୍ୟାକେଜ।

4. ୱେବ ସର୍ଭର ଏବଂ ସର୍ଭିସମାନ

ହାଇପରଟେସ୍ଟ ପ୍ରାକସଞ୍ଚାଳକ (PHP) 5.3
ହାଇପରଟେଷ୍ଟ ପ୍ରାକ ସଞ୍ଚାଳନ (PHP) ଟି ହେଉଛି ଗୋଟିଏ HTML-ସକ୍ରିୟ ସ୍କ୍ରିପ୍ଟିଙ୍ଗ ଭାଷା ଯାହାକି ସାଧାରଣତଃ Apache HTTP ୱେବ ସର୍ଭରରେ ବ୍ୟବହୃତ ହୋଇଥାଏ। PHP ର ସଂସ୍କରଣ 5.3.2 ବର୍ତ୍ତମାନ Red Hat Enterprise Linux 5.6 ବିଟାରେ ପୃଥକ php53 ପ୍ୟାକେଜ ଭାବରେ ଉପଲବ୍ଧ।

ଟୀକା

php ପ୍ୟାକେଜ PHP ର ସଂସ୍କରଣ 5.1.6 ପ୍ରଦାନ କରିଥାଏ, ଏବଂ Red Hat Enterprise Linux 5.6 ରେ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ। ନିଶ୍ଚିତ କରନ୍ତୁ ଯେ php ପ୍ୟାକେଜ ଏବଂ ତାହାର ନିର୍ଭରକମାନଙ୍କୁ php53 ସ୍ଥାପନ ପୂର୍ବରୁ କଢ଼ାଯାଇଥାଏ।
mod_nss
mod_nss Apache ୱେବ ସର୍ଭର ପାଇଁ Secure Sockets Layer (SSL) ଏବଂ Transport Layer Security (TLS) ପ୍ରୋଟୋକଲଗୁଡ଼ିକ ମାଧ୍ଯମରେ Network Security Services (NSS) ସୁରକ୍ଷା ଲାଇବ୍ରେରୀ ବ୍ୟବହାର କରି ଶକ୍ତିଶାଳୀ ଗୂଢ଼ଲେଖନ ପ୍ରଦାନ କରିଥାଏ। ଏହି ପ୍ରକାଶନରେ, mod_nss କୁ ସଂସ୍କରଣ 1.0.8 କୁ ଅଦ୍ୟତନ କରାଯାଇଛି, ଅନଲାଇନ ପ୍ରମାଣପତ୍ର ସ୍ଥିତି ପ୍ରଟୋକଲ (OCSP) ପାଇଁ ସମର୍ଥନ ଯୋଗକରି

5. ଫାଇଲତନ୍ତ୍ର ଏବଂ ସଂରକ୍ଷଣ

ଚତୁର୍ଥ ଅନୁଲମ୍ବିତ ଫାଇଲତନ୍ତ୍ର (ext4) ସମର୍ଥନ
ଚତୁର୍ଥ ଅନୁଲମ୍ବିତ ଫାଇଲତନ୍ତ୍ର (ext4) ଟି ବର୍ତ୍ତମାନ Red Hat Enterprise Linux 5.6 ରେ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ। ext4 ଟି ତୃତୀୟ ଅନୁଲମ୍ବିତ ଫାଇଲତନ୍ତ୍ର ଉପରେ ଆଧାରିତ (ext3) ଏବଂ କିଛି ଉନ୍ନତିକୁ ଦର୍ଶାଇଥାଏ, ଏଗୁଡ଼ିକୁ ଅନ୍ତର୍ଭୁକ୍ତ କରି: ବୃହତ ଫାଇଲ ଆକାର ଏବଂ ଅଫସେଟକୁ ସମର୍ଥନ କରି, ତୀବ୍ର ଏବଂ ଡିସ୍କ ସ୍ଥାନର ସାମର୍ଥ୍ୟ ବଣ୍ଟନ, ଗୋଟିଏ ଡିରେକ୍ଟୋରୀ ମଧ୍ଯରେ ଉପଡିରେକ୍ଟୋରୀ ସଂଖ୍ୟା ଉପରେ ସିମୀତ ନହୋଇ, ତୀବ୍ର ଫାଇଲତନ୍ତ୍ର ଯାଞ୍ଚ, ଏବଂ ଅନେକ ସୁଦୃଢ଼ ପତ୍ରିକା।
ext4 ର ଯୋଗକୁ Red Hat Enterprise Linux 5.6 ବିଟାରେ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ଫାଇଲତନ୍ତ୍ର ଭାବରେ ଟିପ୍ପଣୀ କରିବା ପାଇଁ, e4fsprogs ପ୍ୟାକେଜକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି। e4fsprogs ext4 ଫାଇଲତନ୍ତ୍ରକୁ ନିର୍ମାଣ, ଯାଞ୍ଚ, ଏବଂ ସମାଧାନ କରିବା ପାଇଁ ସାଧନ ଧାରମ କରିଥାଏ।

ଟୀକା

ପୂର୍ବ Red Hat Enterprise Linux 5 ପ୍ରକାଶନରେ, ext4 ଫାଇଲତନ୍ତ୍ରଟି ଗୋଟିଏ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ବିଶେଷତା ଏବଂ ହୁଏତଃ ପ୍ରକାଶନ ନାମ, ext4dev ଦ୍ୱାରା ପରିଚିତ।

