Product SiteDocumentation Site

Red Hat Enterprise Linux 6

Release Notes

Red Hat Enterprise Linux 6.4 ପାଇଁ ପ୍ରକାଶନ ଟିପ୍ପଣୀ

ସଂସକରଣ 4


ବୈଧାନିକ ସୂଚନା

Copyright © 2012 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
All other trademarks are the property of their respective owners.


1801 Varsity Drive
 RaleighNC 27606-2072 USA
 Phone: +1 919 754 3700
 Phone: 888 733 4281
 Fax: +1 919 754 3701

ସାରାଂଶ
ପ୍ରକାଶନ ଟିପ୍ପଣୀରେ ଉଚ୍ଚ ମାନର ଉନ୍ନତି ଏବଂ Red Hat Enterprise Linux 6.4 ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linuxରେ 6.4 ଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ,ଯାନ୍ତ୍ରିକ ଟିପ୍ପଣୀ କୁ ଅନୁସରଣ କରନ୍ତୁ।

ଉପକ୍ରମଣିକା
1. ସ୍ଥାପନ
2. କର୍ଣ୍ଣଲ
3. ଉପକରଣ ଡ୍ରାଇଭରଗୁଡ଼ିକ
4. ନେଟୱର୍କିଙ୍ଗ
5. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
6. ସୁରକ୍ଷା
7. ଅଧିକାର
8. ଆଭାସୀକରଣ
8.1. KVM
8.2. Hyper-V
8.3. VMware ESX
9. ଏକତ୍ରିକରଣ
10. ସଂରକ୍ଷଣ ସ୍ଥାନ
11. ସଙ୍କଳକ ଏବଂ ସାଧାନମାନ
12. ସାଧାରଣ ଅଦ୍ୟତନଗୁଡ଼ିକ
A. ପୁନରୀକ୍ଷଣ ପୁରୁଣା ତଥ୍ୟ

ଉପକ୍ରମଣିକା

Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣର ସମଷ୍ଟି। Red Hat Enterprise Linux 6.4 ପ୍ରକାଶନ ଟିପ୍ପଣୀ Red Hat Enterprise Linux 6 ପ୍ରଚାଳନ ତନ୍ତ୍ରରେ ହୋଇଥିବା ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ସନ୍ନିହିତ ପ୍ରୟୋଗଗୁଡ଼ିକରେ ଗୌଣ ପ୍ରକାଶନ ପାଇଁ ଦଲିଲିକରଣ କରିଥାଏ।ଗୌଣ ପ୍ରକାଶନରେ ପରିବର୍ତ୍ତନଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ (ଯେପରିକି, ତ୍ରୁଟି ନିବାରଣ, ଯୋଗ ହୋଇଥିବା ଉନ୍ନତି, ଏବଂ ଜଣାଥିବା ସମସ୍ୟା) ଯାନ୍ତ୍ରିକ ଟିପ୍ପଣୀ ରେ ଉପଲବ୍ଧ।ଯାନ୍ତ୍ରିକ ଟିପ୍ପଣୀ ଦଲିଲ ମଧ୍ଯ ସମସ୍ତ ପ୍ରଚଳିତ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନକୁ ସେଗୁଡ଼ିକୁ ପ୍ରଦାନ କରୁଥିବା ପ୍ୟାକେଜ ସହିତ ଦର୍ଶାଇଥାଏ।

ଗୁରୁତ୍ବପୂର୍ଣ୍ଣ

ଅନଲାଇନ Red Hat Enterprise Linux 6.4 ପ୍ରକାଶନ ଟିପ୍ପଣୀ, ଯାହାକିଏଠାରେ ଅବସ୍ଥିତ, ତାହାକୁ ପ୍ରକୃତ, ଅଦ୍ୟତିତ ସଂସ୍କରଣ ଭାବରେ ଗ୍ରହଣ କରାଯାଇଥାଏ। ପ୍ରକାଶନ ବିଷୟରେ ପ୍ରଶ୍ନକରୁଥିବା ଗ୍ରାହକମାନଙ୍କୁ ଅନଲାଇନରେ ପ୍ରକାଶନ ଏବଂ ଯାନ୍ତ୍ରିକ ଟିପ୍ପଣୀ ରେସେମାନଙ୍କର Red Hat Enterprise Linux ସଂସ୍କରଣ ସହିତ ସମ୍ପର୍କ କରିବା ପାଇଁ ଉପଦେଶ ଦିଆଯାଇଥାଏ।
ଯଦି ଆପଣଙ୍କୁ Red Hat Enterprise Linux ଜୀବନଚକ୍ର ବିଷୟରେ ସୂଚନା ଆବଶ୍ୟକ, ତେବେ https://access.redhat.com/support/policy/updates/errata/ କୁ ଅନୁସରଣ କରନ୍ତୁ।

ଅଧ୍ଯାୟ 1. ସ୍ଥାପନ

କିକଷ୍ଟାର୍ଟ ଫାଇଲରେ FCoE ସହାୟତା

Red Hat Enterprise Linux 6.4 ସ୍ଥାପନ କରିବା ପାଇଁ କିକଷ୍ଟାର୍ଟ ଫାଇଲ ବ୍ୟବହାର କରିବା ସମୟରେ, ନୂତନ fcoe କିକଷ୍ଟାର୍ଟ ବିକଳ୍ପକୁ ଆପଣ ଉଲ୍ଲେଖ କରିପାରିବେ ଯାହାକି Fibre Channel over Ethernet (FCoE) ଉପକରଣ ସ୍ୱୟଂଚାଳିତ ଭାବରେଉନ୍ନତ ଡିସ୍କ ଡ୍ରାଇଭ (EDD) ସର୍ଭିସଗୁଡ଼ିକ ଦ୍ୱାରା ସକ୍ରିୟ କରିଥାଏ। ଅଧିକ ସୂଚନା ପାଇଁ, Red Hat Enterprise Linux 6 ରେ କିକଷ୍ଟାର୍ଟ ବିକଳ୍ପ ବିଭାଗରେ ଥିବା ସ୍ଥାପନ ପୁସ୍ତକ କୁ ସକ୍ରିୟ କରିଥାଏ।

VLAN ଉପରେ ସ୍ଥାପନା

Red Hat Enterprise Linux 6.4 ରେ, vlanid= ବୁଟ ବିକଳ୍ପଏବଂ --vlanid= କିକଷ୍ଟାର୍ଟ ବିକଳ୍ପ ଆପଣଙ୍କୁ ନିର୍ଦ୍ଦିଷ୍ଟ ନେଟୱର୍କ ଉପକରଣ ପାଇଁଆଭାସୀ LAN ID (802.1q tag) ସେଟ କରିବା ପାଇଁ ଅନୁମତି ଦେଇଥାଏ। ଏହି ବିକଳ୍ପ ମଧ୍ଯରୁ ଗୋଟିଏକୁ ଉଲ୍ଲେଖ କରି, ଆପଣ VLAN ଉପରେ ତନ୍ତ୍ର ସ୍ଥାପନା କରିପାରିବେ।

ବନ୍ଧନକୁ ବିନ୍ୟାସ କରୁଅଛି

bond ବୁଟ ବିକଳ୍ପ ଏବଂ --bondslaves ଏବଂ --bondopts କିକଷ୍ଟାର୍ଟ ବିକଳ୍ପଗୁଡ଼ିକୁ ବନ୍ଧନ ବିନ୍ୟାସ କରିବା ପାଇଁ ବ୍ୟବହାର କରାଯାଇପାରିବ। ବନ୍ଧନକୁ କିପରି ବିନ୍ୟାସ କରିବେ ତାହା ବିଷୟରେ ଅଧିକ ସୂଚନା ପାଇଁ, Red Hat Enterprise Linux 6 ର ସ୍ଥାପନ ପୁସ୍ତକ: ବିଭାଗରେ କିକଷ୍ଟାର୍ଟ ବିକଳ୍ପଗୁଡ଼ିକୁ ଏବଂ ଅଧ୍ଯାୟ ବୁଟ ବିକଳ୍ପଗୁଡ଼ିକୁ ଅନୁସରଣ କରନ୍ତୁ।

ଅଧ୍ଯାୟ 2. କର୍ଣ୍ଣଲ

ଫାଇବର ଚ୍ୟାନେଲ ପ୍ରୋଟୋକଲ: ଏପାଖରୁ ସେପାଖ ତଥ୍ୟ ସ୍ଥିରତା ଯାଞ୍ଚ

ହୋଷ୍ଟ ଏବଂ ସଂରକ୍ଷଣ ସର୍ଭର ମଧ୍ଯରେ ତଥ୍ୟ ଅଖଣ୍ଡତାକୁ Red Hat Enterprise Linux 6.4 ରେ T10 DIF SCSI ମାନ୍ୟତାପ୍ରାପ୍ତ ଏପାଖ-ସେପାଖ (E2E) ତଥ୍ୟ ସ୍ଥାୟୀତ୍ତ୍ୱ ଯାଞ୍ଚର zFCP-ନିର୍ଦ୍ଦିଷ୍ଟ ଅଂଶରେ ଉନ୍ନତ କରାଯାଇଛି।

IBM System z ପାଇଁ ଫ୍ଲାସ ଏକ୍ସପ୍ରେସ ସହାୟତା

IBM System z ପାଇଁ ସଂରକ୍ଷଣ-ଶ୍ରେଣୀ ସ୍ମୃତିସ୍ଥାନ (SCM) ଟି ହେଉଛି ତଥ୍ୟ ସଂରକ୍ଷଣ ଉପକରଣଗୁଡ଼ିକର ଏକ ଅଂଶ ଯାହାକି ଉଭୟ ସଂରକ୍ଷଣ ଏବଂ ସ୍ମୃତିସ୍ଥାନକୁ ଯୋଡ଼ିଥାଏ। System z ପାଇଁ SCM ବର୍ତ୍ତମାନ ଫ୍ଲାସ ଏକ୍ସପ୍ରେସ ସ୍ମୃତିସ୍ଥାନକୁ ସହାୟତା ଦେଇଥାଏ। SCM ବୃଦ୍ଧିକୁ ଅନୁଲମ୍ବିତ ଅସନ୍ତୁଳିତ ତଥ୍ୟ ଗତି (EADM) ଉପଚ୍ୟାନେଲଗୁଡ଼ିକ ମାଧ୍ଯମରେ ଅଭିଗମ୍ୟ କରିପାରିବେ। ପ୍ରତ୍ୟେକ ବୃଦ୍ଧିକୁ ଏକ ବ୍ଲକ ଉପକରଣ ଦ୍ୱାରା ଦର୍ଶାଯାଇଥାଏ। ଏହି ବିଶେଷତା ପୃଷ୍ଠା ହାରକୁ ଉନ୍ନତ କରିଥାଏ ଏବଂଅସ୍ଥାୟୀ ସଂରକ୍ଷଣ ସ୍ଥାନ ପାଇଁ କାର୍ଯ୍ୟଦକ୍ଷତା ହାସଲ କରିଥାଏ, ଉଦାହରଣ ସ୍ୱରୂପ ତଥ୍ୟ ସଞ୍ଚୟ।

Open vSwitch କର୍ଣ୍ଣଲ ମଡ୍ୟୁଲ

Red Hat Enterprise Linux 6.4 ରେ Open vSwitch କର୍ଣ୍ଣଲ ମଡ୍ୟୁଲକୁ Red Hat ର ସ୍ତରମୟ ଉତ୍ପାଦନ ପାଇଁ ସକ୍ରିୟକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। Open vSwitch କୁ କେବଳ ସେହି ଉତ୍ପାଦନଗୁଡ଼ିକ ସହିତ ସହାୟତା ପ୍ରାପ୍ତ। ଦୟାକରି ମନେରଖନ୍ତୁ ଯେ ଏହି ଆବଶ୍ୟକୀୟ ବ୍ୟବହାରକାରୀ ସ୍ଥାନ ଉପଯୋଗିତା ବିନା, Open vSwitch କାମ କରିବ ନାହିଁ ଏବଂ ବ୍ୟବହାର ପାଇଁ ସକ୍ରିୟ କରାଯାଇପାରିବ ନାହିଁ।ଅଧିକ ସୂଚନା ପାଇଁ, ଦୟାକରି ନିମ୍ନଲିଖିତ ଜ୍ଞାନ ଆଧାର ପତ୍ରିକାକୁ ଅନୁସରଣ କରନ୍ତୁ: https://access.redhat.com/knowledge/articles/270223.

ବୁଟ ହୋଇଥିବା ତନ୍ତ୍ର ଏବଂ ତ୍ୟାଗ କରାଯାଇଥିବା ତନ୍ତ୍ର

ଏହି ବିଶେଷତା ଆପଣଙ୍କୁ ବୁଟ ହୋଇଥିବା ତନ୍ତ୍ର ଏବଂ ତ୍ୟାଗ କରାଯାଇଥିବା ତନ୍ତ୍ରକୁ ତୁଳନା କରିବା ପାଇଁ ଅନୁମତି ଦେଇଥାଏଯାହା ଫଳରେ ଆପଣ ପ୍ରତିଛବି ସ୍ଥାନାନ୍ତରଣ ଦ୍ୱାରା ଆସିଥିବା ପରିବର୍ତ୍ତନଗୁଡ଼ିକୁ ଭଲ ଭାବରେ ବିଶ୍ଳେଷଣ କରିପାରିବେ।ଏକ ଅତିଥିକୁ ଚିହ୍ନିବା ପାଇଁ, stsi ଏବଂ stfle ତଥ୍ୟକୁ ବ୍ୟବହାର କରାଯାଇଥାଏ। ଏକ ନୂତନ କାର୍ଯ୍ୟ, lgr_info_log() ପ୍ରଚଳିତ ତଥ୍ୟକୁ (lgr_info_cur) ଅନ୍ତିମ ଲିପିବଦ୍ଧ ତଥ୍ୟ (lgr_info_last) ସହିତ ତୁଳନା କରିଥାଏ।

Perf ସାଧନକୁ ଅଦ୍ୟତନ କରାଯାଇଛି

perf ସାଧନକୁ ଅପଷ୍ଟ୍ରିମ ସଂସ୍କରଣ 3.6-rc7 କୁ ଅଦ୍ୟତନ କରାଯାଇଛି, ଯାହାକି ବହୁ ସଂଖ୍ୟକ ତ୍ରୁଟି ନିବାରଣ ଏବଂ ଉନ୍ନତି ପ୍ରଦାନ କରିଥାଏ। ନିମ୍ନଲିଖିତଟି ହେଉଛି ଦୃଷ୍ଟିଯୋଗ୍ୟ ଉନ୍ନତିଗୁଡ଼ିକର ଏକ ତାଲିକା:
  • Kprobe ଘଟଣାଗୁଡ଼ିକର ସହାୟତାକୁ ଯୋଗକରାଯାଇଥିଲା।
  • ଏକ ନୂତନ perf ଘଟଣା ପାଠ୍ୟ ଧାରା ବାକ୍ୟବିନ୍ୟାସ ଯନ୍ତ୍ରକୁ ଯୋଗକରାଯାଇଛି, ଯାହାକି କୁଟିଳ ବନ୍ଧନିକୁ ({ ଏବଂ }) ଘଟଣା ଶ୍ରେଣୀର ସଂଜ୍ଞ୍ୟା ପାଇଁ ବ୍ୟବହାର କରିବା ପାଇଁ ଅନୁମତି ଦେଇଥାଏ, ଉଦାହରଣ ସ୍ୱରୂପ: {cycles,cache-misses}.
  • perf ବ୍ୟାଖ୍ୟାକାରୀ ବ୍ରାଉଜରକୁ ଉନ୍ନତ କରାଯାଇଛିତେଣୁ ASM କଲ ମାଧ୍ଯମରେ ଅନୁମତି ଦେଇଥାଏ ଏବଂ ଆଗକୁ ଯାଇଥାଏ।
  • perf ସାଧନକୁ ନୂତନ --uid ପାଠ୍ୟ ଧାରା ବିକଳ୍ପ ସହିତ ଅଦ୍ୟତନ କରାଯାଇଛି। ବ୍ୟବହାର କରିବା ସମୟରେ, perf ଏକ ନିର୍ଦ୍ଦିଷ୍ଟ ବ୍ୟବହାରକାରୀଙ୍କୁ କେବଳ ଦର୍ଶାଇଥାଏ।
  • perf ସାଧନ ବର୍ତ୍ତମାନ ଏକ ବିଭିନ୍ନ ପ୍ରକାରର ସ୍ୱୟଂଚାଳିତ ସାଧନ ପ୍ରଦାନ କରିଥାଏ।

ଗୌଣ PMU ସହାୟତା

Red Hat Enterprise Linux 6.4 ସହିତ ଆସିଥିବା କର୍ଣ୍ଣଲ "ଗୌଣ" କାର୍ଯ୍ୟଦକ୍ଷତା ନିରୀକ୍ଷଣ ଏକକ (PMU) ସହାୟତାକୁ perf ଘଟଣା ଉପତନ୍ତ୍ରରେ Intel Xeon Processor X55xx ଏବଂ Intel Xeon Processor X56xx ପରିବାରର ସଞ୍ଚାଳକମାନଙ୍କ ପାଇଁ ଯୋଗ କରିଥାଏ। "ଗୌଣ" ଭୌତିକ ସଞ୍ଚାଳକ ପ୍ୟାକେଜରେ ଉପତନ୍ତ୍ରକୁ ବୁଝାଇଥାଏ ଯାହାକି ଏକାଧିକ ସଞ୍ଚାଳକ ମୂଖ୍ୟ ଦ୍ୱାରା ସହଭାଗ କରାଯାଇଥାଏ, ଉଦାହରଣ ସ୍ୱରୂପ L3 କ୍ୟାଶେ। ଗୌଣ PMU ସହାୟତା ସହିତ, କାର୍ଯ୍ୟଦକ୍ଷତା ତଥ୍ୟକୁ ସହଜରେ ପ୍ୟାକେଜ ସ୍ତର ଉପରେ ସଂଗ୍ରହ କରିପାରିବେ।
PMU ଘଟଣାଗୁଡ଼ିକର ବିଶ୍ଳଷଣକୁ ମଧ୍ଯ perf ମାଧ୍ଯମରେ ତ୍ରୁଟି ନିବାରଣ ପାଇଁ ସକ୍ରିୟ କରିପାରିବେ।

ହ୍ରାସ ହୋଇଥିବା memcg ସ୍ମୃତିସ୍ଥାନ

ସ୍ମୃତିସ୍ଥାନ ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକସେମାନଙ୍କର ନିଜର ଅତିକମ ବ୍ୟବହୃତ (LRU) ତାଲିକାକୁ ପରିଚାଳନା କରିଥାଏ, ଉଦାହରଣ ସ୍ୱରୂପ, ସ୍ମୃତିସ୍ଥାନ ପୁନରୁଦ୍ଧାର। ଏହି ତାଲିକାଟି ସର୍ବସାଧାରଣ ପ୍ରତି-କ୍ଷେତ୍ର LRU ତାଲିକା ଉପରେ ଥାଏ।Red Hat Enterprise Linux 6.4 ରେ, ସ୍ମୃତିସ୍ଥାନ memcg କୁ ସର୍ବସାଧାରଣ କ୍ଷେତ୍ର-ପ୍ରତି LRU ତାଲିକାକୁ ନିଷ୍କ୍ରିୟ କରିଥାଏ ଏବଂ ସେମାନଙ୍କର ବ୍ୟବହାରକାରୀମାନଙ୍କୁ ଏହା ପରିବର୍ତ୍ତେ ପ୍ରତି-କ୍ଷେତ୍ର ତାଲିକାଗୁଡ଼ିକରେ ପ୍ରୟୋଗ ହୋଇଥାଏ।

ସ୍ମୃତିସ୍ଥାନ ପୁନରୁଦ୍ଧାର ଏବଂ ସଂହନନ

Red Hat Enterprise Linux 6.4 ରେ ପ୍ରକାଶିତ କର୍ଣ୍ଣଲ ପୁନରୁଦ୍ଧାର ଏବଂ ସଂହନନ ଅନୁରୋଧଗୁଡ଼ିକୁ ଉଚ୍ଚ ଧରଣର ବଣ୍ଟନ ଅଥବା ସ୍ମୃତିସ୍ଥାନ ଚାପ ଅନ୍ତର୍ଗତରେ ବ୍ୟବହାର କରିଥାଏ।

କାରବାର ନିଷ୍ପାଦନ ସୁବିଧା ଏବଂ ଚାଲୁଥିବା ଯାନ୍ତ୍ରିକରଣ ସୁବିଧା ପାଇଁ ସହାୟତା

Linux କର୍ଣ୍ଣଲରେ କାରବାର-ନିଷ୍ପାଦନ ସୁବିଧାର ସହାୟତାକୁ (IBM zEnterprise EC12 ସହିତ ଉପଲବ୍ଧ) ସଫ୍ଟୱେର ଅପରିବର୍ତ୍ତନିତାକୁ ବାହାର କରିଥାଏ ଯାହାକି କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ ଏବଂ ବର୍ଦ୍ଧିତ ମାପନିୟତା ପ୍ରଦାନ କରିଥାଏ ଏବଂଉଚ୍ଚ ଧରଣର କାରବାରକୁ ଚଲାଇଥାଏ। ଚଳନ୍ତି ଯାନ୍ତ୍ରିକରଣ ସୁବିଧାର ସହାୟତା(IBM zEnterprise EC12 ସହିତ ଉପଲବ୍ଧ) ରୂପରେଖା ପ୍ରଗ୍ରାମ ସଂକେତର ଉନ୍ନତ ବିଶ୍ଳଷଣ ପାଇଁ ଏକ ଆଧୁନିକ ଯନ୍ତ୍ରକୌଶଳ ପ୍ରଦାନ କରିଥାଏ ଯହାକି ନୂତନ IBM JVM ଦ୍ୱାରା ସୃଷ୍ଟି ହୋଇଥାଏ।

ବିଫଳ ମୁକ୍ତ ଧାରା

Red Hat Enterprise Linux 6.4 ନୂତନ ବିଫଳ ମୁକ୍ତ ଧାରା ପାଇଁ ସହାୟତା ଯୋଗ କରିଥାଏ ଯେତେବେଳେନେଟଫିଲଟରର NFQUEUE ଲକ୍ଷ୍ଯସ୍ଥଳକୁ ଅନୁମତି ଦେଇଥାଏ। ଏହି ଧାରା ବ୍ୟବହାରକାରୀଙ୍କୁ ଅସ୍ଥାୟୀ ଭାବରେ ପ୍ୟାକେଟ ନିରୀକ୍ଷଣ ପାଇଁ ଅନୁମତି ଦେଇଥାଏ ଏବଂ ଭାରି ନେଟୱର୍କ ଯାତାୟାତ ସମୟରେ ସଂଯୋଗକୁ ସ୍ଥାପିତ ରଖିଥାଏ।

IBM System z ପାଇଁ kdump ଏବଂ kexec କର୍ଣ୍ଣଲ ଡମ୍ପ କୌଶଳ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ

Red Hat Enterprise Linux 6.4 ରେ, kdump/kexec କର୍ଣ୍ଣଲ ଡମ୍ପିଙ୍ଗ କୌଶଳକୁ IBM System z ତନ୍ତ୍ର ପାଇଁ ସମ୍ପୂର୍ଣ ଭାବରେ ସହାୟତା ପ୍ରାପ୍ତ ବିଶେଷତା ଭାବରେ, IBM System z ସହିତ ଏବଂ ହାଇପରଭାଇଜର ଡମ୍ପିଙ୍ଗ କୌଶଳ ସହିତ ସକ୍ରିୟ କରାଯାଇଛି। ସ୍ୱୟଂ-ସଂରକ୍ଷଣକୁ 4 GB ସେଟ କରାଯାଇଥାଏ; ତେଣୁ, 4 GB ରୁ ଅଧିକ କୌଣସି IBM System z ତନ୍ତ୍ରରେ kdump/kexec କୌଶଳକୁ ସକ୍ରିୟ କରାଯାଇଥାଏ।
ଯଥେଷ୍ଟ ସ୍ମୃତିସ୍ଥାନ ନିଶ୍ଚିତ ଭାବରେ ଉପଲବ୍ଧ ହୋଇଥାଏ କାରଣ kdump ପାଖାପାଖି 128 MB ପୂର୍ବନିର୍ଦ୍ଧାରିତ ଭାବରେ ସଂରକ୍ଷଣ କରିଥାଏ। ଏହା ବିଶେଷକରି ଆବଶ୍ୟକୀୟ ହୋଇଥାଏ ଯେତେବେଳେ Red Hat Enterprise Linux 6.4 କୁ ଉନ୍ନୟନ କରାଯାଇଥାଏ। ଯଥେଷ୍ଟ ଡିସ୍କ ସ୍ଥାନ ନିଶ୍ଚିତ ଭାବରେ ତନ୍ତ୍ର ନଷ୍ଟ ସମୟରେ ଡମ୍ପ ସଂରକ୍ଷଣ ପାଇଁ ଉପଲବ୍ଧ ହୋଇଥାଏ।
ଆପଣ kdump କୁ /etc/kdump.conf, system-config-kdump, କିମ୍ବା firstboot ମାଧ୍ଯମରେ ବିନ୍ୟାସ କିମ୍ବା ନିଷ୍କ୍ରିୟ କରିପାରିବେ।

KVM ପାଇଁ TSC ଅନ୍ତିମ ତାରିଖ ସହାୟତା

TSC ଅନ୍ତିମ ତାରିଖଟି ସ୍ଥାନିୟ APIC (LAPIC) ରେ ଏକ ନୂତନ ଧାରା ଅଟେ,ଯାହାକିTSC ଅନ୍ତିମ ତାରିଖ ଉପରେ ଏକ ସ୍ୱଳ୍ପ ସମୟ ବାଧା ସୃଷ୍ଟି କରିଥାଏ, ପ୍ରଚଳିତ APIC ଘଣ୍ଟା ଅନ୍ତରାଳ ସ୍ଥାନରେ। OS ଯୋଜନାକାରୀକୁ ଫଳପ୍ରଦ କରିବା ପାଇଁ ଏହା ଅଧିକ ସମୟମାପକ ବାଧା ପ୍ରଦାନ କରିଥାଏ (1 ଟିକରୁ କମ) । KVM ବର୍ତ୍ତମାନ ଏହି ବିଶେଷତାକୁ ଅତିଥିମାନଙ୍କ ସାମ୍ନାରେ ପ୍ରକାଶ କରିଥାଏ।

ସ୍ଥାୟୀ ଉପକରଣ ନାମକରଣ

ଏହି ବିଶେଷତାଟି ଉପକରଣ ନାମଗୁଡ଼ିକର ମେଳକକୁ ରଖିଥାଏ (ଉଦାହରଣ ସ୍ୱରୂପ, sda, sdb, ଏବଂ ଅନ୍ୟମାନେ) ଏବଂସ୍ଥାୟୀ ଉପକରଣ ନାମଗୁଡ଼ିକ (udev ଦ୍ୱାରା /dev/disk/by-*/ ରେ ପ୍ରଦତ୍ତ) କର୍ଣ୍ଣଲ ସନ୍ଦେଶଗୁଡ଼ିକୁ ରଖିଥାଏ। ଏହା ବ୍ୟବହାରକାରୀମାନଙ୍କୁଏକ ଉପକରଣକୁ କର୍ଣ୍ଣଲ ସନ୍ଦେଶଗୁଡ଼ିକରୁ ଚିହ୍ନିବା ପାଇଁ ଅନୁମତି ଦେଇଥାଏ। ଏହି କର୍ଣ୍ଣଲ /dev/kmsg ଲଗ, ଯାହାକି dmesg ନିର୍ଦ୍ଦେଶ ସହିତ ଦର୍ଶାଯାଇଥାଏ, ତାହା ବର୍ତ୍ତମାନ ସାଙ୍କେତିକ ସଂଯୋଗିକୀଗୁଡ଼ିକ ପାଇଁ ଦର୍ଶାଇଥାଏ, ଯାହାକୁ udev କର୍ଣ୍ଣଲ ଉପକରଣଗୁଡ଼ିକ ପାଇଁ ନିର୍ମିତ। ଏହି ସନ୍ଦେଶଗୁଡ଼ିକୁ ନିମ୍ନଲିଖିତ ଶୈଳୀରେ ଦର୍ଶାଯାଇଥାଏ:
udev-alias: <device_name> (<symbolic_link> <symbolic link> …)
କୌଣସି ଲଗ ବିଶ୍ଳଷକ ଏହି ସନ୍ଦେଶଗୁଡ଼ିକୁ ଦର୍ଶାଇପାରିବେ, ଯାହାକି /var/log/messages ରେ syslog ମାଧ୍ଯମରେ ସଂରକ୍ଷିତ ହୋଇଥାଏ।

ନୂତନ linuxptp ପ୍ୟାକେଜ

linuxptp ପ୍ୟାକେଜ, ଯାହାକି Red Hat Enterprise Linux 6.4 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ, ତାହା Linux ପାଇଁ IEEE ମାନ୍ୟତା ପ୍ରାପ୍ତ 1588 Precision Time Protocol (PTP) ର ଏକ ନିୟୋଜନ। ଏହି ଦୁଇମୁଖି ରଚନାର ଲକ୍ଷ୍ଯ ହେଉଛି ମାନ୍ୟତାପ୍ରାପ୍ତ ଏକ ସୁଦୃଢ଼ ନିୟୋଜନ ପ୍ରଦାନ କରିବା ଏବଂ ଅଧିକ ସମ୍ପୃକ୍ତ ଏବଂ Linux କର୍ଣ୍ଣଲ ଦ୍ୱାରା ପ୍ରଦତ୍ତ ଆଧୁନିକ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ (API) କୁ ବ୍ୟବହାର କରିବା।ପୁରୁଣା API ଗୁଡ଼ିକୁ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକୁ ସହାୟତା ପ୍ରଦାନ କରିବା ଏହାର ଲକ୍ଷ୍ଯ ନୁହଁ।

ସ୍ୱଚ୍ଛ Hugepages ଦଲିଲିକରଣ

ସ୍ୱଚ୍ଛ hugepages ର ଦଲିଲିକରଣକୁ ନିମ୍ନଲିଖିତ ଫାଇଲରେ ଯୋଗ କରାଯାଇଛି:
/usr/share/doc/kernel-doc-<version>/Documentation/vm/transhuge.txt

ତ୍ୟାଗ କରାଯାଇଥିବା ଲକ୍ଷ୍ଯଗୁଡ଼ିକର ସହାୟତା ସ୍ଥିତି

Red Hat Enterprise Linux 6.4 ରେ, /usr/share/doc/kexec-tools-2.0.0/kexec-kdump-howto.txt ଫାଇଲ ସହାୟତାପ୍ରାପ୍ତ, ସହାୟତା ନଥିବା, ଏବଂ ଅଜଣା ତ୍ୟାଗ କରାଯାଇଥିବା ଲକ୍ଷ୍ଯଗୁଡ଼ିକର ବିସ୍ତୃତ ତାଲିକାକୁ ତ୍ୟାଗ କରାଯାଇଥିବାଲକ୍ଷ୍ଯ ସହାୟତା ସ୍ଥିତି ରେ ପ୍ରଦାନ କରିଥାଏ।

ଅଧ୍ଯାୟ 3. ଉପକରଣ ଡ୍ରାଇଭରଗୁଡ଼ିକ

ସଂରକ୍ଷଣ ଡ୍ରାଇଭରଗୁଡ଼ିକ

  • ସିଧାସଳଖ ପ୍ରବେଶ ସୁବିଧା ସଂରକ୍ଷଣ ଉପକରଣଗୁଡ଼ିକ (DASD) ଉପକରଣଡ୍ରାଇଭରକୁ ପଥ ବିନ୍ୟାସ ତ୍ରୁଟିଗୁଡ଼ିକୁ ଚିହ୍ନିବା ପାଇଁ ଅଦ୍ୟତନ କରାଯାଇଛି ଯାହାକି ହାର୍ଡୱେର ଅଥବା ମାଇକ୍ରୋ ସଂକେତ ଦ୍ୱାରାଚିହ୍ନିହୋଇଥାଏ। ସଫଳ ଚିହ୍ନଟ ପରେ, ସେହି ଉପକରଣ ଡ୍ରାଇଭର ଏପରି କୌଣସି ପଥକୁ ବ୍ୟବହାର କରିନଥାଏ। ଏହି ବିଶେଷତା ସହିତ, ଉହାଦରଣ ସ୍ୱରୂପ, DASD ଉପକରଣ ଡ୍ରାଇଭର ପଥଗୁଡ଼ିକୁ ଚିହ୍ନିଥାଏ ଯାହାକି କିଛି ନିର୍ଦ୍ଦିଷ୍ଟ ଉପଚ୍ୟାନେଲରେ ନ୍ୟସ୍ତ ହୋଇଥାଏ କିନ୍ତୁଭିନ୍ନ ସଂରକ୍ଷଣ ସର୍ଭରଗୁଡ଼ିକୁ ଦର୍ଶାଇଥାଏ।
  • zfcp ଉପକରଣ ଡ୍ରାଇଭରକୁ ତଥ୍ୟ ସଂରଚନା ଯୋଗ ଏବଂ ତ୍ରୁଟି ନିୟନ୍ତ୍ରଣ ପାଇଁ ଅଦ୍ୟତନ କରାଯାଇଥାଏ ଯାହା ଫଳରେ ଉନ୍ନତ ଧାରାରେ System z Fibre Channel Protocol (FCP) ଏଡ଼ପଟର କାର୍ଡ ପାଇଁ ସହାୟତା ନିୟନ୍ତ୍ରଣ ହୋଇଥାଏ। ଏହି ଧାରାରେ, ଏଡ଼ପଟର ତଥ୍ୟକୁ ସିଧାସଳଖ ଭାବରେ ସ୍ମୃତିସ୍ଥାନରୁ SAN (ତଥ୍ୟ ପ୍ରବାହ) କୁ ପଠାଇଥାଏ ଯେତେବେଳେ ଏଡ଼ପଟର କାର୍ଡରେ ଥିବା ସ୍ମୃତିସ୍ଥାନକୁ ବୃହତ ଏବଂ ମନ୍ଥର I/O ଅନୁରୋଧ ଦ୍ୱାରା ବ୍ଲକ କରାଯାଇଥାଏ।
  • mtip32xx ଡ୍ରାଇଭରକୁ ନୂତନତମ PCIe SSD ଡ୍ରାଇଭରଗୁଡ଼ିକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • ଏମୁଲେକ୍ସ ଫାଇବର ଚ୍ୟାନେଲ ହୋଷ୍ଟ ବସ ଏଡ଼ପଟରଗୁଡ଼ିକ ପାଇଁ lpfc ଡ୍ରାଇଭରକୁ ସଂସ୍କରଣ 8.3.5.82.1p କୁ ଅଦ୍ୟତନ କରାଯାଇଛି।
  • QLogic Fibre Channel HBAs ପାଇଁ qla2xxx ଡ୍ରାଇଭରକୁ ସଂସ୍କରଣ 8.04.00.04.06.4-k କୁ ଅଦ୍ୟତନ କରାଯାଇଛି, ଯାହାକି HP ProLiant ସର୍ଭର ପାଇଁ QLogic's 83XX Converged Network Adapter (CNA), 16 GBps FC support for QLogic ଏଡ଼ପଟରଗୁଡ଼ିକ, ଏବଂ ନୂତନ ଫର୍ମ ଫେକ୍ଟର CNA ସର୍ଭରଗୁଡ଼ିକରେ ସହାୟତା ଯୋଗ କରିଥାଏ।
  • qla4xxxx ଡ୍ରାଇଭରକୁ ସଂସ୍କରଣ v5.03.00.00.06.04-k0 କୁ ଅଦ୍ୟତନ କରାଯାଇଛି, ଯାହାକି change_queue_depth API ସହାୟତା ଯୋଗ କରିଥାଏ, କିଛି ତ୍ରୁଟି ସମାଧାନ କରିଥାଏ, ଏବଂବିଭିନ୍ନ ଉନ୍ନତି କରିଥାଏ।
  • QLogic 4Gbps ଫାଇବର ଚ୍ୟାନେଲ HBA ପାଇଁ ql2400-firmware ଫର୍ମୱେରକୁ ସଂସ୍କରଣ 5.08.00 କୁ ଅଦ୍ୟତନ କରାଯାଇଛି।
  • QLogic 4Gbps ଫାଇବର ଚ୍ୟାନେଲ HBA ପାଇଁ ql2500-firmware କୁ ସଂସ୍କରଣ 5.08.00 କୁ ଅଦ୍ୟତନ କରାଯାଇଛି।
  • IBM Power Linux RAID SCSI HBAs ପାଇଁ ipr ଡ୍ରାଇଭରକୁସଂସ୍କରଣ 2.5.4 କୁ ଅଦ୍ୟତନ କରାଯାଇଛି, ଯାହାକି Power7 6Gb SAS ଏଡ଼ପଟର ପାଇଁ ସହାୟତା କରିଥାଏଏବଂ SAS VRAID କ୍ଷମତାକୁ ଏହି ଏଡପଟରରେ ସକ୍ରିୟ କରିଥାଏ।
  • hpsa ଡ୍ରାଇଭରକୁ ସଂସ୍କରଣ 2.0.2-4-RH1 କୁ PCI-IDs କୁ HP Smart Array Generation 8 ପରିବାରର ନିୟନ୍ତ୍ରକଗୁଡ଼ିକ ପାଇଁ ଯୋଗକରିବାକୁ ଅଦ୍ୟତନ କରାଯାଇଥିଲା।
  • bnx2i ଡ୍ରାଇଭରକୁ Broadcom NetXtreme II iSCSI ପାଇଁ ସଂସ୍କରଣ 2.7.2.2 କୁ ସାଧାରଣ ହାର୍ଡୱେର ସହାୟତା ସକ୍ରିୟଣ ସହିତ ଅଦ୍ୟତନ କରାଯାଇଛି।
    Broadcom ଉପକରଣଗୁଡ଼ିକରେ iSCSI ଏବଂ FCoE boot ସହାୟତା ବର୍ତ୍ତମାନRed Hat Enterprise Linux 6.4 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହି ଦୁଇଟି ବିଶେଷତା bnx2i ଏବଂ bnx2fc Broadcom ଡ୍ରାଇଭରଗୁଡ଼ିକ ଦ୍ୱାରା ପ୍ରଦତ୍ତ।
  • Broadcom Netxtreme II 57712 ଚିପ ପାଇଁ bnx2fc ଡ୍ରାଇଭରକୁ ସଂସ୍କରଣ 1.0.12 କୁ ଅଦ୍ୟତନ କରାଯାଇଛି।
    Broadcom ଉପକରଣଗୁଡ଼ିକରେ iSCSI ଏବଂ FCoE ବୁଟ ସହାୟତା ବର୍ତ୍ତମାନ Red Hat Enterprise Linux 6.4 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହି ଦୁଇଟି ବିଶେଷତା bnx2i ଏବଂ bnx2fc Broadcom ଡ୍ରାଇଭରଗୁଡ଼ିକ ଦ୍ୱାରା ପ୍ରଦତ୍ତ।
  • mpt2sas ଡ୍ରାଇଭରକୁ ସଂସ୍କରଣ 13.101.00.00 କୁ ଅଦ୍ୟତନ କରାଯାଇଛି, ଯାହାକି ଏକାଧିକ ବିଭାଜନ ଧାରାରେ Linux BSG ଡ୍ରାଇଭର ପାଇଁ ସହାୟତା କରିଥାଏ।
  • Brocade bfa ଫାଇଲବର ଚ୍ୟାନେଲ ଏବଂ FCoE ଡ୍ରାଇଭରକୁ ସଂସ୍କରଣ 3.0.23.0 କୁ ଅଦ୍ୟତନ କରାଯାଇଛି ଯେଉଁଥିରେ Brocade 1860 16Gbps ଫାଇବର ଚ୍ୟାନେଲ ଏଡ଼ପଟର ସହାୟତା, Dell PowerEdge 12 ତମ ପୀଢ଼ି ସର୍ଭରରେ ନୂତନ ହାର୍ଡୱେର ସହାୟତା, ଏବଂ issue_lip ସହାୟତା ଅନ୍ତର୍ଭୁକ୍ତ।bfa ଫର୍ମୱେରକୁ ସଂସ୍କରଣ 3.0.3.1 କୁ ଅଦ୍ୟତନ କରାଯାଇଥିଲା।
  • ServerEngines BladeEngine 2 Open iSCSI ଉପକରଣଗୁଡ଼ିକ ପାଇଁ be2iscsi ଡ୍ରାଇଭରକୁ iSCSI netlink VLAN ସହାୟତା ଦେବା ପାଇଁ ସଂସ୍କରଣ 4.4.58.0r କୁ ଅଦ୍ୟତନ କରାଯାଇଥିଲା।
  • TrueScale HCAs ପାଇଁ qib ଡ୍ରାଇଭରକୁ ନିମ୍ନଲିଖିତ ଉନ୍ନତିଗୁଡ଼ିକ ସହିତ ନୂତନତମ ସଂସ୍କରଣକୁ ଅଦ୍ୟତନ କରାଯାଇଛି:
    • ଉନ୍ନତ NUMA ଅଭିଯାନ
    • କାର୍ଯ୍ୟ ଦକ୍ଷତା ମାପ ସନ୍ଦେଶବାହକ (PSM) ଫେବ୍ରିକ ପାଇଁ Congestion Control Agent (CCA)
    • PSM ଫେବ୍ରିକ ପାଇଁ ଦୁଇଟି ପଥ
    • କାର୍ଯ୍ୟଦକ୍ଷତା ଉନ୍ନତି ଏବଂ ତ୍ରୁଟିନିବାରଣ
  • ନିମ୍ନଲିଖିତ ଡ୍ରାଇଭରଗୁଡ଼ିକୁ ନୂତନତମ ଅପଷ୍ଟ୍ରିମ ବିଶେଷତା ଏବଂ ତ୍ରୁଟି ନିବାରଣକୁ ଅନ୍ତର୍ଗତ କରିବା ପାଇଁ ଅଦ୍ୟତନ କରାଯାଇଛି: ahci, md/bitmap, raid0, raid1, raid10, ଏବଂ raid456.