5.1. ତାର୍କିକ ଭଲ୍ୟୁମ ପରିଚାଳନା (LVM)

ଭଲ୍ୟୁମ ପରିଚାଳନା ଭୌତିକ ସଂରକ୍ଷମ ସ୍ଥାନ ଉପରେ ଗୋଟିଏ ସକ୍ଷେପକରଣକୁ ନିର୍ମାଣ କରିଥାଏ। ଏହା ସିଧାସଳଖ ଭାବରେ ଭୌତିକ ସଂରକ୍ଷଣକୁ ବ୍ୟବହାର କରିବା ପାଇଁ ବୃହତ ନମ୍ରତା ପ୍ରଦାନ କରିଥାଏ। Red Hat Enterprise Linux 5.6 ତାର୍କିକ ଭଲ୍ୟୁମ ପରିଚାଳକ (LVM) ବ୍ୟବହାର କରି ତାର୍କିକ ଭଲ୍ୟୁମକୁ ପରିଚାଳନା କରିଥାଏ।

ପରବର୍ତ୍ତୀ ପଠନ

ତାର୍କିକ ଭଲ୍ୟୁମ ପରିଚାଳନା ପ୍ରଶାସନ ଦଲିଲ LVM ତାର୍କିକ ଭଲ୍ୟୁମ ପରିଚାଳନାକୁ ଚାଲୁଥିବା LVM କୁ ଗୋଟିଏ ଏକତ୍ରିତ ପରିବେଶରେ ଅନ୍ତର୍ଭୁକ୍ତ କରି ବର୍ଣ୍ଣନା କରିଥାଏ।
ପ୍ରତିବିମ୍ବ ଲଗଗୁଡ଼ିକୁ ପ୍ରତିବିମ୍ବିତ କରୁଅଛି
LVM ଗୋଟିଏ ଛୋଟ ଲଗକୁ ପରିଚାଳନା କରିଥାଏ (ଭିନ୍ନ ଏକ ଉପକରଣରେ) ଯାହାକୁ ସେ ପ୍ରତିବିମ୍ବଗୁଡ଼ିକ ସହିତ ସମତାଳରେ ଥିବା ଅଞ୍ଚଳଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ବ୍ୟବହାର କରିଥାଏ। Red Hat Enterprise Linux 5.6 ଏହି ଲଗ ଉପକରଣକୁ ପ୍ରତିବିମ୍ବିତ କରିବାର କ୍ଷମତା ଆରମ୍ଭକରିଥାଏ।
ଗୋଟିଏ ପ୍ରତିବିମ୍ବର ଅନାବଶ୍ୟକ ପ୍ରତିଛବିକୁ ପୃଥକ କରିଥାଏ
ନୂତନ ତାର୍କିକ ଭଲ୍ୟୁମ ନିର୍ମାଣ କରିବା ପାଇଁ Red Hat Enterprise Linux 5.6 ପ୍ରତିବିମ୍ବର ଅନାବଶ୍ୟକ ପ୍ରତିଛବିକୁ ପୃଥକ କରିବା ପାଇଁ lvconvert ନିର୍ଦ୍ଦେଶର --splitmirrors ବିଷୟର ବ୍ୟବହାରକୁ ଆରମ୍ଭ କରିଥାଏ।
ବିନ୍ଯାସ
ପୂର୍ବନିର୍ଦ୍ଧାରିତ ତଥ୍ୟ ପାର୍ଶ୍ୱସଜ୍ଜା ଏବଂ ଭଲ୍ୟୁମ ଶ୍ରେଣୀ ଅଧିତଥ୍ଯ ପାଇଁ Red Hat Enterprise Linux 5.6 ରେ LVM ଅତିରିକ୍ତ ସଂରଚନା ବିକଳ୍ପ ମଧ୍ଯ ପ୍ରଦାନ କରିଥାଏ।

6. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା

ତନ୍ତ୍ର ସୁରକ୍ଷା ସର୍ଭିସ ଡେମନ (SSSD)
System Security Services Daemon (SSSD) ଟି Red Hat Enterprise Linux 5.6 ର ଗୋଟିଏ ନୂତନ ବିଶେଷତା ଯାହାକି ପରିଚୟ ଏବଂ ବୈଧିକରଣ କେନ୍ଦ୍ରିୟ ପରିଚାଳନା ପାଇଁ ସର୍ଭିସଗୁଡ଼ିକର ଗୋଟିଏ ସେଟକୁ କାର୍ଯ୍ୟକାରୀ କରିଥାଏ। କେନ୍ଦ୍ରିୟ ପରିଚୟ ଏବଂ ବୈଧିକରଣ ସର୍ଭିସ ଗୁଡ଼ିକ ପରିଚୟଗୁଡ଼ିକର ସ୍ଛଥାନୀୟ କ୍ୟାଶିଙ୍ଗକୁ ସକ୍ରିୟ କରିଥାଏ, ଯାହାକି ଚାଳକମାନଙ୍କୁ ସର୍ଭର ସହିତ ସଂଯୋଗ ବାଧାପ୍ରାପ୍ତ ହେଲେ ପରିଚୟ ଚୋରି କରିବା ପାଇଁ ଅନୁମତି ଦେଇଥାଏ। SSSD ଅନେକ ପ୍ରକାର ପରିଚୟ ଏବଂ ବୈଧିକରଣ ସର୍ଭିସକୁ ସମର୍ଥନ କରିଥାଏ, ଏଥିରେ ଅନ୍ତର୍ଭୁକ୍ତ: Red Hat Directory Server, Active Directory, OpenLDAP, 389, Kerberos ଏବଂ LDAP.
Samba
Samba ଗୋଟିଏ ପ୍ରଗ୍ରାମ ସୁଟ ଯାହାକି ଫାଇଲ, ମୁଦ୍ରଣୀ ଏବଂ ଅନ୍ୟାନ୍ୟ ସୂଚନା ସହଭାଗ କରିବା ପାଇଁ NetBIOS କୁ TCP/IP (NetBT) ଉପରେ ବ୍ୟବହାର କରିଥାଏ। ଏହି ପ୍ୟାକେଜ ଗୋଟିଏ ସର୍ଭର ସନ୍ଦେଶ ବ୍ଲକ କିମ୍ବା SMB ସର୍ଭର (ସାଧାରଣ ଇଣ୍ଟରନେଟ ଫାଇଲ ତନ୍ତ୍ର କିମ୍ବା CIFS ସର୍ଭର ନାମରେ ମଧ୍ଯ ପରିଚିତ) ଯାହାକି ନେଟୱର୍କ ସର୍ଭିସଗୁଡ଼ିକୁ SMB/CIFS କ୍ଲାଏଣ୍ଟମାନଙ୍କୁ ପ୍ରଦାନ କରିଥାଏ।
Samba ର ଦୁଇଟି ପାରସ୍ପରିକ ନିର୍ଭରଶୀଳ ସଂସ୍କରଣ (samba କିମ୍ବା samba3x ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ଗୁଡ଼ିକ ଉପଲବ୍ଧ। Red Hat Enterprise Linux 5.6 samba3x କୁ ସଂସ୍କରଣ 3.5.4 କୁ ଅଦ୍ୟତନ କରାଯାଇଛି, LDAP-ଆଧାରିତ ସଂରକ୍ଷଣ ଏବଂ IPv6 ଉପରେ Winbind ପାଇଁ ଅତିରିକ୍ତ ସହାୟତା ପ୍ରଦାନ କରି।

7. ଡେସ୍କଟପ

ଜାପାନିଜ IPA ଅକ୍ଷରରୂପ ସହାୟତା
IPA ଅକ୍ଷରରୂପଟି ହେଉଛି ସୂଚନା-ପ୍ରଯୁକ୍ତିଜ୍ଞାନ ପ୍ରଚାର ପ୍ରତିନିଧି, ଜାପାନ ଦ୍ୱାରା ପ୍ରଦତ୍ତ JIS X 0213:2004 ଅନୁବର୍ତ୍ତୀ ଜାପାନିଜ ଖୋଲା ପ୍ରକାରର ଅକ୍ଷରରୂପ। Red Hat Enterprise Linux 5.6 ନୂତନ ipa-gothic-fonts ପ୍ୟାକେଜ ଆରମ୍ଭ କରିଥାଏ, ଯେଉଁଥିରେ ଗୋଥିକ (sans-serif) ଶୈଳୀର ଅକ୍ଷରରୂପ ଧାରଣ କରିଥାଏ ଏବଂ ମିଙ୍କୋ-ଶୈଳୀ ଅକ୍ଷରରୂପ ନୂତନ ipa-mincho-fonts ପ୍ୟାକେଜ ଧାରଣ କରିଥାଏ।
ଟ୍ୟାବଲେଟ ସମର୍ଥନ
Red Hat Enterprise Linux 5.6 Wacom Cintiq 21UX2 ଆଲେଖୀ ଟ୍ୟାବଲେଟ ପାଇଁ ସହାୟତା ଆରମ୍ଭ କରିଥାଏ।
ghostscript
Ghostscript ପ୍ରକାର ଗୋଟିଏ PostScript(TM) ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ, C ପଦ୍ଧତିର ଗୋଟିଏ ସେଟ (Ghostscript ଲାଇବ୍ରେରୀ, ଯାହାକି PostScript ଭାଷାରେ କାର୍ଯ୍ୟକାରୀ ହୋଇଥାଏ), ଏବଂ PDF ଫାଇଲଗୁଡ଼ିକ ପାଇଁ ଗୋଟିଏ ଅନ୍ତରାପୃଷ୍ଠକୁ କାର୍ଯ୍ୟକାରୀ କରିଥାଏ। Ghostscript PostScript ସଙ୍କେତକୁ ଅନେକ ସାଧାରଣ ଭାଷା, bitmapped ଶୈଳୀରେ ଅନୁବାଦ କରିଥାଏ, ଯେପରିକି ଅଧିକାଂଶ ମୁଦ୍ରଣୀ ଏବଂ ପ୍ରଦର୍ଶକରେ ବୁଝିହେଉଥିବା। ଏହା ଚାଳକମାନଙ୍କୁ PostScript ଫାଇଲକୁ ଦର୍ଶାଇବା ପାଇଁ ସକ୍ରିୟ କରିଥାଏ ଏବଂ ସେଗୁଡ଼ିକୁ non-PostScript ମୁଦ୍ରଣୀରେ ସକ୍ରିୟ କରିଥାଏ।
Red Hat Enterprise Linux 5.6, ghostscript କୁ ସଂସ୍କରଣ 8.70 କୁ ଅଦ୍ୟତିତ କରାଯାଇଥାଏ, OPVP 1.0 ପାଇଁ ସହାୟତା ଯୋଗକରି।