ନେଟୱର୍କ ଡ୍ରାଇଭରଗୁଡ଼ିକ

  • NetXen Multi port (1/10) ଗିଗାବିଟ ନେଟୱର୍କକୁ netxen_nic ଡ୍ରାଇଭରକୁ ସଂସ୍କରଣ 4.0.80 କୁ ଅଦ୍ୟତନ କରାଯାଇଛି, ଯାହାକି miniDIMM ସହାୟତା ଯୋଗ କରିଥାଏ।netxen_nic ଫର୍ମୱେରକୁ ସଂସ୍କରଣ 4.0.588 କୁ ଅଦ୍ୟତନ କରାଯାଇଛି।
  • bnx2x ଡ୍ରାଇଭରକୁ ସଂସ୍କରଣ 1.72.51-0 କୁ Broadcom 57800/57810/57811/57840 ଚିପଗୁଡ଼ିକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି ଏବଂ ସାଧାରଣ ତ୍ରୁଟି ନିବାରଣ ଏବଂ ଅଦ୍ୟତିତ ଫର୍ମୱେର ପାଇଁ ମଧ୍ଯ Broadcom 57710/57711/57712 ଚିପଗୁଡ଼ିକୁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ ମଧ୍ଯ ନିମ୍ନଲିଖିତ ଉନ୍ନତିଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ:
    • iSCSI ଅଫଲୋଡ ଏବଂ ତଥ୍ୟ କେନ୍ଦ୍ର ବ୍ରିଜ/ ଇଥରନେଟ ଉପରେ ଫାଇବର ଚ୍ୟାନେଲ (DCB/FCOE) କୁ Broadcom 57712/578xx ଚିପଗୁଡ଼ିକ ଉପରେ ସହାୟତା। Broadcom 57840 ଚିପକୁ4x10G ବିନ୍ୟାସରେ କେବଳ ସହାୟତା କରାଯାଇଥାଏ ଏବଂ iSCSI ଅଫଲୋଡ଼ ଏବଂ FCoE କୁ ସହାୟତା କରିନଥାଏ। ଭବିଷ୍ୟତ ପ୍ରକାଶନଗୁଡ଼ିକ ଅତିରିକ୍ତ ବିନ୍ୟାସ ଏବଂ iSCSI ଅଫଲୋଡ ଏବଂ FCoE କୁ ସହାୟତା କରିଥାଏ।
    • ଅତିରିକ୍ତ ଭୌତିକ ସ୍ତରିୟ ସହାୟତା, ଶକ୍ତି ସାମର୍ଥ୍ୟ ଇଥରନେଟ (EEE).
    • iSCSI ଅଫଲୋଡ ଉନ୍ନତିଗୁଡ଼ିକ
    • OEM-ନିର୍ଦ୍ଦିଷ୍ଟ ବିଶେଷତାଗୁଡ଼ିକ
  • be2net ଡ୍ରାଇଭରକୁ ServerEngines BladeEngine2 10Gbps ନେଟୱର୍କ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 4.4.31 କୁ ଅଦ୍ୟତନ କରାଯାଇଛି।
    ଏହା ସହିତ, Emulex be2net ଡ୍ରାଇଭରର SR-IOV କାର୍ଯ୍ୟଗୁଡ଼ିକ ବର୍ତ୍ତମାନ Red Hat Enterprise Linux 6.4 ରେ ସହାୟତା ପ୍ରାପ୍ତ। SR-IOV ସମସ୍ତ Emulex-ମାନ୍ୟତାପ୍ରାପ୍ତ ଏବଂ OEM ପ୍ରକାରର BE3-ଆଧାରିତ ହାର୍ଡୱେର ଉପରେ ଚାଲିଥାଏ, ଯାହାକି ସମସ୍ତ be2net ଡ୍ରାଇଭର ସଫ୍ଟୱେରକୁ ଆବଶ୍ୟକ କରିଥା।
  • ନୂତନ ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ସମାଧାନ ପାଇବା ପାଇଁ ixgbevf ଡ୍ରାଇଭରକୁ ସଂସ୍କରଣ 2.6.0-k କୁ ଅଦ୍ୟତନ କରାଯାଇଛି।
  • cxgb4 ଡ୍ରାଇଭରକୁ Chelsio Terminator4 10G ୟୁନିଫାଏଡ ନେଟୱର୍କ ନିୟନ୍ତ୍ରକଗୁଡ଼ିକ ପାଇଁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି, ଯାହାକି Chelsio T480-CR ଏବଂ T440-LP-CR ଏଡପଟର ପାଇଁ ସହାୟତା ଯୋଗ କରିଥାଏ।
  • cxgb3 ଡ୍ରାଇଭରକୁ Chelsio T3 ପରିବାରର ନେଟୱ୍ରକ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 1.1.5-ko କୁ ଅଦ୍ୟତିତ କରାଯାଇଛି।
  • ନୂତନ ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ସମାଧାନ ପାଇବା ପାଇଁ Intel 10 Gigabit PCI ଏକ୍ସପ୍ରେସ ନେଟୱର୍କ ଉପକରଣ ପାଇଁ ixgbe ଡ୍ରାଇଭରକୁ SR-IOV ପାଇଁ ତଥ୍ୟ କେନ୍ଦ୍ର ବ୍ରିଜ (DCB) ଅଥବା ପାର୍ଶ୍ୱ ମାପ ଗ୍ରହଣ (RSS), PTP ସହାୟତାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସଂସ୍କରଣ 3.9.15-k କୁ ଅଦ୍ୟତନ କରାଯାଇଛି।
  • iw_cxgb3 ଡ୍ରାଇଭରକୁ ଅଦ୍ୟତିତ କରାଯାଇଛି।
  • iw_cxgb4 ଡ୍ରାଇଭରକୁ ଅଦ୍ୟତିତ କରାଯାଇଛି।
  • e1000e ଡ୍ରାଇଭରକୁ Intel PRO/1000 ନେଟୱର୍କ ଉପକରଣଗୁଡ଼ିକ ପାଇଁ ହାର୍ଡୱେର ସହାୟତା, ବିଶେଷତା, ଏବଂ ତ୍ରୁଟି ନିବାରଣ କ୍ରମ ସଂଖ୍ୟା ପ୍ରଦାନ କରିବା ପାଇଁ ଅଦ୍ୟତନ କରାଯାଇଛି।
  • enic ଡ୍ରାଇଭରକୁ Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 2.1.1.39 କୁ ଅଦ୍ୟତନ କରାଯାଇଛି।
  • igbvf ଡ୍ରାଇଭରକୁ (Intel Gigabit Virtual Function Network driver) କୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଅଦ୍ୟତନ କରାଯାଇଛି।
  • Intel Gigabit ଇଥରନେଟ ଏଡପଟରଗୁଡ଼ିକ ପାଇଁ igb ଡ୍ରାଇଭରକୁ ନୂତନ ହାର୍ଡୱେର ସହାୟତା ୟୋଗ କରିବା ପାଇଁ ସଂସ୍କରଣ 4.0.1 କୁ ଅଦ୍ୟତନ କରାଯାଇଛି। ଏବଂ ମଧ୍ଯ, PTP ସହାୟତାକୁ igb ଡ୍ରାଇଭରରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି।
  • tg3 ଡ୍ରାଇଭରକୁ Broadcom Tigon3 ଇଥରନେଟ ଉପକରଣଗୁଡ଼ିକୁ ନୂତନ ହାର୍ଡୱେର ସହାୟତା ଦେବା ପାଇଁ ସଂସ୍କରଣ 3.124 କୁ ଅଦ୍ୟତନ କରାଯାଇଛି। ଏବଂ ମଧ୍ଯ, PTP ସହାୟତାକୁ tg3 ଡ୍ରାଇଭରରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି।
  • qlcnic ଡ୍ରାଇଭର HP NC-Series QLogic 10 Gigabit ସର୍ଭର ଏଡ଼ପଟର ପାଇଁ ସଂସ୍କରଣ 5.0.29 କୁ ଅଦ୍ୟତନ କରାଯାଇଛି।
  • Brocade bna ଡ୍ରାଇଭରକୁ Brocade 10Gb PCIe ଇଥରନେଟ ନିୟନ୍ତ୍ରକ ଡ୍ରାଇଭର ପାଇଁ Dell PowerEdge 12th ପିଢ଼ୀର ସର୍ଭରଗୁଡ଼ିକୁ ନୂତନ ହାର୍ଡୱେର ସହାୟତା ଦେବା ପାଇଁ ସଂସ୍କରଣ 3.0.23.0 କୁ ଅଦ୍ୟତନ କରାଯାଇଛି, ଏବଂ non-Brocade Twinax Copper କେବଲ ପାଇଁ ବ୍ୟବହାରକୁ ସକ୍ରିୟ କରିଥାଏ। bna ଫର୍ମୱେରକୁ ସଂସ୍କରଣ 3.0.3.1 କୁ ଅଦ୍ୟତନ କରାଯାଇଛି।
  • Broadcom NetXtreme II cnic ଡ୍ରାଇଭରକୁ ସଂସ୍କରଣ 2.5.13 କୁ ନୂତନ ବିଶେଷତା, ତ୍ରୁଟି ନିବାରଣ, ଏବଂ ନୂତନ OEM ପ୍ଲାଟଫର୍ମ ପାଇଁ ସହାୟତା ଦେବାକୁ ଅଦ୍ୟତନ କରାଯାଇଛି।

ବିବିଧ ଡ୍ରାଇଭରଗୁଡ଼ିକ

  • Intel ସଞ୍ଚାଳକଗୁଡ଼ିକୁ intel_idle cpuidle ଡ୍ରାଇଭର ପାଇଁ Intel's Xeon E5-XXX V2 କ୍ରମର ସଞ୍ଚାଳକଗୁଡ଼ିକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • wacom ଡ୍ରାଇଭରକୁ CTL-460 ୱାକମ ବାମ୍ବୋ ପେନ, Wacom Intuos5 ଟ୍ୟାବଲେଟ, ଏବଂ Wacom Cintiq 22HD ପେନ ପ୍ରଦର୍ଶନକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • ALSA HDA ଧ୍ୱନି ଡ୍ରାଇଭରକୁ ନୂତନ ଚିପସେଟ ଏବଂ HDA ଧ୍ୱନି ସଂକେତଗୁଡ଼ିକ ପାଇଁ ସହାୟତାକୁ ସକ୍ରିୟ କିମ୍ବା ଉନ୍ନତ କରିବାକୁ ଅଦ୍ୟତନ କରାଯାଇଛି।
  • mlx4_en ଡ୍ରାଇଭରକୁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
  • mlx4_ib ଡ୍ରାଇଭରକୁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
  • mlx4_core ଡ୍ରାଇଭରକୁ ନୂତନତମ ସଂସ୍କରଣକୁ ଅଦ୍ୟତିତ କରାଯାଇଛି।
  • z90crypt ଉପକରଣ ଡ୍ରାଇଭରକୁ ନୂତନ କ୍ରିପ୍ଟୋ ଏକ୍ସପ୍ରେସ 4 (CXE4) ଏଡପଟର କାର୍ଡକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।

ଅଧ୍ଯାୟ 4. ନେଟୱର୍କିଙ୍ଗ

HAProxy

HAProxy ଟି ଏକମାତ୍ର, ସ୍ତର 7, TCP ଏବଂ HTTP-ଆଧାରିତ ଉଚ୍ଚ-ଦକ୍ଷତା ନେଟୱର୍କ ଧାର ସନ୍ତୁଳକ ପ୍ରୟୋଗ ଅଟେ ଯାହାକି HTTP ଅନୁରୋଧଗୁଡ଼ିକର ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରିଥାଏ। Red Hat Enterprise Linux 6.4 haproxy ପ୍ୟାକେଜକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନଭାବରେ ପରିଚିତ କରାଇଥାଏ।

ଅଧ୍ଯାୟ 5. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା

SSSD ସମ୍ପୂର୍ଣ୍ଣ ଭାବରେ ସହାୟତାପ୍ରାପ୍ତ ବିଶେଷତାଗୁଡ଼ିକ

Red Hat Enterprise Linux 6.3 ରେ ଆସିଥିବା କିଛି ବିଶେଷତା ବର୍ତ୍ତମାନRed Hat Enterprise Linux 6.4 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ବିଶେଷକରି:
  • SSH କିଗୁଡ଼ିକର କେନ୍ଦ୍ରିୟ ପରିଚାଳନା ପାଇଁ ସହାୟତା,
  • SELinux ବ୍ୟବହାରକାରୀ ମେଳନ,
  • ଏବଂ ସ୍ୱୟଂସ୍ଥାପନ ମେଳନ କ୍ୟାଶିଙ୍ଗ ପାଇଁ ସହାୟତା।

ନୂତନ SSSD କ୍ୟାଶେ ସଂରକ୍ଷଣ ପ୍ରକାର

କର୍ବୋରୋସ ସଂସ୍କରଣ 1.10 ଏକ ନୂତନ କ୍ୟାଶେ ପ୍ରକାର ଯୋଗକରିଛି, DIR:, ଯାହାକି କର୍ବୋରୋସକୁ Ticket Granting Tickets (TGTs) କୁ ଏକାଧିକ କି ବଣ୍ଟନ କେନ୍ଦ୍ରଗୁଡ଼ିକରେ (KDCs) ଏକସଙ୍ଗରେ ପରିଚାଳନା କରିବା ପାଇଁ ଅନୁମତି ଦେଇଥାଏ ଏବଂ କର୍ବୋରୋସ ସମ୍ପୃକ୍ତ ଉତ୍ସଗୁଡ଼ିକ ସହିତ ତଥ୍ୟ ଆଦାନ ପ୍ରଦାନ କରିବା ସମୟରେ ସେମାନଙ୍କ ମଧ୍ଯରେ ସ୍ୱୟଂ ଚୟନ କରିଥାନ୍ତି। Red Hat Enterprise Linux 6.4 ରେ, SSSD କୁ SSSD ମାଧ୍ଯମରେ ଲଗଇନ କରୁଥିବା ବ୍ୟବହାରକାରୀମାନଙ୍କ ପାଇଁ DIR: କ୍ୟାଶେ ବାଛିବା ପାଇଁ ଅନୁମତି ଦେଇଥାଏ। ଏହି ବିଶେଷତାଟି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରାଯାଇଛି।

AD-ଆଧାରିତ ବିଶ୍ୱସ୍ତ ଡମେନଗୁଡ଼ିକୁ ବାହ୍ୟ ଶ୍ରେଣୀଗୁଡ଼ିକରେ ଯୋଗକରୁଅଛି

Red Hat Enterprise Linux 6.4 ରେ, ipa group-add-member ନିର୍ଦ୍ଦେଶ ଆପଣଙ୍କୁ ସକ୍ରିୟ ଡିରେକ୍ଟୋରୀ ଆଧାରିତ ବିଶ୍ୱସ୍ତ ଡମେନରେ ସଦସ୍ୟ ଯୋଗ କରିବା ପାଇଁ ଅନୁମତି ଦେଇଥାଏ ଯାହାକି ବାହ୍ୟ ଭାବରେ ପରିଚୟ ପରିଚାଳନାରେ ଚିହ୍ନିତ। ଏହି ସଦସ୍ୟମାନେ ହୁଏତଃ ଡମେନ- ଅଥବା UPN-ଆଧାରିତ ବାକ୍ୟ ବିନ୍ୟାସ ଦ୍ୱାରା ଉଲ୍ଲିଖିତ, ଉଦାହରଣ ସ୍ୱରୂପ AD\UserName କିମ୍ବା AD\GroupName, କିମ୍ବା User@AD.Domain.ଯେତେବେଳେ ଏହି ଆକାରରେ ଉଲ୍ଲେଖ ହୋଇଥାଏ, ସଦସ୍ୟମାନେ ସକ୍ରିୟ ଡିରେକ୍ଟୋରୀ ଆଧାରିତ ବିଶ୍ୱସ୍ତ ଡମେନର ସାମଗ୍ରିକ ସୂଚୀରେ ସମାଧାନ ହୋଇଥାଏ ଯାହାକି ସେମାନଙ୍କର ସୁରକ୍ଷା ପରିଚାୟକ (SID) ମୂଲ୍ୟ ମିଳିଥାଏ।
ଏହା ବ୍ୟତୀତ, ଏକ SID ମୂଲ୍ୟକୁ ସିଧାସଳଖ ଭାବରେ ଉଲ୍ଲେଖ କରାଯାଇପାରିବ। ଏହି ପିରିସ୍ଥିତିରେ, ipa group-add-member ନିର୍ଦ୍ଦେଶ କେବଳ ଯାଞ୍ଚ କରିଥାଏ ଯେSID ମୂଲ୍ୟର ଡମେନ ଅଂଶଟି ହେଉଛି ସକ୍ରିୟ ଡିରେକ୍ଟୋରୀ ଆଧାରିତ ବିଶ୍ୱସ୍ତ ଡମେନ ମଧ୍ଯରୁ ଗୋଟିଏ।ଡମେନ ମଧ୍ଯରେ SID ର ବୈଧତା ଯାଞ୍ଚ କରିବା ପାଇଁ କୌଣସି ପ୍ରୟାସ କରାଯାଇ ନାହିଁ।
ବାହ୍ୟ ସଦସ୍ୟମାନଙ୍କୁ ଉଲ୍ଲେଖ କରିବା ପାଇଁ ସେମାନଙ୍କର SID ମୂଲ୍ୟକୁ ସିଧାସଳଖ ଭାବରେ ଦେବା ପରିବର୍ତ୍ତେ ବ୍ୟବହାରକାରୀ କିମ୍ବା ଶ୍ରେଣୀ ନାମ ବାକ୍ୟ ବିନ୍ୟାସକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ।

ପରିଚୟ ପରିଚାଳନା ଉପତନ୍ତ୍ର ପ୍ରମାଣପତ୍ରଗୁଡ଼ିକୁ ସ୍ୱୟଂ-ପୁନଃ ନବୀକରଣ କରନ୍ତୁ

ନୂତନ ପ୍ରମାଣପତ୍ର ପ୍ରାଧିକାରୀ ପାଇଁ ପୂର୍ବନିର୍ଦ୍ଧାରିତ ବୈଧତା ଅବଧି ହେଉଛି 10 ବର୍ଷ। CA ତାହାର ଉପତନ୍ତ୍ର ପାଇଁ କିଛି ସଂଖ୍ୟକ ପ୍ରମାଣପତ୍ର ପ୍ରଦାନ କରିଥାଏ (OCSP, audit log, ଏବଂ ଅନ୍ୟାନ୍ୟ)। ଉପତନ୍ତ୍ର ପ୍ରମାଣପତ୍ରଗୁଡ଼ିକ ସାଧାରଣତଃ 2 ବର୍ଷ ପାଇଁ ବୈଧ। ଯଦି ପ୍ରମାଣପତ୍ର ଅବଧି ସମାପ୍ତ ହୁଏ, ତେବେ CA ଆରମ୍ଭ ହୋଇନଥାଏ କିମ୍ବା ଠିକ ଭାବରେ କାମ କରିନଥାଏ। ତେଣୁ, Red Hat Enterprise Linux 6.4 ରେ, ପରିଚୟ ପରିଚାଳନା ସର୍ଭରଗୁଡ଼ିକ ସେମାନଙ୍କର ଉପତନ୍ତ୍ର ପ୍ରମାଣପତ୍ରଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ପୁନଃ ନବୀକରଣ କରିବାରେ ସକ୍ଷମ ହୋଇଥାଏ। ଉପତନ୍ତ୍ର ପ୍ରମାଣପତ୍ରଗୁଡ଼ିକ certmonger ଦ୍ୱାରା ଚିହ୍ନିହୋଇଥାଏ, ଯାହାକି ସ୍ୱୟଂଚାଳିତ ଭାବରେ ପ୍ରମାଣପତ୍ରଗୁଡ଼ିକୁ ସେମାନଙ୍କର ଅବଧି ସମାପ୍ତି ପୂର୍ବରୁ ପୁନଃ ନବୀକରଣ କରିଥାଏ।

ପରିଚୟ ପରିଚାଳନାରେ ଲିଖିତ କ୍ଲାଏଣ୍ଟମାନଙ୍କ ଉପରେ OpenLDAP କ୍ଲାଏଣ୍ଟ ସାଧନଗୁଡ଼ିକର ସ୍ୱୟଂଚାଳିତ ବିନ୍ୟାସ

Red Hat Enterprise Linux 6.4 ରେ, OpenLDAP ସ୍ୱୟଂଚାଳିତ ଭାବରେ ପୂର୍ବନିର୍ଦ୍ଧାରିତ LDAP URI ସହିତ, ଏକ Base DN, ଏବଂ ଏକ TLS ପ୍ରମାଣପତ୍ର ପରିଚୟ ପରିଚାଳନା କ୍ଲାଏଣ୍ଟ ସ୍ଥାପନା ସମୟରେ ବିନ୍ୟାସିତ ହୋଇଥାଏ। ଏହା ବ୍ୟବହାରକାରୀ ଅଭିଜ୍ଞତାକୁପରିଚୟ ପରିଚାଳନା ଡିରେକ୍ଟୋରୀ ସର୍ଭରରେ LDAP ସନ୍ଧାନ କରି ଉନ୍ନତ କରିଥାଏ।

python-nss ପାଇଁ PKCS#12 ସହାୟତା

python-nss ପ୍ୟାକେଜ, ଯାହାକି Network Security Services (NSS) ଏବଂ Netscape Portable Runtime (NSPR) ପାଇଁ Python ବନ୍ଧନ ପ୍ରଦାନ କରିଥାଏ, ତାହାକୁ PKCS #12 ସହାୟତା ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି।

DNS ପାଇଁ ସମ୍ପୂର୍ଣ୍ଣ ସ୍ଥାୟୀ ସନ୍ଧାନ

Red Hat Enterprise Linux 6.4 ରେ ଥିବା LDAP ସ୍ଥାୟୀ ସନ୍ଧାନ ପାଇଁ ଉଭୟ କ୍ଷେତ୍ରଗୁଡ଼ିକରେଏବଂ ସେମାନଙ୍କର ଉତ୍ସ ବିବରଣୀ ସହାୟତା ପ୍ରଦାନ କରିଥାଏ। ସ୍ଥାୟୀ ସନ୍ଧାନbind-dyndb-ldap ପ୍ଲଗଇନକୁ ସଙ୍ଗେ ସଙ୍ଗେ LDAP ତଥ୍ୟାଧାରରେ ପରିବର୍ତ୍ତନଗୁଡ଼ିକ ପାଇଁ ସୂଚନା ଦେଇଥାଏ। ଏହା ମଧ୍ଯ ବାରମ୍ବାର ବ୍ୟବହୃତ ନେଟୱର୍କ ବ୍ୟାଣ୍ଡୱିଡଥ ବ୍ୟବହାରକୁ କମ କରିଥାଏ।

ନୂତନ CLEANALLRUV ପ୍ରୟୋଗ

ତଥ୍ୟାଧାର ପ୍ରତିକୃତି ଅଦ୍ୟତନ ଭେକ୍ଟର (RUV) ରେ ପୁରୁଣା ଉପାଦାନଗୁଡ଼ିକୁ CLEANRUV ପ୍ରୟୋଗ ଦ୍ୱାରା ବାହାର କରିପାରିବେ, ଯାହାକି ସେମାନଙ୍କୁ ଏକ ପ୍ରଦାତା କିମ୍ବା ମୂଖ୍ୟଙ୍କ ଦ୍ୱାରା ବାହାର କରିଥାନ୍ତି। Red Hat Enterprise Linux 6.4 ଏକ ନୂତନ CLEANALLRUV ପ୍ରୟୋଗକୁ ଯୋଗ କରିଥାଏ ଯାହାକି ପୁରୁଣା RUV ତଥ୍ୟକୁ ସମସ୍ତ ପ୍ରତିକୃତିରୁ ବାହାର କରିଥାଏ ଏବଂ କେବଳ ଏକମାତ୍ର ପ୍ରଦାତା/ମୂଖ୍ୟ ଉପରେ ଚାଲିଥାଏ।

samba4 ଲାଇବ୍ରେରୀଗୁଡ଼ିକୁ ଅଦ୍ୟତନ କରାଯାଇଛି

samba4 ଲାଇବ୍ରେରୀଗୁଡ଼ିକୁ (samba4-libs ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଉନ୍ନତ କରିଥାଏ ଯାହାକି ପାରସ୍ପରିକ କ୍ରିୟାକୁ ସକ୍ରିୟ ଡିରେକ୍ଟୋରୀ (AD) ଡମେନ ସହିତ ଉନ୍ନତ କରିଥାଏ। SSSD ବର୍ତ୍ତମାନ libndr-krb5pac ଲାଇବ୍ରେରୀକୁAD କି ବଣ୍ଟନ କେନ୍ଦ୍ର (KDC) ଦ୍ୱାରା ବିଶେଷ ଗୁଣଧର୍ମ ପ୍ରମାଣପତ୍ର (PAC) କୁ ବ୍ୟବହାର କରିଥାଏ। ଏହା ସହିତ, Windows ତନ୍ତ୍ରରୁ ବିଶ୍ୱାସ ଯାଞ୍ଚ ପାଇଁ ଅନୁମତି ଦେବାକୁ ସ୍ଥାନୀୟ ସୁରକ୍ଷା ପ୍ରାଧିକାରୀ (LSA) ଏବଂ ନେଟ ଲଗଇନ ସର୍ଭିସଗୁଡ଼ିକରେ ବିଭିନ୍ନ ଉନ୍ନତି କରାଯାଇଥାଏ। ଓଲଟା ରିଅଲମ କର୍ବୋରୋସ ବିଶ୍ୱସ୍ତ କାର୍ଯ୍ୟ, ଯାହାକିଁ samba4 ପ୍ୟାକେଜଗୁଡ଼ିକ ଉପରେ ନିର୍ଭର କରିଥାଏ ତାହାର ଆରମ୍ଭ ବିଷୟରେ ସୂଚନା ପାଇଁ, ଅଂଶ 5, “ପରିଚୟ ପରିଚାଳନାରେ ଓଲଟା ରିଅଲମ କର୍ବୋରୋସ ବିଶ୍ୱସ୍ତ କାର୍ଯ୍ୟ” କୁ ଅନୁସରଣ କରନ୍ତୁ।

ଚେତାବନୀ

ଯଦି ଆପଣ Red Hat Enterprise Linux 6.3 ରୁ Red Hat Enterprise Linux 6.4 କୁ ଉନ୍ନୟନ କରନ୍ତି ଏବଂ ଆପଣ Samba ବ୍ୟବହାର କରନ୍ତି, ତେବେ ଉନ୍ନୟନ ସମୟରେ samba4 ପ୍ୟାକେଜକୁ ବିସ୍ଥାପିତ କରିବା ପାଇଁ ନିଶ୍ଚିତ କରନ୍ତୁ।
କାରଣ ଓଲଟା ରିଅଲମ କର୍ବୋରୋସ କାର୍ଯ୍ୟକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଥାଏ, ବଚ୍ଛିତsamba4 ଉପାଦାନଗୁଡ଼ିକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଥାଏ। କେଉଁ Samba ପ୍ୟାକେଜଗୁଡ଼ିକୁ ଗ୍ରହଣ କରାଯିବ ତାହା ବିଷୟରେ ଅଧିକ ସୂଚନା ପାଇଁ, ସାରଣୀ 5.1, “Samba4 ପ୍ୟାକେଜ ସହାୟତା” କୁ ଅନୁସରଣ କରନ୍ତୁ।
ପ୍ୟାକେଜ ନାମ 6.4 ରେ ନୂତନ ପ୍ୟାକେଜ? ସହାୟତା ସ୍ଥିତି
samba4-libs ନାହିଁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ, କେବଳ OpenChange ଦ୍ୱାରା ଆବଶ୍ୟକୀୟ କାର୍ଯ୍ୟ ବ୍ୟତୀତ
samba4-pidl ନାହିଁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ, କେବଳ OpenChange ଦ୍ୱାରା ଆବଶ୍ୟକୀୟ କାର୍ଯ୍ୟ ବ୍ୟତୀତ
samba4 ନାହିଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-client ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-common ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-python ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-winbind ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-dc ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-dc-libs ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-swat ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-test ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-winbind-clients ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
samba4-winbind-krb5-locator ହଁ ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ
ସାରଣୀ 5.1. Samba4 ପ୍ୟାକେଜ ସହାୟତା

ପରିଚୟ ପରିଚାଳନାରେ ଓଲଟା ରିଅଲମ କର୍ବୋରୋସ ବିଶ୍ୱସ୍ତ କାର୍ଯ୍ୟ

ପରିଚୟ ପରିଚାଳନା ଦ୍ୱାରା ପ୍ରଦତ୍ତ ଓଲଟା ରିଅଲମ କର୍ବୋରୋସ ବିଶ୍ୱସ୍ତ କାର୍ଯ୍ୟକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିଶେଷତା ପରିଚୟ ପରିଚାଳନା ଏବଂ ସକ୍ରିୟ ଡିରେକ୍ଟୋରୀ ଡମେନ ମଧ୍ଯରେ ଏକ ବିଶ୍ୱାସ ସମ୍ପର୍କ ସ୍ଥାପନ କରିବା ପାଇଁ ଅନୁମତି ଦେଇଥାଏ। ଏହା ଅର୍ଥ ହେଉଛି ବ୍ୟବହାରକାରୀମାନେ AD ଡମେନରୁ ଉତ୍ସଗୁଡ଼ିକୁ ଏବଂ ପରିଚୟ ପରିଚାଳନା ଡମେନରୁ ସେମାନଙ୍କର AD ମାନ୍ୟତା ସହିତ ଅଭିଗମ୍ୟ କରିପାରିବେ। କୌଣସି ତଥ୍ୟକୁ ପରିଚୟ ପରିଚାଳନା ଏବଂ AD ଡମେନ ନିୟନ୍ତ୍ରକ ମଧ୍ଯରେ ସନ୍ତୁଳନ କରିବା ଆବଶ୍ୟକ ହୋଇନଥାଏ; AD ବ୍ୟବହାରକାରୀମାନେ ସର୍ବଦା AD ଡମେନ ନିୟନ୍ତ୍ରକ ଏବଂ ବ୍ୟବହାରକାରୀ ସୂଚନା ସହିତ ବୈଧିକୃତ ହୋଇଥାନ୍ତି।
ଏହି ବିଶେଷତାକୁ ବୈକଳ୍ପିକ ipa-server-trust-ad ପ୍ୟାକେଜ ଦ୍ୱାରା ପ୍ରଦତ୍ତ। ଏହି ପ୍ୟାକେଜ ବିଶେଷତା ଉପରେ ନିର୍ଭର କରିଥାଏ ଯାହାକି କେବଳ samba4 ରେଉପଲବ୍ଧ। କାରଣ samba4-* ପ୍ୟାକେଜଗୁଡ଼ିକ ତଦନରୂପୀ samba-* ପ୍ୟାକେଜ ସହିତ ଦ୍ୱନ୍ଦ ସୃଷ୍ଟି କରିଥାଏ, ସମସ୍ତ samba-* ପ୍ୟାକେଜଗୁଡ଼ିକୁ ନିଶ୍ଚିତ ଭାବରେipa-server-trust-ad ସ୍ଥାପନ କରିବା ପୂର୍ବରୁ ବାହାର କରିବା ଉଚିତ।
ଯେତେବେଳେ ipa-server-trust-ad ପ୍ୟାକେଜକୁ ସ୍ଥାପନ କରାଯାଇଥାଏ, ସେତେବେଳେ ipa-adtrust-install ନିର୍ଦ୍ଦେଶ ନିଶ୍ଚିତ ଭାବରେ ସମସ୍ତ ପରିଚୟ ପରିଚାଳନା ସର୍ଭର ଏବଂ ପ୍ରତିକୃତିଗୁଡ଼ିକରେ ବିଶ୍ୱାସ ନିୟନ୍ତ୍ର କରିବାକୁ ପରିଚୟ ପରିଚାଳନାକୁ ସକ୍ରିୟ କରିବା ପାଇଁ ଚଲାଇବା ଉଚିତ। ଯେତେବେଳେ ଏହା କରାଯାଇଥାଏ ସେତେବେଳେ ପାଠ୍ୟ ଧାରାରେ ipa trust-add ଅଥବା WebUI କୁ ବ୍ୟବହାର କରି ଏକ ବିଶ୍ୱାସ ହାସଲ କରାଯାଇଥାଏ। ଅଧିକ ସୂଚନା ପାଇଁ, https://access.redhat.com/knowledge/docs/Red_Hat_Enterprise_Linux/ ଉପରେ ଓଲଟା-ରିଅଲମ କର୍ବୋରୋସ ବିଶ୍ୱାସକୁ ସକ୍ରିୟ ଡିରେକ୍ଟୋରୀ ସହିତ ସଂଯୋଗ ରେ ପରିଚୟ ପରିଚାଳନା ପୁସ୍ତକ କୁ ଅନୁସରଣ କରନ୍ତୁ।