8. କର୍ଣ୍ଣଲ

Red Hat Enterprise Linux 5.6 ରେ ଅନ୍ତର୍ଭୁକ୍ତ କର୍ଣ୍ଣଲରେ ଅନେକ ତ୍ରୁଟିର ସମାଧାନ ଏବଂ Linux କର୍ଣ୍ଣଲର ଉନ୍ନତିକୁ ଅନ୍ତର୍ଭୁକ୍ତ କରିଥାଏ। ପ୍ରତ୍ୟେକ ତ୍ରୁଟି ସମାଧାନର ବିସ୍ତୃତ ବିବରଣୀ ଏବଂ କର୍ଣ୍ଣଲ ଉନ୍ନତିକୁ ଏହି ପ୍ରକାଶନରେ ଯୋଗକରାଯାଇଛି, କର୍ଣ୍ଣଲ ବିଷୟକୁ Red Hat Enterprise Linux 5.6 Technical Notes ରେ ଅନୁସରଣ କରନ୍ତୁ।
ଏହି ପ୍ରକାଶନରେ ଥିବା ଅଧିକାଂଶ ଦର୍ଶନୀୟ ଅଦ୍ୟତନ ଏବଂ କର୍ଣ୍ଣଲରେ ହୋଇଥିବା ମିଶ୍ରଣ ଅନ୍ତର୍ଭୁକ୍ତ:
  • ବିଶ୍ୱସ୍ତ ପ୍ଲାଟଫର୍ମ ଏକକାଂଶ (TPM) ପାଇଁ tpm_tis ଡ୍ରାଇଭର କ୍ଷୁଦ୍ରନିୟନ୍ତ୍ରକ ବର୍ତ୍ତମାନ ସ୍ୱୟଂଚାଳିତ ଭାବରେ ବୁଟ ସମୟରେ ଧାରଣ କରିଥାଏ।
  • ପ୍ରକୃତ କାର୍ଯ୍ୟ ଦକ୍ଷତା ସମୟ ମାପକ (APERF) ଏବଂ ସର୍ବାଧିକ ସକ୍ଷମ କାର୍ଯ୍ୟଦକ୍ଷତା ସମୟ ମାପକକୁ AMD ସଞ୍ଚାଳକଗୁଡ଼ିକରେ (MPERF) Model-Specific Registers (MSRs) ପାଇଁ ସହାୟତା ଯୋଗକରା ଯାଇଛି।
  • ITE-887x ଚିପଗୁଡ଼ିକ ପାଇଁ ସମର୍ଥନ
  • ଶକ୍ତି PC ପ୍ଲାଟଫର୍ମ ପାଇଁ VIO ଶକ୍ତି ପରିଚାଳନା ସହାୟତା
  • qeth ଡ୍ରାଇଭରରେOSX ଏବଂ OSM OSA CHPID ପ୍ରକାର ପାଇଁ ସମର୍ଥନ ଯୋଗକରାଯାଇଛି
  • ଉନ୍ନତ Linux ଧ୍ୱନି ସଂରଚନାକୁ ଅଦ୍ୟତନ କରାଯାଇଛି - ଉଚ୍ଚ ପରିଭାଷା ଧ୍ୱନି (ALSA-HDA) ଡ୍ରାଇଭରଗୁଡ଼ିକ।
  • SystemTap ର ସଂସ୍କରଣ 1.3, ସନ୍ନିହିତ compile-server କ୍ଲାଏଣ୍ଟ ପ୍ରଦାନ କରି, ସ୍ୱୟଂଚାଳିତ ସଂରଚନା pretty-printing, ତୀବ୍ର ଏବଂ ଉନ୍ନତ ଷ୍ଟାକ ପୁନରୁଦ୍ଧାର, ଏବଂ ନୂତନ ସରଳ ସ୍କ୍ରିପ୍ଟଗୁଡ଼ିକୁ ପ୍ରଦାନ କରିଥାଏ।
  • ଗୋଟିଏ ଅଦ୍ୟତିତ କର୍ଣ୍ଣଲ ଯାଞ୍ଚ (kprobes) ନିୟୋଜନ
  • ଅଦ୍ୟତିତ କାର୍ଯ୍ୟମୁତାବକ ପରିସଂଖ୍ୟାନ ଅନ୍ତରାପୃଷ୍ଠ (taskstats)
  • TCP ଘନାକାର ସଙ୍କୁଳିତ ନିୟନ୍ତ୍ରଣ ପାଇଁ ନୂତନ ସମର୍ଥନ
  • ଗୋଟିଏ ପ୍ୟାକେଟ ଯୋଜନାକାରୀ ପାଇଁ ନେଟୱର୍କିଙ୍ଗ ଷ୍ଟାକରେ ନୂତନ ସମର୍ଥନ
  • ଦୁଇଟି ନେଟୱର୍କିଙ୍ଗ ସନ୍ତୁଳନ ପ୍ରାଚଳଗୁଡ଼ିକ, ip_local_reserved_ports ଏବଂ ip_local_port_range ପ୍ରାଚଳ, ଯାହାକି ତୃତୀୟ ପକ୍ଷ ପ୍ରୟୋଗଗୁଡ଼ିକ ପାଇଁ ପୋର୍ଟ ସଂରକ୍ଷଣ କରିଥାଏ, ଏବଂ ଜ୍ଞାତ ଅମାନ୍ୟ ପୋର୍ଟଗୁଡ଼ିକୁ ତାଲିକାରୁ ବାହାର କରିଥାଏ।
  • /dev/zero ଉପକରଣର ZERO_PAGE mmap କୁ ଏଡ଼ାଇବା ପାଇଁ /proc/sys/vm/vm_devzero_optimized ପ୍ରାଚଳ
  • iSNS ପାଇଁ ଉନ୍ନତି, iSCSI ପ୍ରାରମ୍ଭକର୍ତ୍ତାରେ, ଏବଂ iSNS ସର୍ଭରରେ
  • kABI ଅଦ୍ୟତନଗୁଡ଼ିକ