389 ଡିରେକ୍ଟୋରୀ ସର୍ଭର ପାଇଁ ପୋସିକ୍ସ ଯୋଜନା ସହାୟତା

Windows ସକ୍ରିୟ ଡିରେକ୍ଟୋରୀ (AD) POSIX ଯୋଜନାକୁ ବ୍ୟବହାରକାରୀ ଏବଂ ଶ୍ରେଣୀ ନିବେଶଗୁଡ଼ିକ ପାଇଁ ସହାୟତା କରିଥାଏ (RFC 2307 ଏବଂ 2307bis). ଅନେକ ପରିସ୍ଥିତିରେ, AD କୁ ବ୍ୟବହାରକାରୀ ଏବଂ ଶ୍ରେଣୀ ତଥ୍ୟ ପାଇଁ ଏକ ବୈଧିକୃତ ଉତ୍ସ ଭାବରେ ବ୍ୟବହାର କରାଯାଇଥାଏ, POSIX ଗୁଣଧର୍ମଗୁଡ଼ିକୁ ଅନ୍ତର୍ଭୁକ୍ତ କରି।Red Hat Enterprise Linux 6.4 ସହିତ, ଡିରେକ୍ଟୋରୀ ସର୍ଭର Windows Sync କଦାପି ଏହି ଗୁଣଧର୍ମଗୁଡ଼ିକୁ ଅଗ୍ରାହ୍ୟ କରିନଥାଏ। ବ୍ୟବହାରକାରୀମାନେ ବର୍ତ୍ତମାନ POSIX ଗୁଣଧର୍ମଗୁଡ଼ିକୁ Windows ସନ୍ତୁଳନ ସହିତ AD ଏବଂ 389 ଡିରେକ୍ଟୋରୀ ସର୍ଭର ମଧ୍ଯରେ ସନ୍ତୁଳନ କରିବାରେ ସକ୍ଷମ ହୋଇଥାଏ।

ଟୀକା

ନୂତନ ବ୍ୟବହାରକାରୀ ଏବଂ ଶ୍ରେଣୀ ନିବେଶଗୁଡ଼ିକୁ ଡିରେକ୍ଟୋରୀ ସର୍ଭରରେ ଯୋଗ କରିବା ସମୟରେ, POSIX ଗୁଣଧର୍ମଗୁଡ଼ିକ AD ସହିତ ସନ୍ତୁଳିତ ହୋଇନାହିଁ। ନୂତନ ବ୍ୟବହାରକାରୀ ଏବଂ ଶ୍ରେଣୀ ନିବେଶଗୁଡ଼ିକୁ AD ରେ ଯୋଗ କରିବା ଫଳରେ ତାହା ଡିରେକ୍ଟୋରୀ ସର୍ଭରରେ ସନ୍ତୁଳିତ ହୋଇଥାଏ, ଏବଂ ଗୁଣଧର୍ମଗୁଡ଼ିକୁ ପରିବର୍ତ୍ତନ କରିବା ଫଳରେ ତାହା ସେମାନଙ୍କୁ ଉଭୟ ପଥରେ ସନ୍ତୁଳିତ କରିଥାଏ।

ଅଧ୍ଯାୟ 6. ସୁରକ୍ଷା

sudoers ଭରଣଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ ପ୍ରଶାସନିକ ଭାବରେ ଆଚରଣ ମେଳ ଖାଇଥାଏ

sudo ଉପଯୋଗିତା /etc/nsswitch.conf ଫାଇଲ ସହିତ sudoers ଭରଣଗୁଡ଼ିକ ପାଇଁ ଯୋଗାଯୋଗ କରିବାରେ ସକ୍ଷମ ହୋଇଥାଏ ଏବଂ ସେମାନଙ୍କୁ ଫାଇଲ କିମ୍ବା LDAP ରେ ରକ୍ଷଣାବେକ୍ଷଣ କରିଥାଏ। ପୂର୍ବେ, ଯେତେବେଳେ ପ୍ରଥମ ତଥ୍ୟାଧାରର sudoers ଭରଣରେ ଏକ ମେଳକ ମିଳିଥାଏ, ସେତେବେଳେ ରକ୍ଷଣାବେକ୍ଷଣ ପ୍ରୟୋଗ ଅନ୍ୟ ତଥ୍ୟାଧାରରେ ଚାଲିଥାଏ (ଫାଇଲଗୁଡ଼ିକୁ ଅନ୍ତର୍ଭୁକ୍ତ କରି)। Red Hat Enterprise Linux 6.4 ରେ, ଏକ ବିକଳ୍ପକୁ /etc/nsswitch.conf ଫାଇଲରେ ଯୋଗ କରାଯାଇଥାଏ ଯାହାକି ଚାଳକକୁ ତଥ୍ୟାଧାର ଉଲ୍ଲେଖ କରିବା ପାଇଁ ଅନୁମତି ଦେଇଥାଏ ଯାହା ପରେ sudoers ଭରଣର ଗୋଟିଏ ମେଳକ ଯଥେଷ୍ଟ ହୋଇଥାଏ। ଏହା ଅନ୍ୟ ତଥ୍ୟାଧାରରେ ଅନୁସନ୍ଧାନ କରିବା ଆବଶ୍ୟକତାକୁ ଏଡ଼ାଇ ଦେଇଥାଏ; ତାହାଫଳରେ, sudoers ଭରଣର କାର୍ଯ୍ୟଦକ୍ଷତାକୁ ବୃହତ ପରିବେଶରେ ଉନ୍ନତ କରାଯାଇଥାଏ। ଏହି ଆଚରଣଟି ପୂର୍ବନିର୍ଦ୍ଧାରିତ ଭାବରେ ସକ୍ରିୟ ହୋଇନଥାଏ ଏବଂ ନିଶ୍ଚିତ ଭାବରେ[SUCCESS=return] ବାକ୍ୟଖଣ୍ଡକୁ ତଥ୍ୟାଧାର ପରେ ଯୋଗକରି ବିନ୍ୟାସ କରାଯାଇଥାଏ।ଯେତେବେଳେ ତଥ୍ୟାଧାରରେ ସିଧାସଳଖ ଭାବରେ ଏକ ମେଳକ ମିଳିଥାଏ, ସେତେବେଳେ ଅନ୍ୟ କୌଣସି ତଥ୍ୟାଧାର ଆବଶ୍ୟକ ହୋଇନଥାଏ।

pam_cracklib ପାଇଁ ଅତିରିକ୍ତ ପ୍ରବେଶ ସଂକେତ ଯାଞ୍ଚ

pam_cracklib ମଡ୍ୟୁଲକୁ ଏକାଧିକ ନୂତନ ପ୍ରବେଶ ସଂକେତ ଶକ୍ତି ଯାଞ୍ଚ ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି:
  • କିଛି ବୈଧିକରଣ ନିତୀ ପ୍ରବେଶ ସଂକେତଗୁଡ଼ିକୁ ଅନୁମତି ଦେଇନଥାଏ ଯାହାକି "abcd" ଅଥବା "98765" ପରି ବଡ଼ କ୍ରମ ଧାରଣ କରିଥାଏ। ଏହି ଅଦ୍ୟତନ କ୍ରମର ସର୍ବାଧିକ ଲମ୍ବ ସମ୍ଭାବନାକୁ ନୂତନ maxsequence ବିକଳ୍ପକୁ ବ୍ୟବହାର କରି କମ କରିଥାଏ।
  • pam_cracklib ମଡ୍ୟୁଲ ବର୍ତ୍ତମାନ ନୂତନ ପ୍ରବେଶ ସଂକେତରେ GECOS ସ୍ଥାନରୁ ଶବ୍ଦଗୁଡ଼ିକୁ /etc/passwd ଫାଇଲରେ ଥିବା ଭରଣଗୁଡ଼ିକରେ ଧାରଣ କରିଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଦେଇଥାଏ। GECOS ସ୍ଥାନକୁ ଅତିରିକ୍ତ ସୂଚନା ସଂରକ୍ଷଣ କରିବା ପାଇଁ ବ୍ୟବହାର କରାଯାଇଥାଏ, ଯେପରିକି ବ୍ୟବହାରକାରୀଙ୍କ ସମ୍ପୂର୍ଣ୍ଣ ନାମ ଅଥବା ଫୋନ ନମ୍ବର, ଯାହାକୁ ଆକ୍ରମଣ କାରୀଙ୍କ ଦ୍ୱାରା ପ୍ରବେଶ ସଂକେତ ଜାଣିବା ପାଇଁ ବ୍ୟବହାର କରାଯାଇପାରିବ।
  • pam_cracklib ମଡ୍ୟୁଲକୁ ବର୍ତ୍ତମାନ ଏକ ଶ୍ରେଣୀର ପାଖାପାଖି ସର୍ବାଧିକ ସଂଖ୍ୟକ କ୍ରମ ସଂଖ୍ୟାକୁ ପ୍ରବେଶ ସଂକେତରେ maxrepeatclass ମାଧ୍ଯମରେ ଉଲ୍ଲେଖ କରିବା ପାଇଁ ଅନୁମତି ଦିଆଯାଇଛି (ଛୋଟ ଅକ୍ଷର, ବଡ଼ ଅକ୍ଷର, ଗଣନ ସଂଖ୍ୟା ଏବଂ ବିଶେଷ ବର୍ଣ୍ଣ)।
  • pam_cracklib ମଡ୍ୟୁଲ ବର୍ତ୍ତମାନenforce_for_root ବିକଳ୍ପକୁ ସହାୟତା କରିଥାଏ, ଯାହାକି ଜଟିଳତାକୁ ନୂତନ ପ୍ରବେଶ ସଂକେତ ଉପରେ ମୂଖ୍ୟ(ରୁଟ) ଖାତା ପାଇଁ ବାଧ୍ଯକରିଥାଏ।

tmpfs Polyinstantiation ପାଇଁ ଆକାର ବିକଳ୍ପ

ଏକାଧିକ tmpfs ସ୍ଥାପନ ବିଶିଷ୍ଟ ତନ୍ତ୍ର ଉପରେ, ସେମାନଙ୍କର ଆକାରକୁ ସିମୀତ ରଖିବା ପାଇଁ ସେମାନଙ୍କୁ ସମସ୍ତ ତନ୍ତ୍ର ଆକାର ଧାରଣ କରିବାରୁ ବାରଣ କରିବା ଆବଶ୍ୟକ ହୋଇଥାଏ। PAM କୁ ବ୍ୟବହାରକାରୀମାନଙ୍କୁ tmpfs ଫାଇଲତନ୍ତ୍ରର ସର୍ବାଧିକ ଆକାର ଉଲ୍ଲେଖ କରିବାକୁ mntopts=size=<size> ବିକଳ୍ପକୁ /etc/namespace.conf ବିନ୍ୟାସ ଫାଇଲରେ ଅଦ୍ୟତନ କରାଯାଇଥାଏ।

ନିଷ୍କ୍ରିୟ ଖାତାଗୁଡ଼ିକୁ ଦେଖୁଅଛି

କିଛି ବୈଧିକରଣ ନିତୀଗୁଡ଼ିକ ଖାତା ଅପରିବର୍ତ୍ତନୀୟ କରିବା ଆବଶ୍ୟକ କରିଥାଏ ଯାହାକି କିଛି ସମୟ ପାଇଁ ବ୍ୟବହୃତ ହୋଇନଥାଏ। Red Hat Enterprise Linux 6.4 pam_lastlog ମଡ୍ୟୁଲରେ ଅତିରିକ୍ତ କାର୍ଯ୍ୟ ଆରମ୍ଭ ହୋଇଥାଏ, ଯାହାକି ବ୍ୟବହାରକାରୀମାନଙ୍କୁ ଖାତାଗୁଡ଼ିକୁ ଅପରିବର୍ତ୍ତନୀୟ କରିବା ପାଇଁ ବିନ୍ୟାସଯୋଗ୍ୟ ଦିନ ସଂଖ୍ୟା ପାଇଁ ଅନୁମତି ଦେଇଥାଏ।

libica ପାଇଁ ନୂତନ ପ୍ରୟୋଗ ଧାରା

libica ଲାଇବ୍ରେରୀ, ଯାହାକି IBM eServer କ୍ରିପ୍ଟୋଗ୍ରାଫିକ ତ୍ୱରକ (ICA) ହାର୍ଡୱେର ପାଇଁ IBM System z ଉପରେ ଏକ କାର୍ଯ୍ୟର ସେଟ ଏବଂ ଉପଯୋଗିତା ଧାରଣ କରିଥାଏ, ତାହାକୁ ନୂତନ ଏକ ଆଲଗୋରିଦମିକ ବ୍ୟବହାର ପାଇଁ ପରିବର୍ତ୍ତନ କରାଯାଇଛି ଯାହାକି ସନ୍ଦେଶ ସୁରକ୍ଷା ସହାୟକ ଅନୁଗ୍ନ 4 ନିର୍ଦ୍ଦେଶଗୁଡ଼ିକୁ କେନ୍ଦ୍ରିୟ ସଞ୍ଚାଳକ ସହାୟକକୁ କ୍ରିପ୍ଟୋଗ୍ରାଫିକ କାର୍ଯ୍ୟ (CPACF) ପାଇଁ ସହାୟତା କରିଥାଏ। DES ଏବଂ 3DES ବ୍ଲକ ସିଫରଗୁଡ଼ିକ ପାଇଁ, ନିମ୍ନଲିଖିତ ପ୍ରୟୋଗ ଧାରାଗୁଡ଼ିକୁ ବର୍ତ୍ତମାନ ସହାୟତା କରିଥାଏ:
  • Ciphertext Stealing (CBC-CS) ସହିତ ସିଫର ବ୍ଲକ ସୃଙ୍ଖଳ
  • ସିଫର-ଆଧାରିତ ସନ୍ଦେଶ ବୈଧିକରଣ ସଂକେତ (CMAC)
AES ବ୍ଲକ ସିଫର ପାଇଁ, ନିମ୍ନଲିଖିତ ପ୍ରୟୋଗ ଧାରାଗୁଡ଼ିକ ବର୍ତ୍ତମାନ ସହାୟକ ନୁହଁ:
  • Ciphertext Stealing (CBC-CS) ସହିତ ସିଫର ବ୍ଲକ ସୃଙ୍ଖଳ
  • ସିଫର ବ୍ଲକ ସୃଙ୍ଖଳ ବୈଧିକରଣ ସଂକେତ (CCM) ସହିତ ଗଣକ
  • ଗାଲୋଇସ/ଗଣକ (GCM)
ଜଟିଳ କ୍ରିପ୍ଟୋଗ୍ରାଫିକ ଆଲଗୋରିଦମଗୁଡ଼ିକର ଏହି ତ୍ୱରକ କିଛି ମାତ୍ରାରେ IBM System z ଯନ୍ତ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ଉନ୍ନତ କରିଥାଏ।

System z ପାଇଁ zlib ସଙ୍କୋଚନ ଲାଇବ୍ରେରୀର ଉତ୍କୃଷ୍ଟତା ଏବଂ ସହାୟତା

zlib ଲାଇବ୍ରେରୀ, ଏକ ସାଧାରଣ-ଉଦ୍ଦେଶ୍ୟମୂଳକ କ୍ଷତିହୀନ ତଥ୍ୟ ସଙ୍କୋଚନ ଲାଇବ୍ରେରୀ, ଯାହାକୁ ସଙ୍କୋଚନ କାର୍ଯ୍ୟଦକ୍ଷତା ଉନ୍ନତ କରିବା ପାଇଁ IBM System z ରେ ଅଦ୍ୟତନ କରାଯାଇଛି।

ପଛୁଆ ଫାୟାରୱାଲ ସଂରଚନା

iptables ଏବଂ ip6tables ସର୍ଭିସଗୁଡ଼ିକ ବର୍ତ୍ତମାନ ଏକ ପଛୁଆ ଫାୟାରୱାଲ ସଂରଚନା ନ୍ୟସ୍ତ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ ଯଦି ପୂର୍ବନିର୍ଦ୍ଧାରିତ ବିନ୍ୟାସଗୁଡ଼ିକୁ ପ୍ରୟୋଗ କରାଯାଇନପାରେ।ଯଦି /etc/sysconfig/iptables ରୁ ଫାୟାରୱାଲ ନିୟମାବଳୀର ପ୍ରୟୋଗ ହୋଇଥାଏ, ତେବେ ପଛୁଆ ଫାଇଲ ପ୍ରୟୋଗ ହୋଇଥାଏ ଯଦି ତାହା ଥାଏ। ପଛୁଆ ଫାଇଲଟି /etc/sysconfig/iptables. fallback ନାମରେ ନାମିତ ଏବଂ iptables-save ଫାଇଲ ଶୈଳୀକୁ ବ୍ୟବହାର କରିଥାଏ (ଯେପରିକି /etc/sysconfig/iptables)। ଯଦି ପଛୁଆ ଫାଇଲର ପ୍ରୟୋଗ ବିଳଫ ହୋଇଥାଏ, ତେବେ ସେଠାରେ କୌଣସି ପଛଘୁଞ୍ଚା ନଥାଏ। ଏକ ପଛୁଆ ଫାଇଲ ନିର୍ମାଣ କରିବା ପାଇଁ, ମାନ୍ୟତା ପ୍ରାପ୍ତ ଫାୟାରୱାଲ ବିନ୍ୟାସ ସାଧନକୁ ବ୍ୟବହାର କରନ୍ତୁ ଏବଂ ପଛୁଆ ଫାଇଲ ମଧ୍ଯକୁ ତାହାକୁ ନାମ ପରିବର୍ତ୍ତନ କରନ୍ତୁ କିମ୍ବା ନକଲ କରନ୍ତୁ। ip6tables ସର୍ଭିସ ପାଇଁ ସମାନ ପଦ୍ଧତି ବ୍ୟବହାର କରନ୍ତୁ, କେବଳ iptables ର ଉପସ୍ଥିତିକୁ ip6tables ସହିତ ବଦଳାନ୍ତୁ।