9. ଉପକରଣ ଡ୍ରାଇଭରଗୁଡ଼ିକ

9.1. ନେଟୱର୍କ ଉପକରଣ ଡ୍ରାଇଭରଗୁଡ଼ିକ

  • I/O AT (I/O ତ୍ୱରଣ ପ୍ରଯୁକ୍ତି ଜ୍ଞାନ) ଏବଂ DCA ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି। ନକଲ କାର୍ଯ୍ୟକୁ ତ୍ୟାଗ କରି ନେଟୱର୍କକୁ ଉନ୍ନତ କରିବା ପାଇଁ I/O AT ଟି Intel ର ପ୍ରଯୁକ୍ତିଜ୍ଞାନର ଗୋଟିଏ ସଂଗ୍ରହ ଅଟେ। ସିଧାସଳଖ କ୍ୟାଶେ ଅଭିଗମ୍ୟ (DCA) ଟି ଗୋଟିଏ I/O AT ବିଶେଷତା ଯାହାକି ସିଧାସଳଖ ଭାବରେ ସଞ୍ଚାଳକ କ୍ୟାଶେଗୁଡ଼ିକ ମଧ୍ଯରେ ତଥ୍ୟ ପ୍ରଦାନ କରିଥାଏ।
  • ZyDAS ZD1211(b) 802.11a/b/g USB WLAN ଉପକରଣ ପାଇଁ zd1211 ଡ୍ରାଇଭରକୁ ବର୍ତ୍ତମାନ Red Hat Enterprise Linux 5.6 ବିଟାରେ ସହାୟତା ଦିଆଯାଉଛି।
  • qlcnic ଡ୍ରାଇଭରକୁ ନୂତନତମ ସଂସ୍କରଣରେ ଅଦ୍ୟତନ କରାଯାଇଛି
  • be2net ଡ୍ରାଇଭରକୁ ServerEngines BladeEngine2 10Gbps ନେଟୱର୍କ ଉପକରଣ ପାଇଁ ସଂସ୍କରଣ 2.102.512r ରେ ଅଦ୍ୟତନ କରାଯାଇଛି
  • Broadcom NetXtreme II ନେଟୱର୍କ କାର୍ଡଗୁଡ଼ିକ ପାଇଁ bnx2 ଡ୍ରାଇଭରକୁ ସଂସ୍କରଣ 2.0.8 କୁ ଅଦ୍ୟତନ କରାଯାଇଛି (BZ#568601)
  • bnx2x ଡ୍ରାଇଭରକୁ Broadcom Everest ନେଟୱର୍କ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 1.52.53-4 ରେ ଅଦ୍ୟତନ କରାଯାଇଛି
  • NVIDIA nForce ଉପକରଣଗୁଡ଼ିକ ପାଇଁ forcedeth ଇଥରନେଟ ଡ୍ରାଇଭରକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଅଦ୍ୟତନ କରାଯାଇଛି
  • Intel PRO/1000 ଇଥରନେଟ ଉପକରଣଗୁଡ଼ିକ ପାଇଁ e1000e ଡ୍ରାଇଭରକୁ ଅପଷ୍ଟ୍ରିମ ସଂସ୍କରଣ 1.2.7-k2 କୁ ଅଦ୍ୟତନ କରାଯାଇଛି
  • Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ enic ଡ୍ରାଇଭରକୁ ସଂସ୍କରଣ 1.4.1.2 କୁ ଅଦ୍ୟତନ କରାଯାଇଛି
  • PCI-AER ପାଇଁ ସହାୟତା ଯୋଗକରି, Intel Gigabit ଇଥରନେଟ ଏଡପଟରଗୁଡ଼ିକ ପାଇଁ igb ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • Intel 10 Gigabit PCI Express ନେଟୱର୍କ ଉପକରଣଗୁଡ଼ିକ ପାଇଁ ixgbe ଡ୍ରାଇଭରକୁ ସଂସ୍କରଣ 2.0.84-k2 କୁ ଅଦ୍ୟତନ କରାଯାଇଛି।
  • NetXen Multi port (1/10) Gigabit ନେଟୱର୍କ ଉପକରଣଗୁଡ଼ିକ ପାଇଁ netxen ଡ୍ରାଇଭରକୁ ସଂସ୍କରଣ 4.0.73 କୁ ଅଦ୍ୟତନ କରାଯାଇଛି।
  • QLogic 10 Gigabit PCI-E ଇଥରନେଟ ଉପକରଣଗୁଡ଼ିକ ପାଇଁ qlge ଡ୍ରାଇଭରକୁ ସଂସ୍କରଣ 1.00.00.25 କୁ ଅଦ୍ୟତନ କରାଯାଇଛି।
  • Solarflare ଡ୍ରାଇଭର (sfc) କୁ ସଂସ୍କରଣ 2.6.36-4c1 କୁ ଅଦ୍ୟତନ କରାଯାଇଛି
  • Broadcom Tigon3 ଇଥରନେଟ ଉପକରଣଗୁଡ଼ିକ ପାଇଁ tg3 ଡ୍ରାଇଭରକୁ ସଂସ୍କରଣ 3.108+ କୁ ଅଦ୍ୟତନ କରାଯାଇଛି
  • Neterion's X3100 Series 10GbE PCIe ଉପକରଣଗୁଡ଼ିକ ପାଇଁ vxge ଡ୍ରାଇଭରକୁ ସଂସ୍କରଣ 2.0.8.20182-k କୁ ଅଦ୍ୟତନ କରାଯାଇଛି