ଅଧ୍ଯାୟ 7. ଅଧିକାର

ବାକ୍ୟଖଣ୍ଡ ଅଦ୍ଯତନ

Red Hat Enterprise Linux 6.4 ରେ, ସଦସ୍ୟତା ପରିଚାଳକରେ ଅନେକ ବାକ୍ୟଖଣ୍ଡଗୁଡ଼ିକର ନାମ ପରିବର୍ତ୍ତନ ହୋଇଛି:
  • subscribe କୁ attach ଭାବରେ ନାମପରିବର୍ତ୍ତନ କରାଯାଇଛି
  • auto-subscribe କୁ auto-attach ଭାବରେ ନାମପରିବର୍ତ୍ତନ କରାଯାଇଛି
  • unsubscribe କୁ remove ଭାବରେ ନାମପରିବର୍ତ୍ତନ କରାଯାଇଛି
  • ଗ୍ରାହକ କୁ ତନ୍ତ୍ର କିମ୍ବା ଏକକରେ ପୁନଃନାମକରଣ କରାଯାଇଥିଲା

ପ୍ରକ୍ସି ସଂଯୋଗ ପରୀକ୍ଷା କରୁଅଛି

ପ୍ରକ୍ସି ସଂରଚନା ସଂଳାପ ବର୍ତ୍ତମାନ ବ୍ୟବହାରକାରୀଙ୍କୁ ଏକ ସଂଯୋଗ ପରୀକ୍ଷା କରିବା ପାଇଁ ଅନୁମତି ଦେଇଥାଏ।

ଏକାଧିକ ଅଧିକାରଗୁଡ଼ିକର ସଦସ୍ୟତା ଗ୍ରହଣ କରନ୍ତୁ ଅଥବା ଖାରଜ କରନ୍ତୁ

ସଦସ୍ୟତା ପରିଚାଳକ ବର୍ତ୍ତମାନ ସେମାନଙ୍କର କ୍ରମ ସଂଖ୍ୟାକୁ ଥରେ ବ୍ୟବହାର କରି ସଦସ୍ୟତା ଗ୍ରହଣ କରିବା (ସଂଲଗ୍ନ କରିବା) ଅଥବା ସଦସ୍ୟତା ଖାରଜ କରିବା (ବହିଷ୍କାର କରିବା) ରେ ସକ୍ଷମ।

GUI ରେ ସକ୍ରିୟଣ କି ସହାୟତା

ସଦସ୍ୟତା ପରିଚାଳକ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠ ଆପଣଙ୍କୁ ସକ୍ରିୟଣ କି ବ୍ୟବହାର କରି ପଞ୍ଜିକରଣ କରିବା ପାଇଁ ଅନୁମତି ଦେଇଥାଏ। ସକ୍ରିୟଣ କିଗୁଡ଼ିକ ବ୍ୟବହାରକାରୀଙ୍କୁ ପଞ୍ଜିକରଣ ପୂର୍ବରୁ ସଦସ୍ୟତାଗୁଡ଼ିକୁ ପୂର୍ବରୁ ବିନ୍ୟାସ କରିବା ପାଇଁ ଅନୁମତି ଦେଇଥାଏ।

ବାହ୍ୟ ସର୍ଭରଗୁଡ଼ିକ ସହିତ ପଞ୍ଜିକରଣ କରୁଅଛି

ତନ୍ତ୍ର ପଞ୍ଜିକରଣ ସମୟରେ ଏକ ସୁଦୂର ସର୍ଭରର ଚୟନ ପାଇଁ ସହାୟତା ବର୍ତ୍ତମାନ ସଦସ୍ୟତା ପରିଚାଳକରେ ସହାୟତା ପ୍ରାପ୍ତ। ସଦସ୍ୟତା ପରିଚାଳକ ବ୍ୟବହାରକାରୀ ଅନ୍ତରାପୃଷ୍ଠ ସର୍ଭର URL ବାଛିବା ପାଇଁ ଏକ ବିକଳ୍ପ ପ୍ରଦାନ କରିଥାଏ, ଏକ ପୋର୍ଟ ଏବଂ ଉପସର୍ଗ ସହିତ, ପଞ୍ଜିକରଣ ପ୍ରକ୍ରିୟା ସମୟରେ।ଏହା ସହିତ, ପାଠ୍ୟ ଧାରାରେ ପଞ୍ଜିକରଣ କରିବା ସମୟରେ, --serverurl ବିକଳ୍ପକୁ ସର୍ଭର ଉଲ୍ଲେଖ କରିବା ପାଇଁ ବ୍ୟବହାର କରାଯାଇପାରିବ। ଏହି ବିଶେଷତା ବିଷୟରେ ଅଧିକ ତଥ୍ୟ ପାଇଁ, ପଞ୍ଜିକରଣ, ପଞ୍ଜିକରଣ ଖାରଜ, ଏବଂ ତନ୍ତ୍ର ପଞ୍ଜିକରଣ ଅଧ୍ଯାୟକୁସଦସ୍ୟତା ପରିଚାଳନା ପୁସ୍ତକ ରେ ଦେଖନ୍ତୁ।

GUI ଉପଯୋଗିତା ପରିବର୍ତ୍ତନ

ସଦସ୍ୟତା ପରିଚାଳକ GUI କୁ ବିଭିନ୍ନ ପରିବର୍ତ୍ତନଗୁଡ଼ିକ ସହିତ ଗ୍ରାହକ ମତାମତ ଉପରେ ଆଧାର କରି ଉନ୍ନତ କରାଯାଇଛି।

ଅଧ୍ଯାୟ 8. ଆଭାସୀକରଣ

8.1. KVM

virtio-SCSI

KVM ଆଭାସୀକରଣ ଷ୍ଟାକକୁ virtio-SCSI କ୍ଷମତା ସହିତ ଉନ୍ନତ କରାଯାଇଛି (SCSI ଉପରେ ଆଧାରିତ ଏକ KVM ସଂରକ୍ଷଣ ସଂରଚନା ପାଇଁ)। Virtio-SCSI ସିଧାସଳଖ ଭାବରେ SCSI LUNs ସହିତ ସଂଯୁକ୍ତ ହେବାର କ୍ଷମତା ପ୍ରଦାନ କରିଥାଏ ଏବଂ virtio-blk ତୁଳନାରେ ସେହିପରି ମାପନିୟତା ବୃଦ୍ଧି କରିଥାଏ। virtio-SCSI ର ଲାଭ ହେଉଛି ଏହା virtio-blk ତୁଳନାରେ ଶହ ଶହ ଉପକରଣକୁ ନିୟନ୍ତ୍ରଣ କରିଥାଏ ଯାହାକି ପାଖାପାଖି 25 ଉପକରଣକୁ ନିୟନ୍ତ୍ରଣ କରିଥାଏ ଏବଂ PCI ସ୍ଲଟରୁ ବାହାରିଥାଏ।
Virtio-SCSI ବର୍ତ୍ତମାନ ଲକ୍ଷସ୍ଥଳ ଉପକରଣର ବିଶେଷତାକୁ ସେଟ କରିବା କ୍ଷମତାକୁ ନକଲ କରିଥାଏ:
  • ଏକ ଆଭାସୀ ହାର୍ଡ ଡ୍ରାଇଭଅଥବା CD କୁ virtio-scsi ନିୟନ୍ତ୍ରକ ମାଧ୍ଯମରେ ସଂଲଗ୍ନ କରନ୍ତୁ,
  • ଏକ ଭୌତିକ SCSI ଉପକରଣକୁ ହୋଷ୍ଟ ପାଖରୁ QEMU scsi-block ଉପକରଣ ମାଧ୍ଯମରେ ଅତିଥି ପାଖକୁ ପଠାନ୍ତୁ,
  • ଏବଂ ପ୍ରତ୍ୟେକ ଅତିଥି ପାଇଁ ଶହ ଶହ ଉପକରଣଗୁଡ଼ିକର ବ୍ୟବହାରକୁ ଅନୁମତି ଦେଇଥାଏ; virtio-blk ର ~25-ଉପକରଣ ସୀମାରେ ଏକ ଉନ୍ନତି।
virtio-scsi କୁ Red Hat Enterprise Linux 6.3 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରାଯାଇଥିଲା ଏବଂ Red Hat Enterprise Linux 6.4 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ ଭାବରେ ଉନ୍ନତ କରାଯାଇଥିଲା। Windows ଅତିଥିମାନେ (Windows XP ବ୍ୟତୀତ) ମଧ୍ଯ ନୂତନତମ virtio-win ଡ୍ରାଇଭରଗୁଡ଼ିକରେ ସହାୟତାପ୍ରାପ୍ତ।

Intel ର ପରବର୍ତ୍ତୀ ପିଢ଼ିର ମୂଖ୍ୟ ସଞ୍ଚାଳକ

Red Hat Enterprise Linux 6.4 Intelର ପରବର୍ତ୍ତୀ ପିଢ଼ିର ମୂଖ୍ୟ ସଞ୍ଚାଳକ ପାଇଁ qemu-kvm ସହାୟତା ଦେଇଥାଏ ତେଣୁ ସେହି KVM ଅତିଥିମାନେ ନୂତନ ବିଶେଷତାଗୁଡ଼ିକୁ ବ୍ୟବହାର କରିପାରିବେ, ଅଧିକାଂଶ ଆବଶ୍ୟକୀୟଗୁଡ଼ିକ ହେଉଛି: ଉନ୍ନତ ଭେକ୍ଟର ଅନୁଲଗ୍ନ 2 (AVX2), ବିଟ-ସଙ୍କଳନ ନିର୍ଦ୍ଦେଶ 1 (BMI1), ବିଟ-ସଙ୍କଳନ ନିର୍ଦ୍ଦେଶ 2 (BMI2), ହାର୍ଡୱେର ଅପରିବର୍ତ୍ତନିୟତା ବର୍ଣ୍ଣଲୋପ (HLE), ପ୍ରତିରୋଧିତ କାରବାର ସ୍ମୃତି (RTM), ପ୍ରକ୍ରିୟା-ପ୍ରସଙ୍ଗ ପରିଚାୟକ (PCID), ଅବୈଧ ପ୍ରକ୍ରିୟା-ପ୍ରସଙ୍ଗ ପରିଚାୟକ (INVPCID), Fused Multiply-Add (FMA), Big-Endian Move ନିର୍ଦ୍ଦେଶ (MOVBE), F ବିଭାଗ ଏବଂ G ବିଭାଗ ଆଧାର ନିର୍ଦ୍ଦେଶ (FSGSBASE), ନିରୀକ୍ଷକ ଧାରା ନିଷ୍ପାଦନ ବାରଣ (SMEP), ଉନ୍ନତ REP MOVSB/STOSB (ERMS).

AMD Opteron 4xxx କ୍ରମର CPU ପାଇଁ ସହାୟତା

AMD Opteron 4xxx କ୍ରମର ସଞ୍ଚାଳକ ବର୍ତ୍ତମାନ qemu-kvm ଦ୍ୱାରା ସହାୟତା ପ୍ରାପ୍ତ। ଏହା ନୂତନ ବିଶେଷତାଗୁଡ଼ିକୁ ଏହି ସଞ୍ଚାଳକ କ୍ରମ ପାଇଁKVM ଅତିଥିମାନଙ୍କ ପାଇଁ ଅନୁମତି ପ୍ରାପ୍ତ, ଯେପରିକି: F16C ନିର୍ଦ୍ଦେଶ ସେଟ, ଆଗୁଆ ବିଟ ସଙ୍କଳନ, ବିଟ ସଙ୍କଳନ ନିର୍ଦ୍ଦେଶ1 (BMI1) ଦଶମିକ ଫଳନ, ଏବଂ Fused Multiply-Add (FMA) ନିର୍ଦ୍ଦେଶ ସେଟ।

SPICE ମାଧ୍ଯମରେ USB ଅଗ୍ରସରଣ ବ୍ୟବହାର କରି ଅତିଥି ଜୀବନ୍ତ ସ୍ଥାନାନ୍ତରଣ

Red Hat Enterprise Linux 6.4 ରେ, KVM ସହାୟତା ଜୀବନ୍ତ ସ୍ଥାନାନ୍ତରଣକୁ SPICE ମାଧ୍ଯମରେ USB ଅଗ୍ରସରଣ ବ୍ୟବହାର କରି ସହାୟତା କରିଥାଏ, ଯେତେବେଳେ ସ୍ଥିତବାନ USB ଉପକରଣ ଦିଗ ପରିବର୍ତ୍ତନ ବ୍ୟବହାର କରି ସମସ୍ତ ବିନ୍ୟାସିତଉପକରଣଗୁଡ଼ିକ ପାଇଁ ପରିଚାଳନା କରିଥାଏ।

USB ଉପକରଣଗୁଡ଼ିକୁ ବ୍ୟବହାର କରି ଅତିଥିମାନଙ୍କର ଜୀବନ୍ତ ସ୍ଥାନାନ୍ତରଣ

Red Hat Enterprise Linux 6.4 ରେ, KVM ସହାୟତାଗୁଡ଼ିକୁ ଅତିଥିମାନଙ୍କର ଜୀବନ୍ତ ସ୍ଥାନ୍ତରଣକୁ USB ଉପକରଣଗୁଡ଼ିକ ଦ୍ୱାରା ସହାୟତା କରିଥାଏ। ନିମ୍ନଲିଖିତ ଉପକରଣଗୁଡ଼ିକ ସହାୟତା ପ୍ରାପ୍ତ: ଉନ୍ନତ ହୋଷ୍ଟ ନିୟନ୍ତ୍ରଣ ଅନ୍ତରାପୃଷ୍ଠ (EHCI) ଏବଂ ସର୍ବସାଧାରଣ ହୋଷ୍ଟ ନିୟନ୍ତ୍ରଣ ଅନ୍ତରାପୃଷ୍ଠ (UHCI) ସ୍ଥାନୀୟ ମାଧ୍ଯମ ଏବଂ ଏମୁଲେଟେଡ଼ ଉପକରଣଗୁଡ଼ିକ ଯେପରିକି ସଂରକ୍ଷଣ ଉପକରଣଗୁଡ଼ିକ, ମାଉସ, କିବୋର୍ଡ, ହବ, ଏବଂ ଅନ୍ୟମାନେ।

QEMU ଅତିଥି ସଦସ୍ୟ ଅଦ୍ୟତନ

QEMU ଅତିଥି ସଦସ୍ୟ (qemu-guest-agent ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ବର୍ତ୍ତମାନ Red Hat Enterprise Linux 6.4 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହାକୁ ଅପଷ୍ଟ୍ରିମ ସଂସ୍କରଣ 1.1 କୁ ଅଦ୍ୟତନ କରାଯାଇଛି, ଏବଂ ନିମ୍ନଲିଖିତ ଦୃଷ୍ଟିଯୋଗ୍ୟ ଉନ୍ନତି ଏବଂ ତ୍ରୁଟି ନିବାରଣଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ:
  • guest-suspend-disk ଏବଂ guest-suspend-ram ନିର୍ଦ୍ଦେଶଗୁଡ଼ିକ ବର୍ତ୍ତମାନ RAM କିମ୍ବା Windows ତନ୍ତ୍ରର କୌଣସି ଡିସ୍କକୁ ନିଲମ୍ବନ କରିବା ପାଇଁ ବ୍ୟବାହାର କରାଯାଇପାରିବ।
  • guest-network-get-interfaces ନିର୍ଦ୍ଦେଶକୁ ବର୍ତ୍ତମାନ Linux ରେ ନେଟୱର୍କ ଅନ୍ତରାପୃଷ୍ଠ ସୂଚନା ପାଇବା ପାଇଁ ବ୍ୟବହାର କରାଯାଇପାରିବ।
  • ଏହି ଅଦ୍ୟତନ ଫାଇଲତନ୍ତ୍ର ସ୍ଥିରତା ତ୍ରୁଟିନିବାରଣକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯାଇପାରିବ।
  • ଏହି ଅଦ୍ୟତନରେ ବିଭିନ୍ନ ଦଲିଲିକରଣ ସମାଧାନ ଏବଂ ଛୋଟ ଉନ୍ନତିଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ।

ଆଂଶିକ ଆଭାସୀ ବାଧା ସମାପ୍ତିର ସୂଚକ (PV-EOI)

Red Hat Enterprise Linux 6.3 ଏବଂ ଏହାଠାରୁ ପୁରୁଣା ହୋଷ୍ଟ ଏବଂ ଅତିଥିରେ ଦୁଇଟିVM ଅବସ୍ଥିତ (VM ରୁ ହାଇପରଭାଇଜର ପ୍ରସଙ୍ଗ ପରିବର୍ତ୍ତନ) ପ୍ରତ୍ୟେକ ବାଧା ପାଇଁ: ଗୋଟିଏକୁ ବାଧା ପ୍ରଦାନ, ଏବଂ ଅନ୍ୟଟିକୁ ବାଧା ସମାପ୍ତିର ସଂକେତ ପାଇଁ ବ୍ୟବହାର ହୋଇଥାଏ।ଯେତେବେଳେ ଉଭୟ ହୋଷ୍ଟ ଏବଂ ଅତିଥି ତନ୍ତ୍ରକୁ Red Hat Enterprise Linux 6.4 କିମ୍ବା ନୂତନତମକୁ ଅଦ୍ୟତନ କରାଯାଇଥାଏ, ସେତେବେଳେ ସେମାନେ ଆଂଶିକ ଆଭାସୀ ବାଧା ସମାପ୍ତି ବିଶେଷତା ଆଶାକରନ୍ତି ଏବଂ ପ୍ରତ୍ୟେକ ବାଧା ପାଇଁ କେବଳ ଗୋଟିଏ ପରିବର୍ତ୍ତନ ଆଶାକରିଥାନ୍ତି। ଫଳସ୍ୱରୂପ, Red Hat Enterprise Linux 6.4 କିମ୍ବା ନୂତନଟିକୁ ଉଭୟ ହୋଷ୍ଟ ଏବଂ ଅତିଥି ଭାବରେ ବ୍ୟବହାର କରି, ପ୍ରସ୍ଥାନ ସଂଖ୍ୟାକୁ ଅଧା କରାଯାଇଥାଏ, ଯେପରିକି virtio ନେଟୱର୍କ ଉପକରଣ ପାଇଁ ଆସୁଥିବା ନେଟୱର୍କ ଯାତାୟାତ। ଏହା ହୋଷ୍ଟ CPU ବ୍ୟବହାରକୁ ଏପରି କାର୍ଯ୍ୟଭାର ପାଇଁ ଯଥେଷ୍ଟ କମ କରିଥାଏ। ମନେରଖନ୍ତୁ ଯେ କେବଳ ଧାର ବାଧାଗୁଡ଼ିକୁ ଉନ୍ନତ କରାଯାଇନଥାଏ: ଉଦାହରଣ ସ୍ୱରୂପ e1000 ନେଟୱର୍କିଙ୍ଗ ସ୍ତର ବାଧା ବ୍ୟବହାର କରିଥାଏ ଏବଂ ଉନ୍ନତ କରାଯାଇ ନଥାଏ।