9.2. ସଂରକ୍ଷଣ ଉପକରଣ ଡ୍ରାଇଭରଗୁଡ଼ିକ

  • HP Smart Array ନିୟନ୍ତ୍ରକଗୁଡ଼ିକ ପାଇଁ cciss ଡ୍ରାଇଭରକୁ ସଂସ୍କରଣ 3.6.22.RH1 କୁ ଅଦ୍ୟତନ କରାଯାଇଛି
  • qla4xxxqla4xxx ଡ୍ରାଇଭରକୁ ସଂସ୍କରଣ 5.02.03.00.05.06-d1 କୁ ଅଦ୍ୟତନ କରାଯାଇଛି
  • Broadcom NetXtreme II iSCSI ପାଇଁ bnx2i ଡ୍ରାଇଭରକୁ ସଂସ୍କରଣ 2.1.3 କୁ ଅଦ୍ୟତନ କରାଯାଇଛି
  • ServerEngines BladeEngine 2 Open iSCSI ଉପକରଣଗୁଡ଼ିକ ପାଇଁ be2iscsi ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • Emulex ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡପଟରଗୁଡ଼ିକ ପାଇଁ lpfc ଡ୍ରାଇଭରକୁ ସଂସ୍କରଣ 8.2.0.87 କୁ ଅଦ୍ୟତନ କରାଯାଇଛି
  • ipr ଡ୍ରାଇଭରକୁ ସଂସ୍କରଣ 2.2.0.4 କୁ ଅଦ୍ୟତନ କରାଯାଇଛି
  • 3w-sas ଡ୍ରାଇଭରକୁ ସଂସ୍କରଣ 3.26.00.028-2.6.18RH କୁ ଅଦ୍ୟତନ କରାଯାଇଛି
  • 3ware SATA RAID ନିୟନ୍ତ୍ରକ ପାଇଁ 3w-xxxx ଡ୍ରାଇଭରକୁ ସଂସ୍କରଣ 2.26.08.007-2.6.18RH କୁ ଅଦ୍ୟତିତ କରାଯାଇଛି
  • Chelsio ହୋଷ୍ଟ ବସ ଏଡପଟର (HBAs) ଗୁଡ଼ିକ ପାଇଁ cxgb3i ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • LSI MegaRAID SAS ନିୟନ୍ତ୍ରକ ପାଇଁ megaraid_sas ଡ୍ରାଇଭରକୁସଂସ୍କରଣ 4.31 କୁ ଅଦ୍ୟତିତ କରାଯାଇଛି
  • mpt2sas ଡ୍ରାଇଭର ଯାହାକି LSI ରୁ SAS-2 ଏଡପଟର ପରିବାରକୁ ସଂସ୍କରଣ 05.101.00.02 କୁ ଅଦ୍ୟତନ କରାଯାଇଛି
  • QLogic ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡପଟର ପାଇଁ qla2xxx ଡ୍ରାଇଭରକୁ ସଂସ୍କରଣ 8.03.01.05.05.06-k କୁ ଅଦ୍ୟତନ କରାଯାଇଛି

9.3. ଡେସ୍କଟପ ଡ୍ରାଇଭର ଅଦ୍ୟତନଗୁଡ଼ିକ

  • Intel ସନ୍ନିହିତ ପ୍ରଦର୍ଶନ ଉପକରଣଗୁଡ଼ିକ ପାଇଁ i810 ଡ୍ରାଇଭରଗୁଡ଼ିକୁ IronLake ପାଇଁ ଅତିରିକ୍ତ ସହାୟତା ସହିତ ଅଦ୍ୟତନ କରାଯାଇଛି।
  • sis ଡ୍ରାଇଭରକୁ Volari Z9s ଉପକରଣଗୁଡ଼ିକ ପାଇଁ ଅତିରିକ୍ତ ସହାୟତା ସହିତ ଅଦ୍ୟତନ କରାଯାଇଛି।
  • G200eH ଉପକରଣ ପାଇଁ ଅତିରିକ୍ତ ସହାୟତା ସହିତ, Matrox ଭିଡିଓ ଉପକରଣଗୁଡ଼ିକ ପାଇଁ mga ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।

9.4. ମୁଦ୍ରଣୀ ଡ୍ରାଇଭରଗୁଡ଼ିକ

  • HPLIP (Hewlett-Packard Linux ପ୍ରତିବିମ୍ବ ନିର୍ମାଣ ଏବଂ ମୁଦ୍ରଣ ପ୍ରକଳ୍ପ) ପ୍ୟାକେଜ HP ମୁଦ୍ରଣୀଗୁଡ଼ିକ ପାଇଁ ଡ୍ରାଇଭର ଏବଂ ସନ୍ନିହିତ ବହୁମାଧ୍ଯମ ଅଂଶବିଶେଷପ୍ରଦାନ କରିଥାଏ। HPLIP ର ସଂସ୍କରଣ 3.9.8 ବର୍ତ୍ତମାନ ଗୋଟିଏ ପୃଥକ hplip3 ପ୍ୟାକେଜ ଆକାରରେ ଉପଲବ୍ଧ। ମନେରଖନ୍ତୁ ଯେ hplip3 ପ୍ୟାକେଜ HPLIP ର ଗୋଟିଏ ନୂତନ ସଂସ୍କରଣ Red Hat Enterprise Linux 5 ରେ ପ୍ରଦାନ କରିଥାଏ। ଏହା ସହିତ ସମ୍ପୃକ୍ତ ନିର୍ଦ୍ଦେଶନାମ ଉପଯୋଗିତାଗୁଡ଼ିକ hp3- ସହିତ hp- ପରିବର୍ତ୍ତେ ପୂର୍ବରେ ଲାଗିଥାଏ, ଉଦାହରଣ ସ୍ୱରୂପ: hp3-setup.