ବିନ୍ୟାସଯୋଗ୍ୟ ଧ୍ୱନି ପ୍ରବେଶ

ଏକ ଧ୍ୱନି ଉପକରଣକୁ ବର୍ତ୍ତମାନ microphone ଅଥବାspeaker ଭାବରେ ଅତିଥି ତନ୍ତ୍ରରେ ଚିହ୍ନା ହୋଇଥାଏ (ଏହା ସହିତ line-in ଏବଂ line-out ଭାବରେ ଚିହ୍ନିତ ହୋଇଥାଏ)। ଧ୍ୱନି ଉପକରଣଗୁଡ଼ିକ ବର୍ତ୍ତମାନ ଅତିଥି ପ୍ରୟୋଗମାନଙ୍କରେ ସଠିକ ଭାବରେ କାର୍ଯ୍ୟ କରିଥାଏଯାହାକି କେବଳ କିଛି ପ୍ରକାରର ଧ୍ୱନି ଲିଖନ ଏବଂ ଧ୍ୱନି ନିବେଶକୁ ଗ୍ରହଣ କରିଥାଏ।

8.2. Hyper-V

Microsoft Hyper-V ଡ୍ରାଇଭରଗୁଡ଼ିକ ପାଇଁ ସହାୟତା ଯୋଗ, ଏବଂ ଅତିଥି ସ୍ଥାପନା

ସନ୍ନିହିତ Red Hat Enterprise Linux ଅତିଥି ସ୍ଥାପନା, ଏବଂ Microsoft Hyper-V ଉପରେ Red Hat Enterprise Linux 6.4 ରେ Hyper-V ଆଂଶିକ-ଆଭାସୀଉପକରଣ ସହାୟତାକୁ ଚାଳକମାନଙ୍କୁ Red Hat Enterprise Linux 6.4 କୁ ଅତିଥି ଭାବରେ Microsoft Hyper-V ହାଇପରଭାଇଜର ଉପରେ ଚଲାଇବା ପାଇଁ ଅନୁମତି ଦେଇଥାଏ। ନିମ୍ନଲିଖିତ Hyper-V ଡ୍ରାଇଭରଗୁଡ଼ିକ ଏବଂ ଏକ ଘଡ଼ି ଉତ୍ସକୁ Red Hat Enterprise Linux 6.4 କର୍ଣ୍ଣଲରେ ଯୋଗକରାଯାଇଥାଏ:
  • ଏକ ନେଟୱର୍କ ଡ୍ରାଇଭର (hv_netvsc)
  • ଏକ ସଂରକ୍ଷଣ ଡ୍ରାଇଭର (hv_storvsc)
  • ଏକ HID-ସୁସଂଗତ ମାଉସ ଡ୍ରାଇଭର (hid_hyperv)
  • ଏକ VMbus ଡ୍ରାଇଭର (hv_vmbus)
  • ଏକ util ଡ୍ରାଇଭର (hv_util)
  • ଏକ IDE ଡିସ୍କ ଡ୍ରାଇଭର (ata_piix)
  • ଏକ ଘଡ଼ି ଉତ୍ସ (i386, AMD64/Intel 64: hyperv_clocksource)
Red Hat Enterprise Linux 6.4 ମଧ୍ଯ ଏକ ଅତିଥି Hyper-V କି-ମୂଲ୍ୟ ଯୁଗଳ (KVP) ଡେମନ (hypervkvpd) କୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି VMbus ମାଧ୍ଯମରେ ହୋଷ୍ଟ ପାଖକୁ ମୌଳିକ ସୂଚନା ପଠାଇଥାଏ, ଯେପରିକି ଅତିଥି IP, FQDN, OS ନାମ, ଏବଂ OS ପ୍ରକାଶନ କ୍ରମ ସଂଖ୍ୟା।

8.3. VMware ESX

VMware PV ଡ୍ରାଇଭରଗୁଡ଼ିକ

VMware ଆଂଶିକ ଆଭାସୀ ଡ୍ରାଇଭରଗୁଡ଼ିକୁ ଅଖଣ୍ଡ ଅଭିଜ୍ଞ୍ୟତା ପାଇଁ Red Hat Enterprise Linux 6.4 ବ୍ୟବହାର କରୁଥିବା ସମୟରେ VMware ESX ରେ ଅଦ୍ୟତନ କରାଯାଇଥାଏ। Anaconda ସ୍ଥାପକକୁ ମଧ୍ଯ ଡ୍ରାଇଭରଗୁଡ଼ିକୁ ତାଲିକାଭୁକ୍ତ କରିବା ପାଇଁ ସ୍ଥାପନ କ୍ରିୟା ସମୟରେ ଅଦ୍ୟତନ କରାଯାଇଥାଏ। ନିମ୍ନଲିଖିତ ଡ୍ରାଇଭରଗୁଡ଼ିକୁ ଅଦ୍ୟତନ କରାଯାଇଛି:
  • ଏକ ନେଟୱର୍କ ଡ୍ରାଇଭର (vmxnet3)
  • ଏକ ସଂରକ୍ଷଣ ଡ୍ରାଇଭର (vmw_pvscsi)
  • ସ୍ମୃତି ବେଲୁନିଙ୍ଗ ଡ୍ରାଇଭର\n(vmware_balloon)
  • ମାଉସ ଡ୍ରାଇଭର (vmmouse_drv)
  • ଏକ ଭିଡ଼ିଓ ଡ୍ରାଇଭର (vmware_drv)

ଅଧ୍ଯାୟ 9. ଏକତ୍ରିକରଣ

IBM iPDU ଫେନସ ଉପକରଣ ପାଇଁ ସହାୟତା

Red Hat Enterprise Linux 6.4 IBM iPDU ଫେନସ ଉପକରଣ ପାଇଁ ସହାୟତା ଯୋଗ କରିଥାଏ। ଏହି ଫେନସ ଉପକରଣର ପ୍ରାଚଳଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, ଫେନସ ଉପକରଣ ପ୍ରାଚଳଗୁଡ଼ିକ ଅନୁକ୍ରମଣିକାକୁRed Hat Enterprise Linux 6 କ୍ଲଷ୍ଟର ପ୍ରଶାସନ ପୁସ୍ତକରେ ଅନୁସରଣ କରନ୍ତୁ।

ଇଟନ ନେଟୱର୍କ ଶକ୍ତି ନିୟନ୍ତ୍ରକ ଫେନସ ଉପକରଣ ପାଇଁ ସହାୟତା

fence_eaton_snmp ପାଇଁ Red Hat Enterprise Linux 6.4 ସହାୟତା ଯୋଗ କରିଥାଏ, SNMP ନେଟୱର୍କ ଶକ୍ତି ସ୍ୱୀଚ ଉପରେ ଇଟନ ପାଇଁ ଫେନସ ସଦସ୍ୟ।ଏହି ଫେନସ ସଦସ୍ୟର ପ୍ରାଚଳଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ,ଫେନସ ଉପକରଣ ପ୍ରାଚଳଗୁଡ଼ିକ ଅନୁକ୍ରମଣିକାକୁ Red Hat Enterprise Linux 6 କ୍ଲଷ୍ଟର ପ୍ରଶାସନ ପୁସ୍ତକରେ ଅନୁସରଣ କରନ୍ତୁ।

ନୂତନ keepalived ପ୍ୟାକେଜ

Red Hat Enterprise Linux 6.4 ରେ keepalived ପ୍ୟାକେଜ ପ୍ରଯୁକ୍ତି ଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ। keepalived ପ୍ୟାକେଜଭାର ସନ୍ତୁଳନ ଏବଂ ଉଚ୍ଚ-ଉପଲବ୍ଧତା ପାଇଁ ସରଳ ଏବଂ ସୁଦୃଢ଼ ସୁବିଧା ପ୍ରଦାନ କରିଥାଏ। ଭାର ସନ୍ତୁଳନ ଫ୍ରେମୱର୍କ ସୁପରିଚିତ ଏବଂ Linux ଆଭାସୀ ସର୍ଭର କର୍ଣ୍ଣଲ ମଡ୍ୟୁଲ ଉପରେ ନିର୍ଭର କରିଥାଏ ଯାହାକି ସ୍ତର 4 ନେଟୱର୍କ ଭାର-ସନ୍ତୁଳନ ପ୍ରଦାନ କରିଥାଏ। keepalived ଡେମନ ସ୍ୱାସ୍ଥ ଯାଞ୍ଚକାରୀ ଭାର-ସନ୍ତୁଳନ ସମୂହର ସେଟକୁ ସେମାନଙ୍କର ସ୍ଥିତି ଅନୁସାରେ ନିୟୋଜନ କରିଥାଏ। ସଜାଗ ଡେମନ ମଧ୍ଯ ଆଭାସୀ ରାଉଟର ଅତିରିକ୍ତତା ପ୍ରୋଟୋକଲ (VRRP)କୁ ନିୟୋଜନ କରିଥାଏ, ଯାହାକି ରାଉଟର କିମ୍ବା ଡିରେକ୍ଟର ବିଫଳତାକୁ ଅନୁମତି ଦେଇଥାଏ।

ୱାଚଡଗ ପୁନରୁଦ୍ଧାର

ନୂତନ fence_sanlock ଏବଂ checkquorum.wdmd ଫେନସ ସଦସ୍ୟମାନେ, Red Hat Enterprise Linux 6.4 ରେ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ ହୋଇଥାଏ, ଯାହାକି ୱାଚଡଗ ଉପକରଣ ମାଧ୍ଯମରେ ନୂତନ ଯନ୍ତ୍ରକୌଶଳ ପ୍ରଦାନ କରିଥାଏ। ଏହି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନକୁ କିପରି ସକ୍ରିୟ କରାଯିବ ତାହା ବିଷୟରେ ପାଠ୍ୟ ପୁସ୍ତକ https://fedorahosted.org/cluster/wiki/HomePage ରେ ଉପଲବ୍ଧ।

VMDK-ଆଧାରିତ ସଂରକ୍ଷଣ ପାଇଁ ସହାୟତା

Red Hat Enterprise Linux 6.4 VMware's VMDK (ଆଭାସୀ ତନ୍ତ୍ର ଡିସ୍କ) ଡିସ୍କ ପ୍ରତିଛବି ଯନ୍ତ୍ରକୌଶଳ ବ୍ୟବହାର କରୁଥିବା କ୍ଲଷ୍ଟର ପାଇଁ ଏକାଧିକ-ଲିଖନି ବିକଳ୍ପ ସହିତ ସହାୟତା ଯୋଗ କରିଥାଏ। ଏହା ଆପଣଙ୍କୁ ଅନୁମତି ଦେଇଥାଏ, ଉଦାହରଣ ସ୍ୱରୂପ, କ୍ଲଷ୍ଟର ଫାଇଲତନ୍ତ୍ର ପାଇଁ ଏକାଧିକ-ଲିଖନି ବିକଳ୍ପ ସହିତ VMDK-ଆଧାରିତ ସଂରକ୍ଷଣ ବ୍ୟବହାର କରିବା ପାଇଁଅନୁମତି ଦେଇଥାଏ ଯେପରିକି GFS2.

ଅଧ୍ଯାୟ 10. ସଂରକ୍ଷଣ ସ୍ଥାନ

ସମାନ୍ତରାଳ NFS ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ

ସମାନ୍ତରାଳ NFS (pNFS) ଟି ହେଉଛି NFS v4.1 ମାନକ ଯାହାକି ଗ୍ରାହକମାନଙ୍କୁ ସଂରକ୍ଷଣ ଉପକରଣଗୁଡ଼ିକୁ ସିଧାସଳଖ ଭାବରେ ଏବଂ ସମାନ୍ତରାଳ ଭାବରେ ପ୍ରବେଶାନୁମତି ଦେଇଥାଏ। pNFS ସଂରଚନାମାପନିୟତା ଏବଂ NFS ସର୍ଭରର କାର୍ଯ୍ୟଦକ୍ଷତାକୁ ସାଧାରଣ କାର୍ଯ୍ୟଭାର ପାଇଁ ଉନ୍ନତ କରିଥାଏ। Red Hat Enterprise Linux 6.4 ରେ, pNFS ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
pNFS 3 ଟି ବିଭିନ୍ନ ସଂରକ୍ଷଣ ପ୍ରୋଟୋକଲଗୁଡ଼ିକୁ ଅଥବା ବିନ୍ୟାସକୁ ସହାୟତା କରିଥାଏ: ଫାଇଲ, ବସ୍ତୁ ଏବଂ ବ୍ଲକ। Red Hat Enterprise Linux 6.4 NFS ଗ୍ରାହକ ବିନ୍ୟାସ ପ୍ରୋଟୋକଲକୁ ସହାୟତା କରିଥାଏ।
ଏହି ନୂତନ କାର୍ଯ୍ୟକୁ ସକ୍ରିୟ କରିବା ପାଇଁ ନିମ୍ନଲିଖିତ ସ୍ଥାପନ ବିକଳ୍ପଗୁଡ଼ିକୁ pNFS-ସକ୍ରିୟ ସର୍ଭର ବ୍ୟବହାର କରିଥାଏ: -o minorversion=1 ଅଥବା -o v4.1.
ଯେତେବେଳେ ସର୍ଭରଟି pNFS-ସକ୍ରିୟ ହୋଇଥାଏ, nfs_layout_nfsv41_files କର୍ଣ୍ଣଲ ମଡ୍ୟୁଲ ସ୍ୱୟଂଚାଳିତ ଭାବରେ ପ୍ରଥମ ସ୍ଥାପନରେ ଧାରଣ ହୋଇଥାଏ। ଏହି ମଡ୍ୟୁଲ ଧାରଣ ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶକୁ ବ୍ୟବହାର କରନ୍ତୁ:
~]$ lsmod | grep nfs_layout_nfsv41_files
pNFS ବିଷୟରେ ଅଧିକ ସୂଚନା ପାଇଁ , http://www.pnfs.com/ କୁ ଅନୁସରଣ କରନ୍ତୁ।

XFS ଅନଲାଇନ ପ୍ରତ୍ୟାଖ୍ୟାନ ସହାୟତା

ଏକ ଅନଲାଇନ ପ୍ରତ୍ୟାଖ୍ୟାନ ପ୍ରୟୋଗ ସ୍ଥାପିତ ଫାଇଲତନ୍ତ୍ରରେ କାର୍ଯ୍ୟକାରୀ ହୋଇଥାଏ ଯାହାକି ଫାଇଲତନ୍ତ୍ର ଦ୍ୱାରା ବ୍ୟବହୃତ ହୋଇନଥାଏ। ଅନଲାଇନ ପ୍ରତ୍ୟାଖ୍ୟାନ ପ୍ରୟୋଗଗୁଡ଼ିକ ବର୍ତ୍ତମାନXFS ଫାଇଲ ତନ୍ତ୍ରରେ ସହାୟତା ପ୍ରାପ୍ତ। ଅଧିକ ସୂଚନା ପାଇଁ, ଅବ୍ୟବହୃତ ବ୍ଲକକୁ ପ୍ରତ୍ୟାଖ୍ୟାନ କରନ୍ତୁ ବିଭାଗକୁRed Hat Enterprise Linux 6 ସଂରକ୍ଷଣ ପ୍ରସାଶନ ପୁସ୍ତକରେ ଅନୁସରଣ କରନ୍ତୁ।

Micron PCIe SSD ପାଇଁ LVM ସହାୟତା

Red Hat Enterprise Linux 6.4 ରେ, LVM Micron PCIe Solid State Drives (SSDs) ପାଇଁ ସହାୟତା ଯୋଗ କରିଥାଏ ଯେପରିକି ତାହା ଏକ ଭଲ୍ୟୁମ ଶ୍ରେଣୀ ନିର୍ମାଣ କରିପାରେ।

2-ପଥ ପ୍ରତିବିମ୍ବ RAID10 ପାଇଁ LVM ସହାୟତା

LVM ଟି ବର୍ତ୍ତମାନ RAID10 ତାର୍କିକ ଭଲ୍ୟୁମକୁ ନିର୍ମାଣ, ବହିଷ୍କାର ଏବଂ ଆକାର ପରିବର୍ତ୍ତନ କରିବାରେ ସକ୍ଷମ। ଏକ RAID10 ତାର୍କିକ ଭଲ୍ୟୁମ ନିର୍ମାଣ କରିବା ପାଇଁ, ଅନ୍ୟ RAID ପ୍ରକାର ପରି, ନିମ୍ନଲିଖିତ ପ୍ରକାରରେ ଉଲ୍ଲେଖ କରିଥାଏ:
~]# lvcreate --type raid10 -m 1 -i 2 -L 1G -n lv vg
ମନେରଖନ୍ତୁ ଯେ -m ଏବଂ -i ସ୍ୱତନ୍ତ୍ରଚର ଆଚରଣଅନ୍ୟ ବିଭାଗ ପ୍ରକାର ପାଇଁ ଏକ ପ୍ରକାରର ହୋଇଥାଏ। ଯେପରିକି, -i ଟି ହେଉଛି ସମୁଦାୟ ସଂଖ୍ୟକ ଧାର ଯେତେବେଳେ -m ଟି ହେଉଛି(ଅତିରିକ୍ତ) ସଂଖ୍ୟକ ନକଲ (ଯେପରିକି, -m 1 -i 2 2ଟି ଧାର 2-ପଥ ବିଶିଷ୍ଟ ପ୍ରତିବିମ୍ବରେ ଦେଇଥାଏ)।

SCSI ସ୍ଥାୟୀ ସଂରକ୍ଷଣଗୁଡ଼ିକୁ ଉପକରଣ ମେଳକ ଉପକରଣଗୁଡ଼ିକରେ ବ୍ୟବସ୍ଥା କରାଯାଇଥାଏ ଏବଂ ପରିଚାଳନା କରାଯାଇଥାଏ

ପୂର୍ବରୁ, ଏକାଧିକ ପଥ ଉପକରଣଗୁଡ଼ିକରେ ସ୍ଥାୟୀ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ, ସମସ୍ତ ପଥ ଉପକରଣଗୁଡ଼ିକରେ ଏହାକୁ ବ୍ୟବସ୍ଥା କରିବା ଆବଶ୍ୟକ ହୋଇଥାଏ। ଯଦି କୌଣସି ପଥ ଉପକରଣକୁ ପରେ ଯୋଗକରାଯାଇଥାଏ, ତେବେ ସେହି ପଥରେ ସଂରକ୍ଷଣଗୁଡ଼ିକୁ ହସ୍ତକୃତ ଭାବରେ ଯୋଗ କରିବା ଆବଶ୍ୟକ ହୋଇଥାଏ। Red Hat Enterprise Linux 6.4 SCSI ସ୍ଥାୟୀ ସଂରକ୍ଷଣଗୁଡ଼ିକୁ ଉପକରଣ ମେଳକ ଉପକରଣmpathpersist ନିର୍ଦ୍ଦେଶ ମାଧ୍ଯମରେ ସଂରକ୍ଷଣ କରିବାରେ ସକ୍ଷମ ହୋଇଥାଏ। ଯେତେବେଳେ ପଥ ଉପକରଣଗୁଡ଼ିକୁ ଯୋଗକରାଯାଇଥାଏ, ସେତେବେଳେ ସ୍ଥାୟୀ ସଂରକ୍ଷଣଗୁଡ଼ିକୁ ସେହି ଉପକରଣରେ ମଧ୍ଯ ସଂରକ୍ଷଣ କରାଯାଇଥାଏ।

ଅଧ୍ଯାୟ 11. ସଙ୍କଳକ ଏବଂ ସାଧାନମାନ

SystemTap କୁ ସଂସ୍କରଣ 1.8 କୁ ଅଦ୍ୟତିତ କରାଯାଇଛି

SystemTap ପ୍ରଚାଳନ ତନ୍ତ୍ରର କାର୍ଯ୍ୟକ୍ରମକୁ ପଢ଼ିବା ଏବଂ ନିରୀକ୍ଷଣ କରିବା ପାଇଁ ଚାଳକଙ୍କୁ ଅନୁମତି ଦେଉଥିବା ସାଧନକୁ ଅନୁସରଣ ଏବଂ ଅନୁସନ୍ଧାନ କରୁଅଛି (ବିଶେଷକରି, କର୍ଣ୍ଣଲ) ଅନ୍ତିମ ବିବରଣୀରେ। ଏହା ନିମ୍ନଲିଖିତ ସାଧନ ପରି ଫଳାଫଳ ସହିତ ସାଦୃଶ୍ୟ ସୂଚନା ପ୍ରଦାନ କରିଥାଏ netstat, ps, top, ଏବଂ iostat; ତଥାପି, SystemTap କୁ ଅଧିକ ନିଷ୍ପନ୍ଦନ ଏବଂ ବିଶ୍ଳେଷଣ ବିକଳ୍ପ ପ୍ରଦାନ କରିବା ପାଇଁ ସଂରଚନା କରାଯାଇଛି।
Red Hat Enterprise Linux 6.4 ରେ systemtap ପ୍ୟାକେଜକୁଅପଷ୍ଟ୍ରିମ ସଂସ୍କରଣ 1.8 କୁ ଉନ୍ନୟନ କରାଯାଇଛି, ଯାହାକି କିଛି ତ୍ରୁଟି ନିବାରଣ ଏବଂ ଉନ୍ନତି ପ୍ରଦାନ କରିଥାଏ:
  • @var ବାକ୍ୟ ବିନ୍ୟାସ ବର୍ତ୍ତମାନ DWARF ପ୍ରାଚଳଗୁଡ଼ିକୁ uprobe ଏବଂ kprobe ନିୟନ୍ତ୍ରକଗୁଡ଼ିକରେ ଗୋଟିଏ ବକଳ୍ପିକ ଭାଷାର ବାକ୍ୟ ବିନ୍ୟାସ ଅଟେ (ପଦ୍ଧତି, କର୍ଣ୍ଣଲ, ମଡ୍ୟୁଲ)।
  • SystemTap ବର୍ତ୍ତମାନ ଦ୍ୱନ୍ଦ ଏଡ଼ାଇବା ପାଇଁ ସ୍ଥାନୀୟ ପ୍ରାଚଳଗୁଡ଼ିକୁ C ଶୀର୍ଷକକୁ ଅନ୍ତର୍ଭୁକ୍ତ କରି tapsets ଦ୍ୱାରା ଖରାପ କରିଥାଏ।
  • SystemTap ସଙ୍କଳନ-ସର୍ଭର ଏବଂ କ୍ଲାଏଣ୍ଟ ବର୍ତ୍ତମାନ IPv6 ନେଟୱର୍କଗୁଡ଼ିକୁ ବ୍ୟବହାର କରିଥାଏ।
  • SystemTap ଚାଳନ ସମୟ (staprun) ବର୍ତ୍ତମାନ -T ସମୟ ସମାପ୍ତି ବିକଳ୍ପକୁ ସ୍କ୍ରିପ୍ଟଗୁଡ଼ିକରୁ ନିମ୍ନ-ଥ୍ରୋପୁଟ ଫଳାଫଳ ପାଇଁ ଅନିୟମିତତାକୁ ଅନୁମତି ଦେଇଥାଏ।
  • SystemTap ସ୍କ୍ରିପ୍ଟ ଅନୁବାଦକ ଡ୍ରାଇଭର (stap) ବର୍ତ୍ତମାନନିମ୍ନଲିଖିତ ଉତ୍ସ ସୀମା ବିକଳ୍ପଗୁଡ଼ିକୁ ପ୍ରଦାନ କରିଥାଏ:
    --rlimit-as=NUM
    --rlimit-cpu=NUM
    --rlimit-nproc=NUM
    --rlimit-stack=NUM
    --rlimit-fsize=NUM
    
  • SystemTap ମଡ୍ଯୁଲଗୁଡ଼ିକ ବର୍ତ୍ତମାନ ଛୋଟ ଏବଂ ଶୀଘ୍ର ସଂକଳିତ ହୋଇଥାଏ। ମଡ୍ୟୁଲଗୁଡ଼ିକର ତ୍ରୁଟି ନିବାରଣ ସୂଚନା ବର୍ତ୍ତମାନପୂର୍ବନିର୍ଦ୍ଧାରିତ ଭାବରେ ଚାପିହୋଇଥାଏ।
  • ତ୍ରୁଟି ବିବରଣୀ CVE-2012-0875 (ତ୍ରୁଟିଯୁକ୍ତ DWARF ତଥ୍ୟ ଫେରାଇବା ସମୟରେ କର୍ଣ୍ଣଲ ପ୍ୟାନିକ) କୁ ବର୍ତ୍ତମାନ ସମାଧାନ କରାଯାଇଛି।

lscpu ଏବଂ chcpu ଉପଯୋଗିତା

lscpu ଉପଯୋଗିତା, ଯାହାକି ଉପଲବ୍ଧ CPU ଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ ତାହାକୁ ଅନେକ ନୂତନ ବିଶେଷତା ଅନ୍ତର୍ଭୁକ୍ତ କରିବା ପାଇଁ ଅଦ୍ୟତନ କରାଯାଇଛି। ଏବଂ ମଧ୍ଯ, ଏକ ନୂତନ ଉପଯୋଗିତା, chcpu, କୁ ଯୋଗ କରାଯାଇଛି, ଯାହାକି ଆପଣଙ୍କୁ CPU ସ୍ଥିତି ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ (ଅନଲାଇନ/ଅଫଲାଇନ, ସ୍ଥିର/ସକ୍ରିୟ, ଏବଂ ଅନ୍ୟାନ ସ୍ଥିତି), CPU ଗୁଡ଼ିକୁ ନିଷ୍କ୍ରିୟ ଏବଂ ସକ୍ରିୟ କରିଥାଏ, ଏବଂନିର୍ଦ୍ଦିଷ୍ଟ CPU ଗୁଡ଼ିକୁ ବିନ୍ୟାସ କରିଥାଏ।
ଏହି ଉପଯୋଗିତାଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, lscpu(1) ଏବଂ chcpu(8) man ପୃଷ୍ଠାକୁ ଅନୁସରଣ କରନ୍ତୁ।

ଅଧ୍ଯାୟ 12. ସାଧାରଣ ଅଦ୍ୟତନଗୁଡ଼ିକ

ଅଦ୍ୟତିତ samba ପ୍ୟାକେଜଗୁଡ଼ିକ

Red Hat Enterprise Linux 6.4 ରେ ପୁନଃ ଆଧାରିତ samba ପ୍ୟାକେଜ ଅନ୍ତର୍ଭୁକ୍ତ ଯାହାକି ଅନେକ ତ୍ରୁଟି ସମାଧାନ ଏବଂ ଉନ୍ନତି କରିଥାଏ, ଅତି ଆବଶ୍ୟକୀୟ ବିଷୟଟି ହେଉଛି SMB2 ପ୍ରୋଟୋକଲ ପାଇଁ ସହାୟତା ପ୍ରଦାନ କରିବା। SMB2 ସହାୟତାକୁ ନିମ୍ନଲିଖିତ ପ୍ରାଚଳ ସହିତ [global] ବିଭାଗରେ ଥିବା /etc/samba/smb.conf ଫାଇଲରେ ସକ୍ରିୟ କରିପାରିବେ:
ସର୍ବାଧିକ ପ୍ରୋଟୋକଲ = SMB2
ଏହା ସହିତ, Samba ପାଖରେ ବର୍ତ୍ତମାନ AES କର୍ବୋରୋସ ସଂଗୁପ୍ତକରଣ ସହାୟତା ଅଛି। AES ସହାୟତାବର୍ତ୍ତମାନ Microsoft Windows ପ୍ରଚାଳନ ତନ୍ତ୍ରଗୁଡ଼ିକରେ Windows Vista ଏବଂ Windows Server 2008 ପାଖରୁ ଉପଲବ୍ଧ। ଏହାକୁ ନୂତନ ପୂର୍ବନିର୍ଦ୍ଧାରିତ କର୍ବୋରୋସ ସଂଗୁପ୍ତକରଣରେ Windows 7 ପାଖରୁ ଖବର କରାଯାଇଥାଏ। Samba ବର୍ତ୍ତମାନ AES କର୍ବୋରୋସ କିଗୁଡ଼ିକୁ ନିୟନ୍ତ୍ରକଗୁଡ଼ିକରେ ଯୋଗ କରିଥାଏ। ଏହା ଅର୍ଥ ହେଉଛି samba କିଟ୍ୟାବ ବ୍ୟବହାର କରୁଥିବା ଏବଂ ସମାନ ତନ୍ତ୍ରରେ ଚାଲୁଥିବା ଅନ୍ୟାନ୍ୟ କର୍ବୋରୋସ ସର୍ଭିସଗୁଡ଼ିକ AES ସଂଗୁପ୍ତକରଣରୁ ଫଳପ୍ରଦ ହୋଇପାରିବେ। AES ଅଧିବେଶନ କିଗୁଡ଼ିକୁ ବ୍ୟବହାର କରିବା ପାଇଁ (ଏବଂ କେବଳ AES ସଂଗୁପ୍ତକରଣ ଟିକଟକୁ ବ୍ୟବହାର ନକରି), samba ତନ୍ତ୍ର ଖାତାକୁ ସକ୍ରିୟ ଡିରେକ୍ଟୋରୀର LDAP ସର୍ଭରରେ ପରିବର୍ତ୍ତନ କରିବାକୁ ହେବ। ଅଧିକ ସୂଚନା ପାଇଁ, Microsoft Open Specifications Support Team Blog କୁ ଦେଖନ୍ତୁ।

ଚେତାବନୀ

ଅଦ୍ୟତିତ samba ପ୍ୟାକେଜଗୁଡ଼ିକ ମଧ୍ଯ ID ମେଳନ ବିନ୍ୟାସ ଧାରାରେ ପରିବର୍ତ୍ତିତ ହୋଇଥାଏ। ବ୍ୟବହାରକାରୀମାନେ ସେମାନଙ୍କର ସ୍ଥିତବାନ Samba ବିନ୍ୟାସ ଫାଇଲଗୁଡ଼ିକରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥାନ୍ତି।
ମନେରଖନ୍ତୁ ଯେ ଅନେକ ସାଧାରଣ ତଥ୍ୟାଧାର (TDB) ଫାଇଲଗୁଡ଼ିକୁ ଅଦ୍ୟତନ କରାଯାଇଥାଏ ଏବଂମୁଦ୍ରଣ ସହାୟତାକୁ ପ୍ରକୃତ ପଞ୍ଜିକରଣ ନିୟୋଜନ ପାଇଁ ପୁନଃଲିଖନ କରାଯାଇଥାଏ। ଏହା ଅର୍ଥ ହେଉଛି ସମସ୍ତ TDB ଫାଇଲଗୁଡ଼ିକୁ ଆପଣ smbd ର ନୂତନ ସଂସ୍କରଣ ଆରମ୍ଭ କରିବା ମାତ୍ରେ ଉନ୍ନୟନ କରାଯାଇଥାଏ। ଆପଣ ପୁରୁଣା Samba 3.x ସଂସ୍କରଣକୁ ଅବନତି କରିପାରିବେ ନାହିଁ ଯଦି ଆପଣଙ୍କ ପାଖରେ TDB ଫାଇଲଗୁଡ଼ିକର ନକଲ ନଥାଏ।
ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, Samba 3.6.0 ପାଇଁ ପ୍ରକାଶନ ଟିପ୍ପଣୀ କୁ ଅନୁସରଣ କରନ୍ତୁ।

ନୂତନ SciPy ପ୍ୟାକେଜ

Red Hat Enterprise Linux 6.4 includes ରେ ନୂତନ scipy ପ୍ୟାକେଜ ଅନ୍ତର୍ଭୁକ୍ତ। SciPy ପ୍ୟାକେଜ ଗଣିତ, ବିଜ୍ଞାନ, ଏବଂ ଯାନ୍ତ୍ରିକ ବିଜ୍ଞାନ ପାଇଁ ସଫ୍ଟୱେର ପ୍ରଦାନ କରିଥାଏ। NumPy ପ୍ୟାକେଜ, ଯାହାକି ଏକାଧିକ ଦିଗ ବିଶିଷ୍ଟ ଆରେଗୁଡ଼ିକୁ ଯେକୌଣସି ବିବରଣୀରେ ସଂଙ୍କଳନ କରିବା ପାଇଁ ରଚନା କରାଯାଇଥାଏ, ତାହା SciPy ପାଇଁ ମୂଖ୍ୟ ଲାଇବ୍ରେରୀ ଅଟେ। SciPy ଲାଇବ୍ରେରୀ NumPy ଆରେ ସହିତ କାମ କରିବା ପାଇଁ ନିର୍ମିତ ହୋଇଥାଏ ଏବଂ ବିଭିନ୍ନ ଗାଣିତିକ ପ୍ରକ୍ରିୟା ପ୍ରଦାନ କରିଥାଏ, ଉଦାହରଣ ସ୍ୱରୂପ ଗାଣିତିକ ସଂଯୋଜନା ଏବଂ ଉନ୍ନତି।

NSS ରେ TLS v1.1 ସହାୟତା

nss ଏବଂ nss-util ପ୍ୟାକେଜକୁ ଅପଷ୍ଟ୍ରିମ ସଂସ୍କରଣ 3.14 କୁ ଅନ୍ୟ ବିଶେଷତା ସହିତ ଉନ୍ନୟନ କରାଯାଇଛି, TLS ସଂସ୍କରଣ 1.1 ପାଇଁ ସହାୟତା। ଏବଂ, nspr ପ୍ୟାକେଜକୁ ମଧ୍ଯସଂସ୍କରଣ 4.9.2 ରେ ପୁନସ୍ଥାପନ କରାଯାଇଛି। ଅଧିକ ସୂଚନା ପାଇଁ, NSS 3.14 ପ୍ରକାଶନ ଟିପ୍ପଣୀ କୁ ଅନୁସରଣ କରାଯାଇଛି।

ସନ୍ନିହିତ Valgrind gdbserver

valgrind ପ୍ୟାକେଜକୁ ଅପଷ୍ଟ୍ରିମ ସଂସ୍କରଣ 3.8.1 କୁ ଉନ୍ନୟନ କରାଯାଇଛି। ଏହି ଅଦ୍ୟତିତ ସଂସ୍କରଣରେ, ଅନ୍ୟ ଉନ୍ନତି ଏବଂ ତ୍ରୁଟି ନିବାରଣ ମଧ୍ଯରେ, ସନ୍ନିହିତ gdbserver ସହିତ ଧାରଣ କରିଥାଏ। ଅଧିକ ସୂଚନା ପାଇଁ, Valgrind ଅଧ୍ଯାୟକୁ ଦେଖନ୍ତୁ ଏବଂ Changes in Valgrind 3.8.1 ଅନୁକ୍ରମଣିକାକୁ Red Hat Developer Toolset 1.1 ବ୍ୟବହାରକାରୀ ପୁସ୍ତକ ରେ ଦେଖନ୍ତୁ।

ନୂତନ libjpeg-turbo ପ୍ୟାକେଜଗୁଡ଼ିକ

Red Hat Enterprise Linux 6.4 ରେ ଏକ ନୂତନ ପ୍ୟାକେଜ ସେଟ ଅନ୍ତର୍ଭୁକ୍ତ: libjpeg-turbo. ଏହି ପ୍ୟାକେଜଗୁଡ଼ିକ ପାରମ୍ପରିକlibjpeg ପ୍ୟାକେଜଗୁଡ଼ିକୁ ସ୍ଥାନାନ୍ତରିତ କରିଥାଏ, ଏବଂ libjpeg ଭାବରେ ସମାନ କାର୍ଯ୍ୟ ଏବଂ API ପ୍ରଦାନ କରିଥାଏ କିନ୍ତୁ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

ନୂତନ redhat-lsb-core ପ୍ୟାକେଜ

redhat-lsb ପ୍ୟାକେଜ ସ୍ଥାପନ କରିବା ସମୟରେ, LSB ମାନ୍ୟତା ପାଇବା ପାଇଁ ଏକ ବଡ଼ ସଂଖ୍ୟକ ନିର୍ଭୋରକ ତନ୍ତ୍ର ମଧ୍ଯକୁ ଅଣାଯାଇଥାଏ। Red Hat Enterprise Linux 6.4 ନୂତନ redhat-lsb-core ଉପପ୍ୟାକେଜ ପ୍ରଦାନ କରିଥାଏ ଯାହାକି redhat-lsb-core ପ୍ୟାକେଜକୁ ସ୍ଥାପନ କରି ଆପଣଙ୍କୁ ସହଜରେ ଆବଶ୍ୟକୀୟ ପ୍ୟାକେଜଗୁଡ଼ିକର ସର୍ବନିମ୍ନ ସେଟ ଦେଇଥାଏ।

createrepo ଉପଯୋଗିତାକୁ ଅଦ୍ୟତନ କରାଯାଇଛି

createrepo ଉପଯୋଗିତାକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଅଦ୍ୟତନ କରାଯାଇଛି, ଯାହାକି ଧିରେ ଧିରେ ସ୍ମୃତିସ୍ଥାନ ଉପଯୋଗକୁ କମ କରିଥାଏ ଏବଂ --workers ବିକଳ୍ପ ମାଧ୍ଯମରେ ଏକାଧିକ କାର୍ଯ୍ୟ ପାଇଁ ସହାୟତା ଯୋଗ କରିଥାଏ।

ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 1.2-0Thu Feb 21 2013ମାର୍ଟୀନ Prpič
Release of the Red Hat Enterprise Linux 6.4 Release Notes.