10. ବିକାଶକାରୀ ଉପକରଣଗୁଡ଼ିକ

GNU gettext
GNU gettext ପ୍ୟାକେଜ ସାଧନଗୁଡ଼ିକର ଗୋଟିଏ ସେଟ ପ୍ରଦାନ କରିଥାଏ ଏବଂ ଏକାଧିକ ଭାଷା ବିଶିଷ୍ଟ ସନ୍ଦେଶଗୁଡ଼ିକ ପାଇଁ ପ୍ରଗ୍ରାମରେ ଦଲିଲ ଉତ୍ପନ୍ନ କରିଥାଏ। Red Hat Enterprise Linux 5.6 ରେ, gettext କୁ ସଂସ୍କରଣ 0.17 କୁ ଅଦ୍ୟତନ କରାଯାଇଥାଏ। ମନେରଖନ୍ତୁ ଯେ java ଏବଂ libintl.jar ସହାୟତାକୁ ଏହି ଅଦ୍ୟତିତ gettext ପ୍ୟାକେଜରେ ସହାୟତା କରିଥାଏ।
ଉପସଂସ୍କରଣ
Subversion (SVN) ଟି ଗୋଟିଏ ସହଯୋଗୀ ନିୟନ୍ତ୍ରଣ ତନ୍ତ୍ର ଯାହାକି ଗୋଟିଏ କିମ୍ବା ଅନେକ ଚାଳକମାନଙ୍କୁ ସକ୍ରିୟ କରିଥାଏ ଏବଂ ଫାଇଲ ଏବଂ ଡିରେକ୍ଟୋରୀକ୍ରମକୁ ପରିଚାଳନା କରିଥାଏ ଯେଉଁଥିରେ ସମସ୍ତ ପରିବର୍ତ୍ତନଗୁଡ଼ିକର ପୁରୁଣାତଥ୍ୟକୁ ରଖାଯାଏ। Red Hat Enterprise Linux 5.6 ରେ ଉପ-ସଂସ୍କରଣକୁ ସଂସ୍କରଣ 1.6.11 ରେ ଅଦ୍ୟତନ କରାଯାଇଛି, ନୂତନ ମିଶ୍ରଣ ଏବଂ ପାରସ୍ପରିକ ସମାଧାନ ବିଶେଷତାକୁ ଦର୍ଶାଇଥାଏ।
GDB ରେ Python ସ୍କ୍ରିପ୍ଟିଙ୍ଗ
ଏହି ଅଦ୍ୟତନରେ GNU ପ୍ରକଳ୍ପ ତ୍ରୁଟିନିବାରଣ (GDB) ର ଗୋଟିଏ ନୂତନ ସଂସ୍କରଣ ପ୍ରଦାନ କରାଯାଇଥାଏ, ଯେଉଁଥିରେ ନୂତନ Python API କୁ ଦର୍ଶାଯାଇଥାଏ। ଏହି API ସ୍ୱୟଂଚାଳିତ ଭାବରେ Python ପ୍ରଗ୍ରାମରେ ଲିଖିତ ସ୍କ୍ରିପ୍ଟକୁ ବ୍ୟବହାର କରି GDB କୁ ଅନୁମତି ଦେଇଥାଏ।
Python API ର ଗୋଟିଏ ଦୃଷ୍ଟିଯୋଗ୍ୟ ବିଶେଷତା ହେଉଛି GDB ର ଫଳାଫଳକୁ Python ସ୍କ୍ରିପ୍ଟ ବ୍ୟବହାର କରି ସଜାଡ଼ିବାର କ୍ଷମତା (ସାଧାରଣତଃ ସୁନ୍ଦର-ମୁଦ୍ରଣ ନାମରେ ପରିଚିତ)। ପୂର୍ବେ, GDB ରେ ସୁନ୍ଦର-ମୁଦ୍ରଣକୁ ମାନ୍ୟତାପ୍ରାପ୍ତ ବିନ୍ୟାସକୁ ବ୍ୟବହାର କରି ସଂରଚନା କରାଯାଇଥାଏ। ଇଚ୍ଛାମୁତାବକ ସୁନ୍ଦର-ମୁଦ୍ରଣ ସ୍କ୍ରିପ୍ଟଗୁଡ଼ିକୁ ନିୟନ୍ତ୍ରଣ କରି ନିର୍ମାଣ କରିବାର କ୍ଷମତାକୁ GDB ପ୍ରଦର୍ଶନଗୁଡ଼ିକ ଦ୍ୱାରା ଦର୍ଶାଯାଇଥାଏ। Red Hat Enterprise Linux କୁ ସମ୍ପୂର୍ଣ୍ଣ ସୁଟ ଦ୍ୱାରା GNU ମାନକ C++ ଲାଇବ୍ରେରୀ ପାଇଁ (libstdc++) ପ୍ରକାଶ କରାଯାଇଥାଏ।
GNU ସଙ୍କଳନ ସଙ୍ଗ୍ରହକାରୀ (GCC)
GNU Compiler Collection (GCC) ରେ ଅନ୍ୟମାନଙ୍କ ସହିତ ଏହା ମଧ୍ଯ ଅନ୍ତର୍ଭୁକ୍ତ, C, C++, ଏବଂ Java GNU ସଙ୍କଳକ ଏବଂ ସମ୍ପୃକ୍ତ ସମର୍ଥନ ଲାଇବ୍ରେରୀଗୁଡ଼ିକ। Red Hat Enterprise Linux 5.6 ରେ GCC ର ସଂସ୍କରଣ 4.4 କୁ Red Hat Enterprise Linux 6 ସହିତ ନିଜମଧ୍ଯରେ କାର୍ଯ୍ୟକ୍ଷମତା ପ୍ରଦାନ କରି ଦର୍ଶାଇଥାଏ।
GNU C ଲାଇବ୍ରେରୀ (glibc)
Red Hat Enterprise Linux ର ଏକାଧିକ ପ୍ରଗ୍ରାମ ଦ୍ୱାରା ବ୍ୟବହୃତ GNU C ଲାଇବ୍ରେରୀ (glibc) ପ୍ୟାକେଜଗୁଡ଼ିକ ମାନ୍ୟତା ପ୍ରାପ୍ତ C ଲାଇବ୍ରେରୀଗୁଡ଼ିକୁ ଧାରଣ କରିଥାଏ। ଏହି ପ୍ୟାକେଜଗୁଡ଼ିକ ମାନ୍ୟତାପ୍ରାପ୍ତ C ଏବଂ ମାନକ ଗଣିତ ଲାଇବ୍ରେରୀଗୁଡ଼ିକୁ ଧାରଣ କରିଥାଏ। ଏହି ଦୁଇଟି ଲାଇବ୍ରେରୀ ବିନା, Linux ତନ୍ତ୍ର ସଠିକ ଭାବରେ କାର୍ଯ୍ୟ କରିପାରିନଥାଏ।
glibc କୁ Red Hat Enterprise Linux 5.6 ରେ ଅଦ୍ୟତନ କରାଯାଇଛି, POWER7 ଏବଂ ISA 2.06 CPUs ପାଇଁ ଅତିରିକ୍ତ ସହାୟତା ପ୍ରଦାନ କରି।
OpenJDK
Red Hat Enterprise Linux 5.6 ରେ ଥିବା OpenJDK କୁ IcedTea ସଂସ୍କରଣ 1.7.5 କୁ ଅଦ୍ୟତିତ କରାଯାଇଛି। ଏହା ଅଦ୍ୟତନ ନିମ୍ନଲିଖିତ ଯୋଗଦାନକୁ ପ୍ରଦାନ କରିଥାଏ:
  • HotSpot ସ୍ଥାୟୀତ୍ତ୍ୱ ଏବଂ କାର୍ଯ୍ୟଦକ୍ଷତା ଉନ୍ନତି
  • Xrender ପାଇପଲାଇନ ସହାୟତା
  • visual anomalies ପାଇଁ ସମାଧାନ, tzdata କୁ ବ୍ୟବହାର କରି ସନ୍ତୁଳିତ ସମୟ ମଣ୍ଡଳ ସହାୟତା
  • ଉନ୍ନତ ଆଲେଖୀକ ଫାଇଲ ସମର୍ଥନ ଏବଂ ହାରାହାରୀ JAR କାର୍ଯ୍ୟ
  • NUMA ନିର୍ଦ୍ଦେଶକ ସମର୍ଥନ

A. ସଂଶୋଧିତ ବିବରଣୀ

ସଂଶୋଧନ ଇତିହାସ
ସଂଶୋଧନ 0-23Tue Dec 07 2010Ryan ଲର୍ଚ
ପ୍ରାରମ୍ଭିକ ପ୍ରକାଶନ ଟିପ୍ପଣୀ